Browsing category

ଅପରାଧ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ବୈାଦ୍ଧ,୮/୬(ଏସଏସନିୟୁଜ)ଗତକାଲି ଏସଟିଏଫ ଓ ଜଙ୍ଗଲବିଭାଗ କର୍ମଚାରୀଙ୍କ ମିଳିତ ଚଢଉ କରି ଖଣ୍ଟିଗୁରା ଗାଁ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବାସହ ଏହାକୁ ବିକ୍ରିକରିବାପାଇଁ ଉଦ୍ୟମକରୁଥିବା ବେଳେ ବିଶେଶ୍ୱରବାଗର୍ତୀ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି ।ତାଠାରୁ ୧୨କେଜି ୪୦୦ଗ୍ରାମ ଓଜନର ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବୈାଦ୍ଧ ବନବିଭଗକୁ ହସ୍ତାନ୍ତର କରାଯାଇଛି ।  

ପୁଣି ଫଟୋ ଭାଇରାଲ୍‌

ପୁରୀ, ୮/୬(ଏସଏସନିୟୁଜ) ଶ୍ରୀମନ୍ଦିର ଭିତରର ଫଟୋ ପୁଣିଥରେ ଭାଇରାଲ୍ ହୋଇଛି । ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଥିବାବେଳେ ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ୍ ହେବା ନେଇ ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।ଭଦ୍ରକର ସଞ୍ଜୟ ପାଢ଼ୀଶର୍ମା ନାମକ ଜଣେ ଜ୍ୟୋତିଷ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଶ୍ରୀମନ୍ଦିରର ଭିତରେ ମ।ଲକ୍ଷ୍ମୀ ମନ୍ଦିର ନିକଟରେ ଉଠାଯାଇଥିବା ଫଟୋକୁ ପୋଷ୍ଟ କରିଛନ୍ତି।ଏକାସଙ୍ଗରେ ୪ଟି ଫଟୋ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଏ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ […]

କାଲି ଠିକ,ଆଜି ମାନସିକ ରୋଗୀ !

ଭୁବନେଶ୍ୱର,୭/୬(ଏସଏସନିଉଜ) କାଲି ଠିକଠାକ ଥିଲା । ପୋଲିସ ଓ ମଦ ମାଫିଆଙ୍କ ଅସାଧୁ ମଧୁଚନ୍ଦ୍ରିକାର ପେଡି ଖୋଲିଥିଲେ ।ଆଜି ଏକ ଭିଡିଓ ଜାରିକରି ନିଜର ମାନସିକସ୍ଥିତି ଠିକ୍ ନଥିବାରୁ କେଉଁ କଥା କେତେବେଳେ କହୁଛନ୍ତି ଜାଣି ପାରୁ ନାହାଁନ୍ତି ବୋଲି କହିଛନ୍ତି ପୁରୀ ଅବକାରୀ ବିଭାଗ ନୀରିକ୍ଷକ ସଂଜୟ ପଣ୍ଡା । ଗତକାଲି ଅଭିଯୋଗ ଆଣିବା ପରେ ଆଜି ଠାରୁ ହଠାତ୍ ସେ ଛୁଟିରେ ଚାଲି ଯାଇଛନ୍ତି ।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଦିନକ […]

ତିନି ହଜାର ଟଙ୍କାପାଇଁ ଧରାପଡିଲେ ପୋଲିସ ବାବୁ

ବ୍ରହ୍ମପୁର, ୭/୬(ଏସଏସନିଉଜ) ତିନି ହଜାର ଟଙ୍କା ଲାଞ୍ଚ ନେଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଏଏସ୍‌ଆଇ ମାନସ କୁମାର ରାଉତ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଏକ ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ ଏଏସ୍‌ଆଇ ଶ୍ରୀ ରାଉତ ଅଭିଯୋଗକାରୀଙ୍କୁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯୋଜନାମୁତାବକ ଭିଜିଲାନ୍ସ ହାତ‌ରେ ଧରାପଡ଼ିଥିଲେ ।ପାଣ୍ଡି ସମ୍ମୁଖରେ ଥିବା ଏକ ପାନ ଦୋକାନ ନିକଟରେ ଶ୍ରୀ ରାଉତ ଆଜି ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ […]

ଛିନତାଇ ଘଟଣାରେ ଧରାହେଲେ ୩

ଜଟଣୀ, ୭/୬(ଏସଏସନିଉଜ)ଜଟଣୀ ଥାନା ପୋଲିସ ଏକ ଛିନତାଇ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛନ୍ତି । ସେମାନେ ହେଲେ ମିଲୁ ଓରଫ ଲିପୁନଦାସ,ଗୁଡୁ ଓରଫ ଅଭିଷେକ ମହାପାତ୍ର ଓ ପ୍ରତାପଭୋଇ ।ସେମାନଙ୍କଠାରୁ ପୋଲିସ ବାଜାଜ ପଲସର,ଆପାଜି,ଲାପଟପ,୪୬ଟି ମୋବାଇଲଫୋନ ଜବତ କରିଛି । ସୂଚନା ଯୋଗ୍ୟ ଯେ, ଗତ୩ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ନିଜ ପତ୍ନୀଙ୍କ ସହ ହରିଭାଇନା ଛକରୁ ଜଟଣୀ ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଷଣ୍ଢପୁର ନିକଟରେ ନିମ୍ନୋକ୍ତ ୩ଜଣ ଅଭିଯୁକ୍ତ ଏକ […]

ପୂର୍ବତନସରପଞ୍ଚଙ୍କ ସହ ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୭/୬(ଏସଏସନିଉଜ) ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ବଚସାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ତିନିଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରାଯାଇଛି ।ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ଘଟିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।    

ପୁଣି ଲାଗିଲା ମାଓ ପୋଷ୍ଟର

ମାଲକାନଗିରି ,୭/୬(ଏସଏସନିଉଜ) ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ମାଓ ପୋଷ୍ଟର ଉଲ୍ଲେଖ ରହିଛି ।ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଲାଗିଥିବା ଏହି ପୋଷ୍ଟର ଗୁଡିକରେ ମିତଲ କମ୍ପାନୀ ପକ୍ଷରୁ କରାଯାଉଥିବା ପାଇପ ଲାଇନ କାମକୁ ବିରୋଧ,ପୁଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ କରିବା ନାମରେ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରିବା ସାହ ଏହାକୁ ବନ୍ଦ ନ କରାଗଲେ ପ୍ରଜା କୋର୍ଟରେ ଦଣ୍ଡିତ କରି ମୃତ୍ୟୁ ଦଣ୍ଡ […]

ବଦଳିଲେ ମୁକ୍ତାକାଶ ଜେଲର

ବାରଙ୍ଗ,୭/୬(ଏସଏସନିଉଜ)ଜାମୁଝରି ସ୍ଥିତ ବିଜୁପଟନା ୟକ ମୁକ୍ତାକାଶ କାରାଶ୍ରମ ରେ କାର୍ଯ୍ୟରତ ଜେଲର ସ୍ମିତା ମହାନ୍ତି ଙ୍କର ଏଠାରୁ ବଦଳି ହୋଇଛି ।ସେ ନିମାପଡା ସ୍ଥିତ ସବ ଜେଲକୁ ଜେଲର ରୂପେ ବଦଳି ହୋଇଛି ।ତାଙ୍କ ସ୍ଥାନରେ ବାଙ୍କୀ ସବ ଜେଲର ଜେଲର ଅଶୋକ କୁମାର ବେହେରାଙ୍କୁ ଏଠାରେ ନିଯୁକ୍ତି କରାଯାଇଛି ।ବର୍ତ୍ତମାନ କରାଶ୍ରମରେ ୨୮ଜଣ ଅନ୍ତେବାସୀ କଏଦୀ ଥିବାବେଳେ ୧୯ଜଣ ଛୁଟିରେ ରହିଛନ୍ତି ।କରାଶ୍ରମରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ଜଣେ ଅଧିକ୍ଷକ,ଜଣେ ଜେଲର,ଦୁଇଜଣ ଆସିଷ୍ଟାଣ୍ଡ […]

ସ୍କୁଟି ଡ଼ିକିରୁ ନେଇଗଲେ ଏକଲକ୍ଷଚାଳିଶ ହଜାର ଟଙ୍କା

ବୈଶିଙ୍ଗା, ୬/୬(ଏସଏସନିଉଜ)ଥାନାଠାରୁ ଅଳ୍ପଦୁରରୁ ବୈଶିଙ୍ଗା ବଜାର ସ୍ଥିତ ଲ୍ୟାମ୍ପ ସାମ୍ନାରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ସ୍କୁଟି ଡ଼ିକି ଭାଙ୍ଗି ଏକ ଲକ୍ଷ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ରବିନାରାୟଣ ପଣ୍ଡା ନାମକ ବ୍ୟକ୍ତି ଦୁଇ ଲକ୍ଷ ଅଶୀ ହଜାର ଟଙ୍କା ଉଠାଇ ସକୁଟି ଡିକିରେ ରଖିଥିଲେ ।ପରେ ବୈଶିଙ୍ଗା-ରୁପ୍ସା ରାସ୍ତାର ଲ୍ୟାମ୍ପ ସାମ୍ନାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଥିବା ବିଶ୍ୱକର୍ମା ଟ୍ରେଡ଼ର୍ସ ଦୋକାନ ସମ୍ମୁଖରେ […]

ଅନ୍ତଃରାଜ୍ୟ ଡକାୟତ ଗିରଫ

ବଡ଼ବିଲ, ୬/୬(ଏସଏସନିଉଜ) ବନ୍ଧୁକ ମୁନରେ ହୋଇଥିବା ଲୁଟ୍ ଘଟଣାର ପୁଲିସ ପର୍ଦ୍ଦଫାସ କରିବାସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫକରି ସେମାନଙ୍କଠାରୁ ରାଇଫଲ ସହ ୨୬ ରାଉଣ୍ଡ ଗୁଳି ଜବତ କରିଛି ।ଏହି ୫ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ପୁଲିସ ମିଳିତଭାବେ ଚଢ଼ଉ କରି ଗିରଫ କରିଛି।ଏହାସହ ବଡ଼ବିଲସ୍ଥିତ ଠାକୁରାଣୀ ଓ ଭାଦ୍ରସ।ହିରେ ଡକାୟତି ସମୟରେ ବ୍ୟବହାର କରିଥିବା ଏକ ସ୍କୁଟିକୁ ପୁଲିସ ଜବତ କରିଛି।ଏହି ଗ୍ୟାଙ୍ଗ ବଡ଼ବିଲ ଓ ମୟୂରଭଞ୍ଜ ରାଇରଙ୍ଗପୁର ଅଞ୍ଚଳରେ […]