୨୦ ହଜାର ଲାଞ୍ଚ ନେଇ ଧରାପଡିଲେ ଡିଇଓ

କେନ୍ଦ୍ରାପଡା, ୨୮/୭(ଏସଏସନିଉଜ) କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଭିଜଲାନ୍ସ ତାଙ୍କ କାର‌୍ୟ୍ୟାଳୟ, ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଓ ବାଲେଶ୍ବର ସହରସ୍ଥିତ ପୈତୃକ ଘରେ ଚଢ଼ଉ କରିଛି। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର‌୍ୟ୍ୟାଳୟରେ ଥିବା ପିଅନ ସନ୍ତୋଷ କୁମାର କୁଣ୍ତଙ୍କୁ ପଟ୍ଟାମୁଣ୍ତାଇ ବ୍ଲକ୍ ନିମପୁର ହାଇସ୍କୁଲକୁ ଡେପୁଟେସନ୍‌ରେ ପଠାଯାଇଥିଲା।ଏହି ଅର୍ଡର ବାତିଲ୍ କରିବା ପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ସଂଜୀବ କୁମାର ସିଂ ଭିଜିିଲାନ୍ସ ହାତରେ ଧରାପଡିଥିଲେ ।ସୁଚନା ଯୋଗ୍ୟ ଯେ, ୪ଦିନ ପରେ ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂ ଚାକିରିରୁ ଅବସର ନେଇଥା‌ନ୍ତେ ।

Comments (0)
Add Comment