Browsing category

ଅପରାଧ

ମେଡିକାଲରେ ମାଡ଼ିଗଲା ଆମ୍ବୁଲାନ୍ସ

ଭଦ୍ରକ, ୧/୬(ଏସଏସନିଉଜ) ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରକୁ ମାଡ଼ିଗଲା ଆମ୍ବୁଲାନ୍ସ ।ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଟିକେଟ୍ କାଟୁଥିବା ଲୋକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ । ହସ୍ପିଟାଲ କାମରେ ନିୟୋଜିତ ଥିବା ବୋଲେରୋଟିକୁ ଷ୍ଟାର୍ଟ କରୁ କରୁ ଆଗକୁ ମାଡିଯାଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଜଣେ ରୋଗୀ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ ଶିଶୁକୁ ନେଇ ୮ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ସେଥିମଧ୍ୟରୁ ୩ ଗୁରୁତରଙ୍କୁ ଭଦ୍ରକ […]

ଘର ଉପରକୁ ବୋମାମାଡ଼

ଆଠଗଡ଼,୧/୬(ଏସ ଏସ ନିଉଜ) ପୂର୍ବଶତ୍ରୁତାରୁ ଘର ଉପରକୁ ବୋମାମାଡ଼ ହୋଇଥିବାର ଜଣାପଡିଛି ।ଵୋମାମାଡ଼ ଘଟଣାରେ ୨ ଆହତ ହୋଇଥିବାର ଜଣାପଡିଛି । ତିଗିରିଆ ଥାନା ବନମାଳୀପୁର ଗାଁର ଶରତ ରାଉତଙ୍କ ଘରକୁ ବୋମାମାଡ଼ ହୋଇଛି ।ବୋମାମାଡ଼ରେ ପରିବାରର ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

କେକେଙ୍କ ମୁହଁ ମୁଣ୍ଡରେ କ୍ଷତ!

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣକୁମାର କୁନ୍ନାଟ ଓରଫ କକ କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇପଡି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।କେକେଙ୍କ ମୃତ୍ୟୁକୁ ନେଇ ଏବେ ବଢୁଛି ସସ୍ପେନ୍ସ ।ପଞ୍ଚନାମା ବେଳେ କେକେଙ୍କ ମୁହଁ, ମୁଣ୍ଡରେ ଆଘାତ ଚିହ୍ନ […]

ରାସ୍ତାକଡ଼ରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଚୌଦ୍ୱାର,୧/୬(ଏସ ଏସ ନିଉଜ)ରାସ୍ତାକଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଏନଏଚ-୫୫ର ନୁଣ୍ଟିକିରି ଛକ ନିକଟ ରାସ୍ତାକଡ଼ରୁ ଏହି ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଙଞଗ ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ୱାଳ ବୋଲି ଜଣାପଡିଛି। ହତ୍ୟା ସନ୍ଦେହରେ ଚୌଦ୍ୱାର ପୋଲିସର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ

ସମ୍ବଲପୁର,୩୧/୫(ଏସ ଏସ ନିଉଜ) ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଦୋକାନୀ ମୃତବରଣ କରିଛି ।ଏକ ବଡ଼ ସିଲିଣ୍ଡରରୁ ଛୋଟ ସିଲିଣ୍ଡରକୁ ରିଫିଲିଙ୍ଗ ବେଳେ ଏହି ଅଘଟଣ ଘଟିଛି । ଅଇଁଠାପାଲି ଥାନା କାଇଁସିରୀ ଗାଁର ଏକ ଦୋକାନରେ ଏହି ଅଘଟଣ ଘଟିଛି ।

ମହିଳା ପ୍ରଫେସରଙ୍କୁ ବଳାତ୍କାର ପରେ ବ୍ଲାକମେଲିଂ ଅଭିଯୋଗ !

ଭୁବନେଶ୍ୱର,୩୦/୫(ଏସଏସନିଉଜ) ଜଣେ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।ମହିଳାଜଣଙ୍କ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ପ୍ରଫେସର ଭାବେ କାଯ୍ୟ କରୁଥିଲେ । ପ୍ରଫେସରଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ସେ ପ୍ରାଥମିକ ଅଭିଯୋଗ ଛତିଶଗଡ଼ର କବୀରନଗର ଥାନାରେ କରିଥିଲେ ।ପରେ ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ସହକାରୀ ମହିଳା ପ୍ରଫେସରଙ୍କୁ ନିଶା ଦେଇ ସପ୍ତାହେ ଧରି […]

ବଡଭାଇ ଆକ୍ରମଣରେ ସାନଭାଇ ଓ ପତ୍ନୀ ଗୁରୁତର

ଆନନ୍ଦପୁର, ୩୦/୫(ଏସଏସନିଉଜ)ଦୁଇ ଭାଇଙ୍କ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି ।ଘସିପୁରା ଥାନା କେନ୍ଦୁଆ ଗାଁରେ ଜମିବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ ଘଟିଛି ।ସାମାନ୍ୟ ବଚସାକୁ କେନ୍ଦ୍ରକରି ୨ ବଡ଼ଭାଇ କୁରାଢିରେ ଆକ୍ରମଣ କରିଥିବା ସୂଚନା ମିଳିଛି ।ଘଟଣାପରେ ଗୁରୁତର ଅବସ୍ଥାରେ ସାନଭାଇ ଓ ତାଙ୍କ ପତ୍ନୀଙ୍କୁ ଘସିପୁରା ମେଡିକାଲରେ ଭର୍ତ୍ତି କରାଯାଇଛି ।

ମହୁମାଛି ନେଲା ଜୀବନ

ବାଙ୍କୀ,୩୦/୫(ଏସଏସନିଉଜ) ମହୁମାଛି ନେଲା ଛାତ୍ରର ଜୀବନ । ମହୁମାଛି ଆକ୍ରମଣରେ ଚାଲିଗଲା ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ । ବାଙ୍କୀ ପାଣ୍ଡବ ବଖରା ଗୁମ୍ଫା ବୁଲିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା ।ଛାତ୍ର ଜଣଙ୍କ ହେଉଛନ୍ତି ତାଳଚେରର ଶୁଭେନ୍ଦୁ ସାହୁ । ଗୁମ୍ଫା ଭିତରେ ବାଘୁଆ ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ।

ଚଳନ୍ତା ଅଟୋରେ ପଡିଲା ଗଛ

ଅନୁଗୁଳ,୨୭/୫(ଏସଏସ ନିଉଜ)ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ଖମାର ଥାନା ବାଲିପସି ନିକଟରେ ଚଳନ୍ତା ଅଟୋରେ ଗଛପଡ଼ିବା ଯୋଗୁ ଜଣଙ୍କର ମୃତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।ଘଟଣାରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ସମେତ ୯ ମାସର ଗର୍ଭବତୀ ପୁତୁରା, ପୁତୁରା ବୋହୂ ଗୁରୁତର ଆହତ ହୋଇଛି । ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇ ପଶି ଗାଁରେ ଘଟିଲା ଏହି ଘଟଣା । […]

ବ୍ୟାଙ୍କ ଆଗରେ ବୃଦ୍ଧ ଆଖୁ ଚାଷୀ ଦେଲେ ଧାରଣା

କଟକ,୨୭/୫(ଏସ ଏସ ନିଉଜ) ଜାଲ ଦସ୍ତଖତକରି ଆଖୁଚାଷୀଙ୍କ ଜମା ଖାତାରୁ ଟଙ୍କା ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି । କେନ୍ଦୁପାଟଣା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୬୭ ହଜାର ଟଙ୍କା ହଡ଼ପ ର ଅଭିଯୋଗ ହୋଇଛି । ଅଭିଯୋଗକାରୀ ବୃଦ୍ଧ ଆଖୁଚାଷୀଙ୍କର ବ୍ୟାଙ୍କ ସମୁଖରେ ଧାରଣା ପ୍ରଦର୍ଶନ।