Browsing category

ଅପରାଧ

ହାତୀକୁ ଗୁଳି

ନରସିଂହପୁର,୨୬/୭(ଏସ ଏସ ନିଉଜ) ନୂଆଗଡ଼ ଜଙ୍ଗଲରେ ପୁଣି ଏକ ହାତୀକୁ ଗୁଳିମାଡ଼ ହୋଇଥିବାର ଜଣାପଡିଛି । ଶିକାରୀ ଗୁଳି କରିଥିବା ସ୍ୱୀକାର କଲେ ଦାୟିତ୍ୱରେ ଥିବା ରେଞ୍ଜର । କମ୍ପାର୍ଟମେଣ୍ଟ ନଂ ୩ରେ ଥିବା ଏକ ହାତୀର କାନ ପାଖରେ ବାଜିଛି ଗୁଳି ।ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ

ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ) ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଛି ପୋଲିସ। ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି ।ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରୁଥିବା କହିଲେ ଥାନାଧିକାରୀ ।

ଟ୍ରାକ୍ଟର ଓଲଟି ୨ ମହିଳା ମୃତ

ରାଇରଙ୍ଗପୁର, ୨୬/୭(ଏସଏସନିଉଜ) ଟ୍ରାକ୍ଟର ଓଲଟି ୨ ମହିଳା ମୃତୁବରଣ କରିଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାଦାମପାହାଡ଼ ଥାନା ପୁରୁଣିଆ ଗାଁ ନିକଟରେ ଟ୍ରାକ୍ଟର ଓଲଟିବାରୁ ଏହି ଦୁର୍ଘଟଣା ଘଟିଛି ।ଗୁରୁତର ଆହତମାନଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଲିଫ୍ଟ ବାହାନାରେ ଲୁଟିଲେ

ଜଳେଶ୍ୱର, ୨୬/୭(ଏସଏସନିଉଜ) ଲିଫ୍ଟ ଦେବା ବାହାନାରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଥିବାର ଅଭିଯୋଗ ହୋଇଛି । ୪ରୁ ୫ ଜଣ ଦୁର୍ବୁତ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା । ଲୁଟି ନେଇଥିବାର ଜଣାପଡିଛି । ଏନ୍ଏଚ୍ ୬୦ର ମଥାନୀ ଛକ ନିକଟରେ ଏହି ଘଟଣା ଘଟିଛି ।

ଥାନାରେ ଅଟକ ବଙ୍ଗୀୟ ଯୁବତୀ

ଭୁବନେଶ୍ୱର,୨୬/୭(ଏସଏସନିଉଜ) ଏକ ଲଜର କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିବାର ଜଣାପଡିଛି । ରୁମ୍ ଭଡ଼ା ଟଙ୍କାକୁ ନେଇ ଲକ୍ଷ୍ମୀସାଗର ସ୍ଥିତ ଏକ ଲଜ୍ କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଛି ।ଲକ୍ଷ୍ମୀସାଗର ଥାନାପୋଲିସ ବଙ୍ଗୀୟ ଯୁବତୀକୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛିା

ବେକାର ହୋଇଗଲା ମାଂସଝୋଳ

ବାରଙ୍ଗ,୨୫/୭(ଏସଏସନିଉଜ) ଆଇନ ସାଧାରଣ ଲୋକଙ୍କ ପାଇଁ ,କିନ୍ତୁ କର୍ମଚାରୀମାଙ୍କ ପାଇଁ ନୁହେଁ ।ଯାହାକୁ ପ୍ରମାଣ କରିଛନ୍ତି ନନ୍ଦନକାନନର କର୍ମଚାରୀ ।ଜୀବଜନ୍ତୁମାନଙ୍କ ସୁରକ୍ଷା ସହ ପରିବେଶର ସୁରକ୍ଷା ପାଇଁ ନନ୍ଦନକାନନ ପରିସରରେ ବଣଭୋଜିକୁ ବନ୍ଦ କରାଯାଇ ବଟାନିକାର୍ଲଗାର୍ଡେନରେ ଏହାର ବ୍ୟବସ୍ଥା ହୋଇଛି ।ଏହାସତ୍ୱେ ନନ୍ଦନକାନନର କର୍ମଚାରୀମାନେ ଏହି ନୀୟମକୁ ଭାଙ୍ଗି ନନ୍ଦନକାନନ ପରିସରରେ ଥିବା ଘାସଫାର୍ମରେ ରବିବାରଦିନ ଭୋଜିର ଆସର କରିଥିବାର ଦେଖିବାକୁ ମିଳିଥିଲା ।କେତେଜଣ କର୍ମଚାରୀ ଖାଇଛନ୍ତି ଖବରପାଇଁ ସାମ୍ବାଦିକମାନେ ପହଁଚିଗଲେ ।ତାପରେ ଖାଇବା ବନ୍ଦ ହୋଇଗଲା,ବେକାର […]

ପଥର ମାଫିଆଙ୍କ ନିର୍ଧୁମ ମାଡ଼

ନୀଳଗିରି,୨୫/୭(ଏସ ଏସ ନିଉଜ)ପଥର ମାଫିଆଙ୍କ ଆକ୍ରମଣରେ ଆରଆଇ ଲହୁଲୁହାଣ ହୋଇଛନ୍ତି । ତଦନ୍ତ ପାଇଁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ମାଡ଼ ହୋଇଛି ।ନୀଳଗିରି ତହସିଲ ବାଘମରା ଗାଁରେ ଆରଆଇଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।

ମନ୍ତ୍ରୀଙ୍କୁ ମେଡିକାଲ ଝଟକା

ଭୁବନେଶ୍ୱର,୨୫/୭(ଏସ ଏସ ନିଉଜ)ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଲାଗିଛି ମେଡିକାଲ ଝଟକା ।ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ ।ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କର୍ତ୍ତୃପକ୍ଷଙ୍କ ଏଭଳି ସୂଚନା ଦେଇଛନ୍ତି ।ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ।

ଭିକି ଓ କ୍ୟାଟ୍‌ଙ୍କୁ ହତ୍ୟା ଧମକ

ଭୁବନେଶ୍ୱର,୨୫/୭(ଏସଏସନିଉଜ) ଅଭିନେତା ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ଆସିଛି ହତ୍ୟା ଧମକ । ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇ ପୋଷ୍ଟ୍ କରିବା ସହ ମେସେଜ୍ ବି କରୁଛି ବୋଲି ସେ ତାଙ୍କ ଅଭିଯୋଗରେ କହିଛନ୍ତି ।ସେ ଆହୁରି ବି ଲେôଖଛନ୍ତି ବ୍ୟକ୍ତି ଜଣକ କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଧମକ ଦେଉଛି। ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ରଜ୍ ପୁଲିସ୍ ଷ୍ଟେସନ୍‌କୁ ଆସିଥିଲେ। ଭିକି […]

ମୋ ବସ୍ ଡ୍ରାଇଭରର ଉତ୍ପାତ

ଭୁବନେଶ୍ବର,୨୪/୭(ଏସଏସନିଉଜ)ମୋବସକୁ ନେଇ ରାଜଧାନୀବାସୀଙ୍କର ଯେଉଁ ଭଲ ଭାବନା ଥିଲା ଏବେ ବସ୍ ଡ୍ରାଇଭର୍‌ଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହା କାଳପାଲଟିବାକୁ ଯାଉଛି ।ଯାହାଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାତି ପ୍ରାୟ ୯ଟା ବେଳେ ଶିରିପୁର ଛକରେ ମୋ’ ବସ୍ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ୟୁନିଟ୍-୩ର ଶିବ ପ୍ରସାଦ ବେହେରା ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି ।ବାଇକ୍ ନେଇ ଶିବ ଘରକୁ ଫେରୁଥିବା ବେଳେ ପଛପଟୁ ଓଡି ୩୩ୟୁ ୭୧୦୫ନଂ ମୋ […]