Browsing category

ଅପରାଧ

ଫେରୁଥିବା ବେଳେ ଚଢ଼ିଗଲା ହାଇୱା

କେନ୍ଦ୍ରାପଡ଼ା,୬/୬(ଏସ ଏସ ନିଉଜ)ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଟିଉସନରୁ ଫେରୁଥିବା ବେଳେ ହାଇୱାଟି ଚଢ଼ିଯାଇଥିଲା ।ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିସଜନ୍ତି ।ମୃତ ଛାତ୍ରୀ ହେଉଛନ୍ତି ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁରର ସୁବାସ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଲେଙ୍କା ।

୨କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୬/୬(ଏସ ଏସ ନିଉଜ)ଭୁବନେଶ୍ୱରରୁ ୨ କେଜି ୫୮ ଗ୍ରାମ ବ୍ରାଉନସୁଗାର ଜବତ ହେବାସହ ଏହିଘଟଣାଇ ୩ ଗିରଫ ହୋଇଛନ୍ତି ।ଭୁବନେଶ୍ୱର ଏମ୍ସ୍ ନିକଟରେ ବିକ୍ରି ପାଇଁ ଡିଲ୍ ବେଳେ STFଦ୍ୱାରା ଜବତ କରାଯାଇଥିଲା ।ଗିରଫ ୩ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁର, ଖଣ୍ଡଗିରି ଓ ବାଲିପାଟଣା ଅଞ୍ଚଳର ।ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨କୋଟି ୫ଲକ୍ଷ ଟଙ୍କାର ହେବବୋଲି ସୂଚନା ମିଳିଛି ।

ପ୍ରେମିକର ଉନ୍ମତ୍ତ କାଣ୍ଡ

ନୀଳଗିରି,୫/୬(ଏସ ଏସ ନିଉଜ)ଏକତରଫା ଭଲ ପାଇଥିବା ପ୍ରେମିକ ଉନ୍ମତ୍ତ କାଣ୍ଡ ଭୁଆଇଛି ।ନିର୍ବନ୍ଧ ପାଇଁ କନ୍ୟା ଘରକୁ ଆସିଥିବା ବର ପକ୍ଷଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦେବାକୁ ପଛାଇନାହିଁ ।ଜଣେ ସହଯୋଗୀ ସହ ଭୁଜାଲି ଧରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିବାକୁ ପଛାଇନାହିଁ ।ଏମା ନଙ୍କ କାର୍ଯ୍ୟରେ ବିତୃଷ୍ନା ହୋଇ ଗାଁ ଲୋକେ ଦୁଇ ଯୁବକଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି ।ଯାହାଫଳରେ ଭୟରେ ବରପକ୍ଷ ଫେରିଯାଇ ଥିବା ସୂଚନା ମିଳିଛି ।

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର,୩/୬(ଏସ ଏସ ନିଉଜ)ବ୍ରହ୍ମପୁର ଜେଲ୍‌ର ବିଚାରାଧୀନ କଏଦୀ ମିଟୁ ବେହେରାଙ୍କ MKCGରେ ମୃତ୍ୟୁ ହୋଇଛି । ସକାଳେ ବ୍ରହ୍ମପୁର ଜେଲରେ ଅସୁସ୍ଥ ପରେ ଚିକିତ୍ସା ପାଇଁ MKCG ଅଣାଯାଇଥିଲା । ସେଠାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।ତେବେ ପୋଲିସ ମାଡ଼ରେ ମିଟୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ।

ପୁଣି ହାତୀର ମୃତଦେହ ଠାବ

କଟକ,୩/୬(ଏସ ଏସ ନିଉଜ) ଗୋପପୁର ରେଞ୍ଜ ଚନ୍ଦ୍ରଗିରି ଜଙ୍ଗଲରେ ଆଉ ଏକ ହାତୀର ଗଳିତ ମୃତଦେହ ଠାବ କରିଛି ବନବିଭାଗ। ୮ ଜଣିଆ ଏସ୍‌ଟିଏଫ୍‌ ଟିମ୍‌ର ତନାଘନା ପରେ ହାତୀର ମୃତଦେହକୁ ଠାବ କରାଯାଇପାରିଛି। ଗତକାଲି ପାଖାପାଖି ସ୍ଥାନରୁ ଏକ ହାତୀର ମୃତଦେହ ଠାବ ହୋଇଥିଲା ।

ଭିଜିଲାନ୍ସ ଜାଲରେ ପଡିଲେ ପୂର୍ଣ୍ଣଚନ୍ଦ୍ର

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅନୁସଚିବ, ଯୋଜନା ଓ ସମନ୍ୱୟ ବିଭାଗ ଉପସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ।ଏକ ବିଲ୍ କରାଇ ଦେବାକୁ କମ୍ପ୍ୟୁଟର ଫାର୍ମ ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

EDରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) EDରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।ପ୍ରଭାତ ତ୍ରିପାଠୀ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ହାଜର ହେଲେ ପ୍ରଭାତ ତ୍ରିପାଠୀ। ଆଜି ହାଜର ହେବା ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା .।

ଭୋଜି ଖାଇ ଯିବା ହେଲା କାଳ

ଦାରିଙ୍ଗବାଡ଼ି,୧/୬(ଏସଏସନିଉଜ) ଭୋଜି ଖାଇ ଯିବା ସାଜିଥିଲା କାଳ ।ଚାଲିଯାଇଥିଲା ଦୁଇଜଣଙ୍କର ଜୀବନ ।ଏହିଭଳି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ସାଲେଜୁ ଗ୍ରାମରେ ଘଟିଛି । ଟେରାବଡ଼ି ଗ୍ରାମରେ ଚାଲିଥିବା ଏକ ଭୋଜିରେ ଯୋଗ ଦେବା ପାଇଁ ମଦଡ଼ା ପ୍ରଧାନଙ୍କ ପୁଅ ଚିଣ୍ଟୁ ପ୍ରଧାନ,ଅଜିତ ପ୍ରଧାନଙ୍କ ପୁଅ ଅମ୍ପ ପ୍ରଧାନଓ ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ ପ୍ରଧାନ ଗୋଟିଏ ବାଇକ୍ ଯୋଗେ ଯାଉଥିଲେ । ସୁଲୁମା ଗ୍ରାମ ନିକଟ ବୁଲାଣିରେ ତାଙ୍କ ବାଇକଟି ଭାରସାମ୍ୟ ହରାଇ […]

ଚୌଦ୍ୱାରରେ ଚାଞ୍ଚଲ୍ୟ

ଚୌଦ୍ୱାର, ୧/୬(ଏସଏସନିଉଜ) ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥର ନୁଣ୍ଟିକିରି ନିକଟସ୍ଥ ଚାଉଳିଆ ପୋଲ ନିକଟରେ ଦୁର୍ଗା ବଜାର ବାସିନ୍ଦା ଗାଡ଼ି ମାଲିକ ତଥା ଡ଼୍ରାଇଭର ଲୋକନାଥ ବିଶ୍ଵାଳଙ୍କୁ ନୃଶଂସ ହତ୍ୟା କରାଯାଇଛି ।ଖବରପାଇ ପୋଲିସ ପହଁଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ , ୧/୬(ଏସଏସନିଉଜ) ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ହିନ୍ଦୋଳ ଏସଡିପିଓ ମଳୟ ନାୟକ । ଜଣେ ପଥର ଖଣି ଲିଜଧାରୀଙ୍କଠାରୁ ୩୦ହଜାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ । କାରନ୍ଦା ଛକରେ ଲାଞ୍ଚ ନେଉଥିବା ତାଙ୍କୁ କଟକ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି ।