Browsing category

ଅପରାଧ

ପ୍ରେମିକର ଉନ୍ମତ୍ତ କାଣ୍ଡ

ନୀଳଗିରି,୫/୬(ଏସ ଏସ ନିଉଜ)ଏକତରଫା ଭଲ ପାଇଥିବା ପ୍ରେମିକ ଉନ୍ମତ୍ତ କାଣ୍ଡ ଭୁଆଇଛି ।ନିର୍ବନ୍ଧ ପାଇଁ କନ୍ୟା ଘରକୁ ଆସିଥିବା ବର ପକ୍ଷଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବାକୁ ପଛାଇନାହିଁ ।ଜଣେ ସହଯୋଗୀ ସହ ଭୁଜାଲି ଧରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିବାକୁ ପଛାଇନାହିଁ ।ଏମା ନଙ୍କ କାର୍ଯ୍ୟରେ ବିତୃଷ୍ନା ହୋଇ ଗାଁ ଲୋକେ ଦୁଇ ଯୁବକଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି ।ଯାହାଫଳରେ ଭୟରେ ବରପକ୍ଷ ଫେରିଯାଇ ଥିବା ସୂଚନା ମିଳିଛି ।

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର,୩/୬(ଏସ ଏସ ନିଉଜ)ବ୍ରହ୍ମପୁର ଜେଲ୍‌ର ବିଚାରାଧୀନ କଏଦୀ ମିଟୁ ବେହେରାଙ୍କ MKCGରେ ମୃତ୍ୟୁ ହୋଇଛି । ସକାଳେ ବ୍ରହ୍ମପୁର ଜେଲରେ ଅସୁସ୍ଥ ପରେ ଚିକିତ୍ସା ପାଇଁ MKCG ଅଣାଯାଇଥିଲା । ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।ତେବେ ପୋଲିସ ମାଡ଼ରେ ମିଟୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ।

ପୁଣି ହାତୀର ମୃତଦେହ ଠାବ

କଟକ,୩/୬(ଏସ ଏସ ନିଉଜ) ଗୋପପୁର ରେଞ୍ଜ ଚନ୍ଦ୍ରଗିରି ଜଙ୍ଗଲରେ ଆଉ ଏକ ହାତୀର ଗଳିତ ମୃତଦେହ ଠାବ କରିଛି ବନବିଭାଗ। ୮ ଜଣିଆ ଏସ୍‌ଟିଏଫ୍‌ ଟିମ୍‌ର ତନାଘନା ପରେ ହାତୀର ମୃତଦେହକୁ ଠାବ କରାଯାଇପାରିଛି। ଗତକାଲି ପାଖାପାଖି ସ୍ଥାନରୁ ଏକ ହାତୀର ମୃତଦେହ ଠାବ ହୋଇଥିଲା ।

ଭିଜିଲାନ୍ସ ଜାଲରେ ପଡିଲେ ପୂର୍ଣ୍ଣଚନ୍ଦ୍ର

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅନୁସଚିବ, ଯୋଜନା ଓ ସମନ୍ୱୟ ବିଭାଗ ଉପସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ।ଏକ ବିଲ୍ କରାଇ ଦେବାକୁ କମ୍ପ୍ୟୁଟର ଫାର୍ମ ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

EDରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) EDରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।ପ୍ରଭାତ ତ୍ରିପାଠୀ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ହାଜର ହେଲେ ପ୍ରଭାତ ତ୍ରିପାଠୀ। ଆଜି ହାଜର ହେବା ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା .।

ଭୋଜି ଖାଇ ଯିବା ହେଲା କାଳ

ଦାରିଙ୍ଗବାଡ଼ି,୧/୬(ଏସଏସନିଉଜ) ଭୋଜି ଖାଇ ଯିବା ସାଜିଥିଲା କାଳ ।ଚାଲିଯାଇଥିଲା ଦୁଇଜଣଙ୍କର ଜୀବନ ।ଏହିଭଳି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମରେ ଘଟିଛି । ଟେରାବଡ଼ି ଗ୍ରାମରେ ଚାଲିଥିବା ଏକ ଭୋଜିରେ ଯୋଗ ଦେବା ପାଇଁ ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ,ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନଓ ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ ଗୋଟିଏ ବାଇକ୍ ଯୋଗେ ଯାଉଥିଲେ । ସୁଲୁମା ଗ୍ରାମ ନିକଟ ବୁଲାଣିରେ ତାଙ୍କ ବାଇକଟି ଭାରସାମ୍ୟ ହରାଇ […]

ଚୌଦ୍ୱାରରେ ଚାଞ୍ଚଲ୍ୟ

ଚୌଦ୍ୱାର, ୧/୬(ଏସଏସନିଉଜ) ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥର ନୁଣ୍ଟିକିରି ନିକଟସ୍ଥ ଚାଉଳିଆ ପୋଲ ନିକଟରେ ଦୁର୍ଗା ବଜାର ବାସିନ୍ଦା ଗାଡ଼ି ମାଲିକ ତଥା ଡ଼୍ରାଇଭର ଲୋକନାଥ ବିଶ୍ଵାଳଙ୍କୁ ନୃଶଂସ ହତ୍ୟା କରାଯାଇଛି ।ଖବରପାଇ ପୋଲିସ ପହଁଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ , ୧/୬(ଏସଏସନିଉଜ) ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଜଣେ ପଥର ଖଣି ଲିଜଧାରୀଙ୍କଠାରୁ ୩୦ହଜାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ । କାରନ୍ଦା ଛକରେ ଲାଞ୍ଚ ନେଉଥିବା ତାଙ୍କୁ କଟକ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି ।

ମେଡିକାଲରେ ମାଡ଼ିଗଲା ଆମ୍ବୁଲାନ୍ସ

ଭଦ୍ରକ, ୧/୬(ଏସଏସନିଉଜ) ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ମାଡ଼ିଗଲା ଆମ୍ବୁଲାନ୍ସ ।ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଟିକେଟ୍ କାଟୁଥିବା ଲୋକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ହସ୍ପିଟାଲ କାମରେ ନିୟୋଜିତ ଥିବା ବୋଲେରୋଟିକୁ ଷ୍ଟାର୍ଟ କରୁ କରୁ ଆଗକୁ ମାଡିଯାଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଜଣେ ରୋଗୀ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ ଶିଶୁକୁ ନେଇ ୮ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ୩ ଗୁରୁତରଙ୍କୁ ଭଦ୍ରକ […]

ଘର ଉପରକୁ ବୋମାମାଡ଼

ଆଠଗଡ଼,୧/୬(ଏସ ଏସ ନିଉଜ) ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼ ହୋଇଥିବାର ଜଣାପଡିଛି ।ଵୋମାମାଡ଼ ଘଟଣାରେ ୨ ଆହତ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ବନମାଳୀପୁର ଗାଁର ଶରତ ରାଉତଙ୍କ ଘରକୁ ବୋମାମାଡ଼ ହୋଇଛି ।ବୋମାମାଡ଼ରେ ପରିବାରର ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।