ରେଳରୋକ କଲେ ଲୋକ
ସୁନ୍ଦରଗଡ଼,୧୨/୬(ଏସ ଏସ ନିଉଜ)ପୂର୍ବଭଳି ଟ୍ରେନ୍ ରହଣି ଦାବିରେ ହେମଗିରି ଥାନା କନିକା ଷ୍ଟେସନରେ ସ୍ଥାନୀୟ ଲୋକ ରେଳରୋକ କରିଛନ୍ତି ।,ମାଲବାହୀ ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ପାସେଞ୍ଜର ଟ୍ରେନ୍ କିଛି ସମୟ ପାଇଁ ଅଟକ ରହୁଥିବାର ଅଭିଯୋଗ ହୋଇଛି ।
Browsing category
ସୁନ୍ଦରଗଡ଼,୧୨/୬(ଏସ ଏସ ନିଉଜ)ପୂର୍ବଭଳି ଟ୍ରେନ୍ ରହଣି ଦାବିରେ ହେମଗିରି ଥାନା କନିକା ଷ୍ଟେସନରେ ସ୍ଥାନୀୟ ଲୋକ ରେଳରୋକ କରିଛନ୍ତି ।,ମାଲବାହୀ ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ପାସେଞ୍ଜର ଟ୍ରେନ୍ କିଛି ସମୟ ପାଇଁ ଅଟକ ରହୁଥିବାର ଅଭିଯୋଗ ହୋଇଛି ।
ଚିତ୍ରକୋଣ୍ଡା,୧୧/୬(ଏସ ଏସ ନିଉଜ)ଯନ୍ତ୍ରୀ ପଞ୍ଚାୟତର ୩ଟି ଗାଁର ୧୮୦ ରୁ ଉର୍ଦ୍ଧ୍ଵ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।ଡାବୁଗୁଡ଼ା, ଧାକୋଡ଼ପଦର ଓ ଆର୍ଲିଙ୍ଗଯୋଡ଼ା ଗାଁର ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।ଚିତ୍ରକୋଣ୍ଡା ଏସଡିପିଓ ଏବଂ ବିଡିଓଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ ସହ ମାଓବାଦୀ ଦେଇଥିବା ପୋଷାକକୁ ନିଆଁରେ ପୋଡ଼ିଦେଇଥିବାର ଦେଖିବାକୁ ମିଳିଛି ।
ଭୁବନେଶ୍ୱର, ୯/୬(ଏସଏସନିଉଜ) ଘାଟିକିଆରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ସ୍ୱାମୀ ସଂଜିତ ଦାସ କରିଥିବାର ଜଣାପଡିଛି । ସଂଜିତ ଜଣେ ନିୟମିତ ନିଶା ସେବନକାରୀ ହୋଇଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ନିୟମିତ ପାଟିତୁଣ୍ଡ ହେଉଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।ଏହାସହ ଗତ ୪ ଦିନ ତଳେ ସ୍ତ୍ରୀ ପୁଣି ଏକ କନ୍ୟା ସନ୍ତାନ ଜନ୍ମ କରିବାକୁ ନେଇ ଘରେ କଳି ହେଉଥିଲା । […]
ଭଦ୍ରକ,୯/୬(ଏସଏସନିଉଜ) ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ନିକଟରେ ଜଣେ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟିନେଇଛନ୍ତି । ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୧୨ ଲକ୍ଷ ୪୬ ହଜାର ଟଙ୍କା ଉଠାଇଥିଲେ। ବ୍ୟାଗରେରେ ଟଙ୍କାରଖି ବ୍ୟାଙ୍କରୁ ବାହାରିବାବେଳେ କଳା ପଲସର୍ ରେ ଆସି ଦୁଇଜଣ ଲୁଟେରା ତାଙ୍କ ନିକଟରୁ […]
ବାରଙ୍ଗ,୮/୫(ଏସଏସନିଉଜ)ବାଙ୍କୀ ପଟରୁ ଅଙ୍ଗାରପଡା ଦେଇ ଯାଉଥିବା ଏକ ଦେଶୀ ମଦ ବୋଝେଇ ଅଟୋକୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ମଙ୍ଗଳବାର ରାତିରେ ଜବତ କରିଛି ।ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଅଙ୍ଗାର ପଡା ଗାଁ ମୁଣ୍ଡରେ ଜଗିରହିଥିଲେ ।ଏହି ସମୟରେ ଓଆର ୦୨-ବିଜି-୬୯୪୨ ନମ୍ବର ଅଟୋଟି ଦ୍ରୁତଗତିରେ ଆସୁଥିବାବେଳେ ତାକୁ ରୋକିଥିଲେ ।ଅଟୋରେ ଥିବା ୬ଟି ବ୍ଲାଡରରେ ଥିବା ୧୫୦ଲିଟର ଦେଶୀ ମଦ କୁ ଜବତ କରିବା ସହ ଅଟୋ ଚାଳକ ରମେଶ ସ୍ୱାଇଁଙ୍କୁ ଗିରଫ କରି […]
ମାଲକାନଗିରି, ୯/୬(ଏସଏସନିଉଜ) କାଲିମେଳା ଏମଭି ୧୨୬ ଠାରେ ଗ୍ରାମବାସୀମାନେ ଟାୟାର ଜାଳି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ଯାହାଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଜମି ବିବାଦକୁ ନେଇ ଗ୍ରାମବାସୀମାନେ ଏପରିକରିଥିବାର ଜଣାପଡିଛି ।ଜାକଲକୁଣ୍ଡି ମୌଜାର ସରକାରୀ ଜମିକୁ ଗ୍ରାମବାସୀଙ୍କ ଦଖଲ କରିଥିବାବେଳେ ଅନ୍ୟ ସମ୍ପ୍ରଦାୟର ଲୋକେ ରାତାରାତି ମାଡ଼ି ବସିଥିବା ଅଭିଯୋଗ କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି ।
ଜଟଣୀ, ୯/୬(ଏସଏସନିଉଜ) ଜଟଣୀ ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ କୁଖ୍ୟାତ ଅପରାଧୀ ।ସେମାନେ ହେଲେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ ,ଦୀପ୍ତିରଂଜନ ଜେନା ଓରଫ ଦୀପୁ ଏବଂ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ଓରଫ କୁନ୍ଥା । ପୁଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୧୩ଟି ଗୁଳି, ଗୋଟିଏ କାର୍, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଜବତ କରିଛି।ତେବେ କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ସୁପାରି କିଲର୍ […]
କେନ୍ଦ୍ରାପଡ଼ା, ୯/୬(ଏସଏସନିଉଜ) ସଦର ଥାନା ଅନ୍ତର୍ଗତ ମାଗୁରା ଗଣ୍ଡପାଟଣା ଗାଁରେ ବାଲି ଅତଡ଼ା ଖସି ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ଘର ନିକଟରେ ଗଦାହୋଇରହିଥିବା ବାଲିଗଦାରେ ଗାତଖୋଳି ଖେଳୁଥିବାବେଳେ ହଠାତ୍ ଅତଡ଼ା ଧସିଯିବାରୁ ସେମାନେ ବାଲି ଭିତରେ ପୋତି ହୋଇଯାଇଥିଲେ। ବିଳମ୍ବିତ ରାତିରେ ପରିବାରଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ।କିନ୍ତୁ ସେସମୟବେଳକୁ ଦୁଇନାବାଳକ ଦୁଇଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।ଏହି ଅଭାବନୀୟ ଘଟଣାକୁ େଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଢେଙ୍କାନାଳ ,୯/୬(ଏସଏସନିଉଜ) ବୁଧବାର ରାତିରେ ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକ ବିଭୂତି ସାହୁ ଙ୍କ ତଣ୍ଟି କାଟିଦେଲେ ଗୁପ୍ଚୁପ୍ ବ୍ୟବସାୟୀ ଜଗନ୍ନାଥ ସାହୁ ଓରଫ ଯୋଗିଆ ।ରାତିରେ ନିଶାସକ୍ତ ଅବସ୍ଥାରେ ବିଭୂତି ଠେଲା ନିକଟକୁ ଆସି ଗୁପ୍ଚୁପ୍ ଖାଇ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା କ୍ରମାନ୍ୱୟରେ ଏହା ଉଗ୍ରରୂପ ଧାରଣା କରିଥିଲା […]
ଭୁବନେଶ୍ୱର,୮/୬(ଏସଏସ ନିଉଜ) ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ସରକାରୀ ଅନୁଦାନରେ ଘର ଖଣ୍ଡେ ପାଇବା ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି ।ମହିଳା ଜଣଙ୍କ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କଲା ବେଳେ ପୋଲିସ କାବୁ କରିଛି ।ଦୀର୍ଘ ୫ ବର୍ଷ ହେଲା ଜିଲ୍ଲାପାଳଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁନଥିବାର ମହିଳା ଜଣଙ୍କ କହିଛନ୍ତି ।