Browsing category

ଅପରାଧ

ସାବଧାନ ହୋଇଯାଆନ୍ତୁ!

ଭୁବନେଶ୍ୱର, ୧୩/୬(ଏସନିଉଜ)ସାବଧାନ ହୋଇଯାଆନ୍ତୁ ! ଖୁବଶୀଘ୍ର କାର‌୍ୟ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା ।ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଗାଡ଼ିଚାଳକମାନେ ଆଉ ଖସି ପାରିବେନି । ପରିବହନ ବିଭାଗ ପକ୍ଷରୁ ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥରେ ନିୟୋଜିତ […]

ଯୁବକର ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)ରାଜଧାନୀରେ ମାନସିକ ଅନଗ୍ରସର ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛି । ଭିଏସ୍ଏସ୍ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣଙ୍କ ଆକ୍ରମଣ କରିଛି ।ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମାନସିକ ଅନଗ୍ରସର ଯୁବକର ଘର ଛତିଶଗଡ଼ ବୋଲି ଜଣାପଡିଛି ।

କଡା କାର୍ଯ୍ୟାନୁଷ୍ଠାନର ସୂଚନା ଦେଲେ ପିସିସିଏଫ୍

ଆଠଗଡ଼,୧୩/୬(ଏସ ଏସ ନିଉଜ)ଆଠଗଡ଼ ବଡ଼ମ୍ବା ରେଞ୍ଜରେ ୨ ହାତୀ କଙ୍କାଳ ମିଳିବା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ର ସୂଚନା ଦେଲେ ପିସିସିଏଫ୍ ଶଶି ପଲ୍ ।ଦରକାର ପଡ଼ିଲେ ଆଠଗଡ଼ DFO ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି କହିଲେ ।ଏଯାବତ ଏହି ଘଟଣାରେ ଜଣେ ରେଞ୍ଜରଙ୍କ ସମେତ ୫ ଜଣ ସସ୍ ପେଣ୍ଡ ହୋଇଛନ୍ତି ।

ଓଲଟିଲା ଯାତ୍ରୀବାହୀ ବସ୍

ମାଲକାନଗିରି,୧୩/୬(ଏସ ଏସ ନିଉଜ) ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ୫ ଯାତ୍ରୀ ମୃତୁ ବରଣ କରିଥିବାର ସୂଚନା ମିଳିଛି । ବିଜୟୱାଡାରୁ ଯାତ୍ରୀଙ୍କୁ ନେଇ ଭବାନୀ ପାଟଣା କୁ ଆସୁଥିବା ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଓଡ଼ିଶାର ବୋଲି ଜଣାପଡିଛି ।

ମାଙ୍କଡ଼ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

କଣ୍ଟାମାଳ,୧୨/୬(ଏସ ଏସ ନିଉଜ) କୂଅରୁ ମାଙ୍କଡ଼ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ମୃତ ବରଣ କରିଛି ।ଏହାସହ ଅନ୍ୟ ଜଣେ ଯୁବକ ଗୁରୁତର ଓ ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ ଏହି ଅଘଟଣ ଘଟିଛି ।କୂଅରେ ଫସିଥିବା ମାଙ୍କଡ଼କୁ ଉଦ୍ଧାର ପାଇଁ ଯାଇ ଫସିଥିଲେ ୩ ଯୁବକ ।

ଜଳିଗଲା ପାଣି ପାଇପ

ବିନିକା,୧୨/୬(ଏସ ଏସ ନିଉଜ)ଡୁଙ୍ଗୁରିପାଲି ବେହେରା ମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଅଗ୍ନିକାଣ୍ଡ ଘଟିଛି ।ବିଲ ନିଆଁରୁ ନିଆଁ ଲାଗି ମେଗା ପ୍ରୋଜେକ୍ଟ ପାଇଁ ଗଚ୍ଛିତ କୋଟି କୋଟି ଟଙ୍କାର ପାଣି ପାଇପ ଜଲୁହାଇଛି ।ବିଲରେ ନଡ଼ା ପୋଡ଼ିବା ପାଇଁ କେହି ନିଆଁ ଲଗାଇଥିବା ସନ୍ଦେହ କରା ଯାଉଛି ।

ପୁଣି ଜଳିଲା

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ) ମାର୍କେଟ୍‌ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍‌ ଧୂଆଁମୟ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ।

୨୦କେଜି ଗଞ୍ଜେଇ ଜବତ

ଭୁବନେଶ୍ବର,୧୨/୬(ଏସ ଏସ ନିଉଜ) ଭୁବନେଶ୍ବର ରେଲୱେ ଷ୍ଟେସନରୁ ୨୦ କେଜି ଗଞ୍ଜେଇ ଜବତ ହୋଇଛି ।ଏହାସହ ଜଣକୁ ଗିରଫ କଲା RPF କ୍ରାଇମବ୍ରାଞ୍ଚ । ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଟ୍ରାଭେଲ ବ୍ୟାଗରେ ଖୋର୍ଦ୍ଧାରୁ ହରିଦ୍ବାର ଗଞ୍ଜେଇଚାଲାଣହେଉଥିଲା । କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଯାଉଥିଲେ ଗଞ୍ଜେଇ ବେପାରୀ ।

ରେଳରୋକ କଲେ ଲୋକ

ସୁନ୍ଦରଗଡ଼,୧୨/୬(ଏସ ଏସ ନିଉଜ)ପୂର୍ବଭଳି ଟ୍ରେନ୍ ରହଣି ଦାବିରେ ହେମଗିରି ଥାନା କନିକା ଷ୍ଟେସନରେ ସ୍ଥାନୀୟ ଲୋକ ରେଳରୋକ କରିଛନ୍ତି ।,ମାଲବାହୀ ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ପାସେଞ୍ଜର ଟ୍ରେନ୍ କିଛି ସମୟ ପାଇଁ ଅଟକ ରହୁଥିବାର ଅଭିଯୋଗ ହୋଇଛି ।

୧୮୦ ମିଲିସିଆ ଆତ୍ମସମର୍ପଣ

ଚିତ୍ରକୋଣ୍ଡା,୧୧/୬(ଏସ ଏସ ନିଉଜ)ଯନ୍ତ୍ରୀ ପଞ୍ଚାୟତର ୩ଟି ଗାଁର ୧୮୦ ରୁ ଉର୍ଦ୍ଧ୍ଵ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।ଡାବୁଗୁଡ଼ା, ଧାକୋଡ଼ପଦର ଓ ଆର୍ଲିଙ୍ଗଯୋଡ଼ା ଗାଁର ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।ଚିତ୍ରକୋଣ୍ଡା ଏସଡିପିଓ ଏବଂ ବିଡିଓଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ ସହ ମାଓବାଦୀ ଦେଇଥିବା ପୋଷାକକୁ ନିଆଁରେ ପୋଡ଼ିଦେଇଥିବାର ଦେଖିବାକୁ ମିଳିଛି ।