Browsing category

ଅପରାଧ

ପାଣିରେ ବୁଡ଼ି ୨ ମୃତ,୨ଗୁରୁତର

କୋରାପୁଟ,୨୩/୬(ଏସ ଏସ ନିଉଜ)ମାଝୀଗୁଡ଼ା ଗାଁରେ ପାଣିରେ ବୁଡ଼ି ୨ ନାବାଳକ ମୃତୁବାରଣ କରିବାସହ ୨ଜଣ ଗୁରୁତର ହୋଇଛନ୍ତି ।ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାଡ଼ିଆରେ ବୁଡ଼ି ମୃତୁବାରଣ କରିଛନ୍ତି । ବର୍ଷା ଯୋଗୁ ଗାଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଥିଲା ।ଖେଳିବା ବେଳେ ଅସାବଧାନତାରୁ ପଡ଼ିଯାଇଥିବା ସନ୍ଦେହ କରାଯାଇଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଥିବାର ଜିଆରପି ଥାନାରେ ଅଭିଯୋଗ ହୋଇଛି ।ନିଖୋଜ ଛାତ୍ରୀ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସେ ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ସୁଇଟି ହାଓ୍ୱଡାରୁ ଭୁବନେଶ୍ୱର ଆସି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ମାଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ […]

ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ

ସାଲେପୁର,୨୩/୬(ଏସ ଏସ ନିଉଜ) କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ। ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ପୋଡ଼ିହୋଇ ଗୁରୁତର ଥିବା ବ୍ୟକ୍ତି ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି!

ରଶ୍ମିରେଖା ମୃତ୍ୟୁ ସସ୍‌ପେନ୍ସ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ଟେଲିଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଲିଭ୍ ଇନ୍‌ ରିଲେସନସିପ୍‌ରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ହାଜର ପାଇଁ ନୋଟିସ୍।ସନ୍ତୋଷଙ୍କୁ ହାଜର ପାଇଁ ନୋଟିସ୍ କଲା ନୟାପଲ୍ଲୀ ଥାନା ପୋଲିସ। ରଶ୍ମିରେଖା ମୃତ୍ୟୁ ମାମଲାରେ ସନ୍ତୋଷ ପାତ୍ର ଫେରାର ଥିବାରୁ ସନ୍ଦେହ କରୁଛନ୍ତି ଘରଲୋକ ।

ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା!

ପାରାଦୀପ,୨୩/୬(ଏସ ଏସ ନିଉଜ) ସ୍କୁଲ ଯାଇ ୨ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଛନ୍ତି ।କୁଜଙ୍ଗ ଥାନା ପଙ୍କପାଳ ହାଇସ୍କୁଲର ୨ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।ରାତିରେ ଉଭୟଙ୍କ ସାଙ୍ଗ ନିକଟକୁ ଅଜଣା ନମ୍ବରରୁ କଲ୍ ଆସିଥିବା ସୂଚନା ମିଳିଛି ।ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ହୁଣ୍ଡି ଭାଙ୍ଗି ଲୁଟିନେଲେ

ଜଗତସିଂହପୁର,୨୨/୬(ଏସ ଏସ ନିଉଜ)ଗୋରେଖନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତିରେ ହୁଣ୍ଡି ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିବାର ଜଣାପଡିଛି ।ଖବର ପାଇ ତିର୍ତ୍ତୋଲ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଗାଈ କାହାର?

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ) ଧଉଳି ଥାନାରେ ବନ୍ଧା ହୋଇଛି ଗାଈ । ଗାଈକୁ ୨ ପକ୍ଷର ଲୋକ ନିଜର ବୋଲି ଦାବି କରୁଛନ୍ତି ।ଏ ଗାଈ କାହାର,ଯାହାକୁ ନେଇ ଏବେ ଉପୁଜିଛି ଅଡୁଆ ପରିସ୍ଥିତି ଉପୁଜିଛି।ଯାହାଫଳରେ ଦୁଇଦିନ ଧରି ଥାନାରେ ବନ୍ଧା ହୋଇଛି ଗାଈ ।ଦୁଇପକ୍ଷ ଏହି ଗାଈକୁ ନେଇ ନିଜର ମାକିକାନା ଜାହିର କରିବାରୁ ବିବାଦ ଉପୁଜିଛି ,ଯାହାଫଳରେ ଗାଇଟି ଥାନାରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି ।

ଶୋଇଥିବା ଯୁବତୀକୁ ବଳକ୍ତାର କରି ବନ୍ଧା ହେଲେ ଯୁବକ

ବାରଙ୍ଗ,୨୧/୬ (ଏସ ଏସ ନିଉଜ) ଗାଁରେ ହେଉଥିବା ରଜ ନାଚ ଦେଖି ଘରେ ଶୋଇଥିବା ଜଣେ ଯୁବତୀ କୁ ବଳକ୍ତାର କରିଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି ।ଗିରଫ ଯୁବକ ହେଉଛନ୍ତି ଖାଇରାପଡା ଗାଁର ଦିପୁ ରାଉତ(୩୨) । ପ୍ରକାଶ ଯେ , ଉକ୍ତ ଥାନା ଅନ୍ତର୍ଗତ ଖଇରାପଡା ଗ୍ରାମର ବବିତା (ଛଦ୍ନନାମ)ନାମକ ଯୁବତୀ ଘରେ ଗାଁରେ ୧୫ତାରିଖ ରାତିରେ ହେଉଥିବା ରଜ ନାଚ ଦେଖି ୧୬ତାରିଖ […]

ଚାଲିଗଲା ଅସୁସ୍ଥ ହାତୀର ଜୀବନ

ସମ୍ବଲପୁର,୨୧/୬(ଏସ ଏସ ନିଉଜ) ପୋଖରୀରେ ଫସିଥିବା ଅସୁସ୍ଥ ହାତୀମୃତ୍ୟୁ ବରଣ କରିଛି ।ସାପଲହରା ସ୍ଥିତ ଏକ ପୋଖରୀରେ ହାତୀଟି ଫସିଯାଇଥିଲା ।ଗୁରୁବାର ରାତିରୁ ପାଣି ପିଇବାକୁ ଯାଇ ପୋଖରୀରେ ଫସିଥିଲା ।ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପାଣି ଭିତରେ ପଡିରହିବା ସହ ତାର ଚିକିତ୍ସା ଚାଲିଥିଲା ।

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ 

ଭୁବନେଶ୍ବର, ୨୦/୬(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଯୋଗାଣ ଅଧିକାରୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖର ପୁରଠାରେ ତାଙ୍କ ପୁଅ ସୌମ୍ୟରଂଜନ ବେହେରା ରହୁଥିବା ମା ରେସିଡେନ୍ସି ଓୟେ ହୋଟେଲ ଓ ବାଲେଶ୍ବର ଅଙ୍ଗରାଗଡିଆରେ ଅବସ୍ଥିତ ତାଙ୍କ ବଡ଼ […]