୧୪୪ ଧାରା ଜାରି

ରାଉରକେଲା,୧୪/୬(ଏସଏସନିଉଜ) ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲାରେ ଜିଲ୍ଲାପ୍ରଶାସନ ୧୪୪ ଧାରା ଜାରି କରିଛି । ପାନପୋଷ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ଲାଣ୍ଟସାଇଟ, ଉଦିତନଗର, ରଘୁନାଥପାଲି, ବ୍ରହ୍ମଣୀତରଙ୍ଗ ଓ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ ଏହି କଟକଣା ଲାଗୁ ହବାସହ ଲାଠିକଟା, ବନ୍ଧମୁଣ୍ଡା ଓ ବିଶ୍ରା ଥାନା କ୍ଷେତ୍ରରେ ମଧ୍ୟ ଧାର୍ମିକ ଶୋଭାଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଜୁନ ୧୩ରୁ ୧୭ ତାରିଖ ମଧ୍ୟରାତ୍ର ପର‌୍ୟ୍ୟନ୍ତ ଜାରି ରହିବ ବୋଲି ଜଣାପଡଛି ।ଏହାସହିତ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

Comments (0)
Add Comment