Browsing category

ଅପରାଧ

ତହସିଲଦାରଙ୍କ ଗାଡ଼ିକୁ ଘେରିଲେ ଗାଁ ଲୋକ

ବାଲିଆପାଳ,୨୭/୫(ଏସଏସ ନିଉଜ)ଗ୍ରାମବାସୀ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି ।ମନରେଗା କାମରେ ଟ୍ରାକ୍ଟର ନିୟୋଜିତ ଥିବାରୁ ଚଢ଼ାଉ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।ଯାହା ଫଳରେ ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଗାଁ ଲୋକେ ଘେରିଛନ୍ତି ।ଏହାକୁ ନେଇ ଗଡ଼ସାହି ବାଲିଆପାଳ ଗାଁରେ ଉତ୍ତେଜନା ଦେଖଦେବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି ।

ବ୍ଲାକମେଲିଂ କରି ବନ୍ଧା ହେଲେ କନଷ୍ଟେବଳ

ଭୁବନେଶ୍ବର,୨୬/୫(ଏସଏସନିଉଜ) ଜଣେ ନାବାଳିକାକୁ ଫସାଇ ୪ବର୍ଷକାଳ ଶାରୀରିକ ସମ୍ପର୍କ ରଖି ଶେଷରେ ଧମକ ଦେଇଥିଲେ ।କେବଳ ଧମକ ନୁହେଁ ଅନ୍ତରଙ୍ଗ ମୁୁର୍ହୁତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ୫୦ହଜାରେ ଟଙ୍କା ଦାବୀ କରି ବ୍ଲାକମେଲିଂ କରିଥିଲେ ।ଘଟଣା ବଢିବାରୁ ନିରୁପାୟ ହୋଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ଧୋକାବାଜ ପ୍ରେମିକର ଅସଲ ଚେହେରା ପଦାକୁ ଆସିଥିଲା ।ଶେଷରେ ଧୋକାବାଜ ପ୍ରେମିକ ସାଜିଥିବା କନେଷ୍ଟବଳକୁ ମହିଳାଥାନା ପୋଲିସ ଗିରଫ କରି କୋର୍ଟଚାଳଣ କରିଛି । ନାବାଳିକାଙ୍କୁ […]

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

କାମାକ୍ଷାନଗର, ୨୬/୫(ଏସଏସନିଉଜ) ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବିଇଓ ଅଫିସରେ କନିଷ୍ଠ କିରାଣି ଜୀବନାନନ୍ଦ ଶତପଥୀ ।ସ୍କୁଲ୍ ଏରିଅର୍ ବିଲ୍ କରାଇ ଦେବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ.ସେ ଧରାପଡିଛନ୍ତି ।  

ବାଇକ ଚୋରୀ କରିବା ପଡିଲା ମହଙ୍ଗା, ଧରାହେଲେ ୨

ଚୈାଦ୍ୱାର,୨୬/୫(ଏସଏସନିଉଜ)ଡାକ୍ତରଖାନା ବାହାରୁ ଚୋରୀ ହୋଇଥିବା ଗାଡିକୁ ଉଦ୍ଧାର କରିବା ସହ ଏହାକୁ ଚୋରୀ କରିଥିବା ଓ କିଣିଥିବା ଯୁବକଦ୍ୱୟକୁ ଗିରଫ କରି କୋର୍ଟଚାଳଣ କରିଛି ଚୈାଦ୍ୱାରଥାନା ପୋଲିସ । ପ୍ରକାସ ଯେ, ୨୨ତାରିଖରେ ଚୈାଦ୍ୱାରଥାନାରେ ଢେଙ୍କାନାଳର ଚିତରଞନପରିଡା ନାମକ ବ୍ୟକ୍ତି କରିଥିବା ଅଭିଯୋଗ ଅନୁଯାୟୀ ସେ ଗତ୨୧ତାରିଖ ରାତିରେ ଚାରିବାଟିଆରେ ଥିବା ଇଏସଆଇ ହସପିଟାଲରେ ଚିକିସ୍‌ା ହେଉଥିବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ।ହସ୍ପିଟାଲ ବାହାରେ ତାଙ୍କର ଓଡି୦୫-ଡବ୍ଲ୍ୟୁ-୨୦୬୬ନଂ ହିରୋହେଣ୍ଡା ବାଇକକୁ ଥୋଇ ଭିତରକୁ ଯାଇଥିଲେ ।ପରଦିନ […]

ବାବୁ ନନ୍ଦନକାନନ ଛାଡିବାକୁ ନାରାଜ!

ବାରଙ୍ଗ,୨୬/୫(ଏସଏସନିଉଜ)ବାବୁ ନନ୍ଦନକାନନ ଛାଡି ଯିବାକୁ ରାଜିନାହାନ୍ତି ।ବଦଳି ହେଲେ ମଧ୍ୟ ଧରାଧରି କରି ଏଠାରେ ରହିବାକୁ ଭାରି ଇଛା ।କାରଣ ନନ୍ଦନକାନନ ପ୍ରତି ଏତେ ଯେ ମମତା ରହିଛି ତାହା ଜୀବଜନ୍ତୁମାନଙ୍କ ମୃତ୍ୟୁ ଘଟଣା ପ୍ରମାଣ କରୁଛି ।ଅସୁସ୍ଥ ଜଳହସ୍ତୀକୁ ଚିକିସ୍‌ା କରିବାକୁ ଯାଇ ତା ପିଚାରେ ସିରିଞ ଛାଡିଦେବା ଘଟଣା ଏବେ ବି ଚର୍ଚ୍ଚାରେ ରହିଛି ।ଏହାହେଉଛି ଡାକ୍ତମାନଙ୍କର ଆନ୍ତରିକତା ।ସେଇଥିପାଇଁ ବୋଧେ ନନ୍ଦନକାନନ ଛାଡିବାକୁ ବାବୁମାନେ ରାଜି ନାହାନ୍ତି । ନନ୍ଦନକାନନ ୱେବ୍‌ସାଇଟରେ ଡ.ଶରତକୁମାର […]

ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ

ଭଦ୍ରକ, ୨୬/୫(ଏସଏସନିଉଜ) ଗ୍ରାମାଞ୍ଚଳ ଥାନା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛପଟୁ ଯାତ୍ରୀବାହୀ ଅଟୋ ପିଟିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଟ୍ରକଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଅଟୋଟି ଯାଜପୁରରୁ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକର ପଛପଟେ ବାଡ଼େଇଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚି ଆହତ ଅବସ୍ଥାରେ ଅଟୋ ମଧ୍ୟରୁ ଲୋକମାନଙ୍କୁ […]

ମାଟି ଭିତରୁ ଘଂଟାଏ ପରେ ଉଦ୍ଧାର ହେଲେ ଯୁବକ

ଆନନ୍ଦପୁର, ୨୬/୫(ଏସଏସନିଉଜ) କଇନିପୁରା ପାର୍ଶ୍ବରେ ପାଇପଲାଇନ୍ କାମ ଚାଲିଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ଏକ ଘରୋଇ କମ୍ପାନିର ପଶ୍ଚିମବଙ୍ଗର ଅଝମତ ଅଲ୍ଲୀ ନାମକ ଶ୍ରମିକ ପୋତି ହୋଇଯାଇଥିଲେ। ଗତକାଲି ଅପରାହ୍ନ ପ୍ରାୟ ୫.୪୫ ସମୟରେ ଏହି ଘଟଣା ଘଟିଥିଲା । ଅଝମତ ଅଲ୍ଲୀ ଙ୍କର କେବଳ ବାହାରକୁ କେବଳ ମୁଣ୍ଡ ଦେଖା ଯାଉଥିଲା।ଖବରପାଇ ସ୍ଥାନୀ ଗ୍ରାମବାସୀମାନେ ପହଁଚିବା ସହ ଘସିପୁରା ଅଗ୍ନିଶମ ବାହିନୀ କୁ ଖବରଦେଇଥିଲେ । ଅଗ୍ନିଶମ ବାହିନୀ କମ୭ଚାରୀମାନେ ଆସି ତାଙ୍କୁ […]

ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତ ଦେହ

ପୁରୀ,୨୬/୫(ଏସଏସନିଉଜ) ବ୍ରହ୍ମଗିରି ସାହୁପଡା ଗାଁରେ ପ୍ରେମିକାର ଘରୁ ପ୍ରେମିକର ଝୁଲନ୍ତା ମୃତଦେହ କୁ ଉଦ୍ଧାର କରିଛି ପୋଲିସ । ମୃତକ ଯୁବକ ହେଉଛନ୍ତି ସୁର୍ଯ୍ୟକାନ୍ତ ବିଶ୍ୱାଳ । ତେବେ ଉଭୟ ପ୍ରେମିକ ଏବଂ ପ୍ରେମିକାଙ୍କ ଘର ସାହୁପଡା ଗାଁର ହୋଇଥିବାବେଳେ ଏହି ଘଟଣା ପରେ ୨ ପରିବାର ଏବେ ମୁହାଁମୁହିଁ ହବା ସହ ଗାଁରେ ଉତେଜନା ଦେଖାଦେଇଛି । ପୁଅକୁ ହତ୍ୟା କରି ଫ୍ୟାନ୍ ରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ପରିବାରେ ଲୋକେ । […]

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କଟକ,୨୫/୫(ଏସ ଏସ ନିଉଜ)କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପୋଲିସ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।ଏହି ଘଟଣା ଆତ୍ମହତ୍ୟା ହୋଇଥାଇପାରେ ବୋଲି ବିଡ଼ାନାସୀ ପୋଲିସ ସନ୍ଦେହ କରିଛି ।

ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍

ଭଞ୍ଜନଗର,୨୫/୬(ଏସଏସନିଉଜ) ଗଞ୍ଜାମ ଭଞ୍ଜନଗର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ନିକଟରେ ପଶ୍ଚିମବଙ୍ଗକୁ ଯାଉଥିବା ଟୁରିଷ୍ଟ ବସ୍ଟି ଓଲଟିପଡିବା ଫଳରେ ୬ ଜଣଙ୍କର ମୃତ ହୋଇଥିବାବେଳେ ୩୭ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି । ମୃତକଙ୍କ ମଧ୍ୟରେ ୪ ମହିଳା, ଦୁଇ ପୁରୁଷ ହୋଇଥିବାବେଳେ ବସରେ ମୋଟ୍ ୭୭ ଜଣ ଥିଲେ । ଆହତମାନଙ୍କୁ ଯୁବକମାନେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ଏମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜିରେ , ୧୬ […]