Browsing category

ଅପରାଧ

ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ!

ବାରଙ୍ଗ,୨୩/୫(ଏସଏସନିଉଜ)ନନ୍ଦନକାନନରେ ଚାଲିଛି ଗୁଣ୍ଡାରାଜ ।ଏ କଥା ଆମେ କହୁନାହୁଁ ଯାହା ରବିବାରଠାରୁ ଚର୍ଚ୍ଚା ଯୋରଧରିଛି ।ସଫାରୀରେ କାର୍ଯ୍ୟରତ କର୍ମଚାରୀମାନେ ଛତିଶଗଡରୁ ଆସିଥିବା ୨୬ଜଣ ପର୍ଯ୍ୟଟକଙ୍କୁ ଗୋଡାଇଗୋଡାଇ ବାଡେଇ ଲହୁଲୁହାଣ କରିଦେଇଛନ୍ତି ।ପର୍ଯ୍ୟଟକମାନଙ୍କର ଦୋଷ ଏଇଆ ଥିଲା ଯେ, ସେମାନେ ଟିକେଟ କାଟି ପ୍ରାୟ ୩ଘଟା କାଳ ଅପେକ୍ଷା ପରେ ସଫାରୀ ଦେଖିବାର ସୁଯୋଗ ପାଇପାରିନଥିଲେ ।ଏହି କଥାକୁ ପଚାରିବାରୁ ସଫାରୀ କର୍ମଚାରୀମାନେ ଉତକ୍ଷିପ୍ତ ହୋଇ ପରିସରରେ ଚାଲୁଥିବା ବେଟରୀଚାଳିତ ଗାଡିର ଚାଳକମାନଙ୍କୁ ଡାକି ସଂଗବଦ୍ଧ ଭାବେ ପର୍ଯ୍ୟଟକମାନଙ୍କୁ […]

ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ

କଟକ,୨୩/୫(ଏସ ଏସ ନିଉଜ)ଜୋର ଧରିଲା କଟକ ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ ।କାମ ନକଲେ ଅଫିସରଙ୍କୁ ମାଲକାନଗିରି ପଠାଇଦେବାକୁ ସୁବାସ ଧମକ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ନବରଙ୍ଗପୁରରେ ସୁବାସ ସିଂଙ୍କ ପୋଷ୍ଟର ଦାହ କଲା ଜିଲ୍ଲା ଯୁବ କଂଗ୍ରେସ ।ସୁବାସ ସିଂଙ୍କୁ ଅବିଭକ୍ତ କୋରାପୁଟରେ ପୁରାଇ ନଦେବାକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛନ୍ତି ।

ସଫାରୀ କର୍ମଚାରୀଙ୍କ ଦାଦାଗିରି , ପର୍ଯ୍ୟଟକଙ୍କୁ ଛେଚିଲେ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନ ରେ ଘରୋଇକରଣରେ ଦିଆଯାଇଥିବା ସଫାରୀକୁ ନେଇ ଏବେ ବିବାଦ ଛାଡୁନାହିଁ ।ଟେଣ୍ଡର ସମୟରେ ହୋଇଥିବା ସର୍ତକୁ ଖିଲାପ କରି ବିନାକାଗଜପତ୍ରରେ ବିପଦସଂକୁଳ ଅବସ୍ଥାରେ ଚାଲୁଥିବା ବସରେ ପର୍ଯ୍ୟଟକ ମାନଙ୍କୁ ନେଇ ଯାତ୍ରାକରିବା ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାରଦିନ ପର୍ଯ୍ୟଟକ ମାନଙ୍କୁ ମରଣାତ୍ମ‌କ ଆକ୍ରମଣ କରିବା ଘଟଣା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକଶ ଯେ,ରବିବାର ଦିନ ଛତିଶଗଡ ରାୟପୁର ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସି ସଫାରୀରେ ବୁଲିବାପାଇଁ ଅପରାହ୍ନ ସୁଦ୍ଧା ସଫାରୀ […]

ଧନ୍ୟବାଦ ! ନନ୍ଦନକାନନ ଡାକ୍ତରବାବୁ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନକର୍ତୁପକ୍ଷ ଜବନ୍ତୁମାନଙ୍କ ସ୍ୱସ୍ଥ୍ୟରେ ଉନ୍ନତି ଆଣିବାପାଇଁ ବହୁବିଧ ଯୋଜନା କରିଛନ୍ତି ।ବିଶେଷଜ୍ଞମାନଙ୍କଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଗାଡି ଓ ସବୁପ୍ରକାରର ସୁବିଧା ମଧ୍ୟ କରିଛନ୍ତି ।ଏହାପରେ ବି ସେମାନଙ୍କର କେତେ ଖାମଖିଆଲ ମନୋଭାବ ରହିଛି ତହା ଆଜି ପ୍ରମାଣ ଦେଇଛି ।ପ୍ରାଣୀଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ବହୀନତା ଯୋଗୁଁ ୬୩ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦଶା ଭୋଗିବାକୁ ପଡିଛି ।୪ବର୍ଷର ଏହି ଜଳହସ୍ତୀଟି ଅସୁସ୍ଥ ଥିବାର ଖବର ପାଇ ରବିବାରଦିନ ସକାଳେ ତାର […]

ବାରାକ୍ ନମ୍ବର ୧୦ରେ ସିଦ୍ଧୁ

ଭୁୁବନେଶ୍ୱର,୨୨/୫(ଏସଏସନିଉଜ) ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ଅନ୍ୟ ୮ କଏଦୀଙ୍କ ସହ କଂଗ୍ରେସର ନବଜୋତ ସିଂହ ସିନ୍ଧୁଙ୍କ ଦିନ କଟୁଛି । ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା ।ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନଥିଲେ । କେବଳ ସାଲାଡ ଓ ଫଲ ଖାଇଥିଲେ ।

ଗୋରୁ ପାଇଁ ଗୁଳିମାଡ଼

ଯଶିପୁର, ୨୨/୫(ଏସଏସନିଉଜ) ଗୋରୁ ବୋଝେଇ ଟ୍ରକ୍‌କୁ ରୋକିବା ଯୋଗୁ ଗୁଳିମାଡର ଶିକାର ହୋଇଛନ୍ତି କଟକ ଖପୁରିଆ ଅଞ୍ଚଳର ଦୀପକ ସାହୁ, ରାଣୀହାଟ ଅଞ୍ଚଳର ଶଶିକାନ୍ତ ବେହେରା ନାମକ ୨ ଜଣ ଗୋସୁରକ୍ଷା କର୍ମୀ । ଶନିବାର ଭୋର୍ ସମୟରେ ଯଶିପୁର ବଜାରଠାରୁ ୭ କିମି ଦୂର ୪୯ ନଂବର ଜାତୀୟ ରାଜପଥର ବେଗୁନିଆ ଗାଁ ପାଖରେ ନିର୍ମାଣାଧୀନ ଏକ ଟୋଲ୍‌ଗେଟ୍ ନିକଟରେ ଆସୁଥିବା ଗୋରୁ ବୋଝେଇ ଟ୍ରକକୁ ରେକିବା ସହ ପ୍ରତିବାଦ କରିଥିଲେ ।ଏହିସମୟରେ ଗୋରୁଗାଡ଼ିକୁ ସୁରକ୍ଷା […]

ଗଛରେ ପିଟି ହେଲା କାର୍ ଚାଲିଗଲା ୨ଜଣଙ୍କ ଜୀବନ

ବ୍ରହ୍ମଗିରି, ୨୨/୫(ଏସଏସନିଉଜ) ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। କରଟି ଭାରସମ୍ୟ ହରାଇ ଗଛରେ ପିଟିହୋଇଯିବାରୁ ଡ୍ରାଇଭର ଓ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି ।ବିଳମ୍ବିତ ରାତିରେ ବ୍ରହ୍ମଗିରିକୁ ଫେରୁଥିବା ବେଳେ ରାଜପଥର ମଠପାଟଣା ଛକଠାରେ ଏହି ଦୁର୍ଘଟଣ।। ଘଟିଛି । ମୃତ୍ୟୁ ଡ୍ରାଇଭର ବ୍ରହ୍ମଗିରି ଥାନା ଭଗବାନପୁରରେ ହୋଇଥବା ବେଳେ ଅନ୍ୟ ଜଣେ ମୃତକ ଅରଖକୁଦା ମେରାଇନ ଥାନା ସହଦେଵପୁରରେ ବୋଲି ଜଣାପଡ଼ିଛି।

ଧକ୍କାଦେଲା ଟ୍ରକ-ଚାଲିଗଲା ବାଇକ୍ ଚାଳକର ଜୀବନ

ମାଲକାନଗିରି ,୨୨/୫(ଏସଏସନିଉଜ) ଆଜି ସକାଳେମୋଟୁ ଥାନା ଅନ୍ତର୍ଗତ ଏମଭି ୮୨ ଗ୍ରାମ ନିକଟରେ ଗଙ୍ଗା ପଡିଆମୀ ନାମକ ଯୁବକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ବାଇକ ଚାଳକର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଖବରପାଇ ମୋଟୁ ପୁଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।  

ଝୁଲନ୍ତା ଅବସ୍ଥାରେ ବେଲଗଛରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୨/୫(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ବେଲଗଛରୁ ଏକ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିର ମୃତଦେହକୁ ବାରଙ୍ଗଥାନାପୋଲିସ ଉଦ୍ଧାର କରିଛି ।ମୃତ ବ୍ୟକ୍ତି ହେଉଛନ୍ତି କଲିକତାର ଦିଲିପ ହାସଦା(୪୨) । ସେ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ଘରୋଇ ପାଇପ କମ୍ପାନୀରେଶ୍ରମିକଭାବେ କାର୍ଯ୍ୟକରିବା ସହ ପିଲାଛୁଆଧରି କମ୍ପାନି ପକ୍ଷରୁ ମିଳିଥିବା ଘରେ ରହୁଥିଲେ ।ରବିବାର ସକାଳେ ରହୁଥିବା ଘରଠାରୁ ଅଳ୍ପଦୁରରେ ଥିବା ଏକ ବେଲଗଛରେ ଗାମୁଛା ଲଗାଇ ଝୁଲୁଥିବାର ଶୈାଚପାଇଁ ଯାଇଥିବା କିଛି […]

ଚୋରି ଘଟଣାରେ ୨ ଗିରଫ

ବାରଙ୍ଗ,୨୧/୫(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ା ଗ୍ରାମର ସୁଧିର କୁମାର ପାତ୍ରଙ୍କ ଅଫିସ ଘରୁ ଗତ ଫେବୃଆରୀ ୨୨ ତାରିଖ ରାତିରେ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ ଗତ ଫେବୃଆରୀ ୨୨ ତାରିଖରେ ସୁଧିର କୁମାର ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ତାଙ୍କର ଅଫିସ ଝରକା ତାଡ଼ି ଘରେ ପଶି ୧୫ ହଜାର ଟଙ୍କା […]