Browsing category

ଅପରାଧ

ଏନ୍ଏଚ୍ ଅବରୋଧ

ଭବାନୀପାଟଣା,୨୯/୭(ଏସ ଏସ ନିଉଜ) ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଏନ୍ଏଚ୍ ଅବରୋଧ କରାଯାଇଛି । ଉପକୂଳ ଜିଲ୍ଲାକୁ ସଂଯୋଗ କରୁଥିବା ୪ଟି ସ୍ଥାନରେ ଏନ୍ଏଚ୍ ଅବରୋଧ ହୋଇଥିବାବେଳେ କଳାହାଣ୍ଡିର ଏମ୍.ରାମପୁର ସହ ସମ୍ବଲପୁର, ସୋନପୁର ଓ ଦେବଗଡ଼ରେ ଏନ୍ଏଚ୍ ଅବରୋଧ ହୋଇଛି ।

ଚାଲିଗଲା ପୁଅର ଜୀବନ

ବ୍ରହ୍ମପୁର,୨୯/୭(ଏସ ଏସ ନିଉଜ) ଗୋପାଳପୁର ରାମଚନ୍ଦ୍ରପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ବାପାର ମୃତ୍ୟୁ ପରେ ଆଜି ଗୁରୁତର ଅବସ୍ଥାରେ ପୁଅର ବି ଜୀବନ ଚାଲିଯାଇଛି ।କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ୨୨ ତାରିଖରେ ଘର ଭିତରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା।

ମନ୍ତ୍ରିମଣ୍ଡଳରୁ ବିଦାହେଲେ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର,୨୮/୭(ଏସଏସନିଉଜ) ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଓ ୫ କିଲୋ ସୁନା ଜବତ ହେବାପରେ ଅଡୁଆ ବଢିବାରେ ଲାଗିଥିଲା । ଅର୍ପିତାଙ୍କ ଘର ନା କୁବେର ଭଣ୍ଡାର ବୋଲି ଚର୍ଚ୍ଚା ଯୋର ଧରିଥିଲା ।ତେବେ ଜବତ ହୋଇଥିବା ଟଙ୍କାକୁ ଇଡି ଅଧିକାରୀମାନେ ଏମିତି ସଜାଇ ରଖିଛନ୍ତି ଦେଖନ୍ତୁ । ଏହାପରେ ପଶ୍ଚିମବଙ୍ଗ ସରକାର ବଡନିଷ୍ପତି ନେଇଛନ୍ତି ।ମନ୍ତ୍ରିମଣ୍ଡଳରୁ ବିଦାହୋଇଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ । […]

ଚୂନ ଲଗାଇଲେ ସାଇବର ଲୁଟେରା

ଭୁବନେଶ୍ୱର,୨୮/୭(ଏସଏସନିଉଜ) କ୍ୟାସବ୍ୟାକ୍ ନାଁରେ ୬ ଲକ୍ଷ ୩୪ ହଜାର ଠକେଇ ଅଭିଯୋଗ ହୋଇଛି । ବାଲିପାଟଣା ଅଞ୍ଚଳର ଜଣେ ଦିବ୍ୟାଙ୍ଗଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା । ହଜାରେ ଟଙ୍କା କ୍ୟାସବ୍ୟାକ୍ ଲୋଭ ଦେଖାଇ ୬ ଲକ୍ଷ ୩୪ ହଜାର ଲୁଟିନେଇଥିବାର ସାଇବର ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ପରେ ସାଇବର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ଜଣାପଡିଛି ।

ପୁଣି ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୨୮/୭(ଏସ ଏସ ନିଉଜ)ଚିଲିିକାରେ ପୁଣି ଫସିଲା ଭସାପୋଲ ।ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡା-ଚିଲିକା ମଝିରେ ଫସିଲା ଭସାପୋଲ ଭସାପୋଲରେ ୬୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା।୫ଟି ୪ ଚକିଆ ଯାନ ଓ ୨ରୁ ଅଧିକ ବାଇକ୍ ମଧ୍ୟ ରହିଛିଭସାପୋଲକୁ ସଜାଡିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରୟାସ ଆରମ୍ଭ ହୋଇଛି ।

ସସ୍‌ପେଣ୍ଡ ହେଲେ ଅତିରିକ୍ତ ଆଇଆଇସି

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ସସ୍‌ପେଣ୍ଡ ହୋଇଛନ୍ତି ।ଅତିରିକ୍ତ ଆଇଆଇସି ଲିମରାଜ ପ୍ରଧାନଙ୍କୁ ସସ୍‌ପେଣ୍ଡ କଲେ ଡିଜିପି।ଗତ ସୋମବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଲିମରାଜ। ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଲିମରାଜଙ୍କୁ ଧରିଥିଲା ଭିଜିଲାନ୍ସ ।

ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର ହେଲା

ବାଲେଶ୍ବର,୨୮/୭(ଏସ ଏସ ନିଉଜ)ବାଲେଶ୍ବରରେ ଗୋପାଳ ପୁର ଫାଣ୍ଡି ଏନକାଉଣ୍ଟରରେ ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ଋଣ୍ଡୁ ମଳିକ ମୃତ ହୋଇଛି ।ରୁଣ୍ଡୁ ନାଁରେ ଥିଲା ୩୦ରୁ ଅଧିକ ଅପରାଧିକ ମାମଲା।ଆକ୍ରମଣ କରିବାରୁ ପୋଲିସ ପାଲଟା ଜବାବ ଦେଇଥିବା ସୂଚନା।

କାଶିବାହଲରେ ସଶସ୍ତ୍ର ଡକାୟତି

ଭବାନୀପାଟଣା,୨୮/୭(ଏସଏସନିଉଜ) ବିଳମ୍ବିତ ରାତିରେ କୋକସରା ଥାନା କାଶିବାହଲ ଗାଁର ଋଷିମଣି ପୁଝାରୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାପଡିଛି। ୧୦/୧୨ ମୁଖାପିନ୍ଧା ଡକାୟତ ଋଷିମଣି ପୁଝାରୀଙ୍କ ଘରେ ପଶି ଡକାୟତି କରିବା ସହ ଏୟାରଗନ ଗୁଳିରେ ତାଙ୍କ ପୁଅ ରୋହନ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଡକାୟତମାନେ ସିସିଟିଭି ହାର୍ଡ ଡିସ୍କ ଅକାମି କରିବା ସହ ନଗଦ ଟଙ୍କା ଓ ସୁନାଗହଣା ଲୁଟିନେଇଥିବାର ଅଭିଯୋଗ ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

୨୦ ହଜାର ଲାଞ୍ଚ ନେଇ ଧରାପଡିଲେ ଡିଇଓ

କେନ୍ଦ୍ରାପଡା, ୨୮/୭(ଏସଏସନିଉଜ) କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଭିଜଲାନ୍ସ ତାଙ୍କ କାର‌୍ୟ୍ୟାଳୟ, ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଓ ବାଲେଶ୍ବର ସହରସ୍ଥିତ ପୈତୃକ ଘରେ ଚଢ଼ଉ କରିଛି। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର‌୍ୟ୍ୟାଳୟରେ ଥିବା ପିଅନ ସନ୍ତୋଷ କୁମାର କୁଣ୍ତଙ୍କୁ ପଟ୍ଟାମୁଣ୍ତାଇ ବ୍ଲକ୍ ନିମପୁର ହାଇସ୍କୁଲକୁ ଡେପୁଟେସନ୍‌ରେ ପଠାଯାଇଥିଲା।ଏହି ଅର୍ଡର ବାତିଲ୍ କରିବା ପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଲାଂଚ […]

ଆଜିଠାରୁ ବାମରା ବନ୍ଦ

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)୪ଦଫାଦାବିନେଇ ଆଜିଠାରୁ ବାମରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବାମରା ମୁକ୍ତିଧାମ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଦୋକାନ ବଜାର ବନ୍ଦ ରହିଛି ।ରାସ୍ତା ଅବରୋଧ ସହିତ ଗାଡି ମୋଟର ଚଳାଚଳ ଠପ ହୋଇଯାଇଛି। ଏହି ବନ୍ଦ ଡାକରାରେ ବାମରାର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି।