Browsing category

ଅପରାଧ

ଜଳିଗଲା ଟ୍ରାନ୍ସଫର୍ମର

ଭୁବନେଶ୍ୱର,୧୩/୬(ଏସନିଉଜ) ସହିଦ ନଗର ଥାନା ଅଞ୍ଚଳରେ ଜଳିଗଲା ଟ୍ରାନ୍ସଫର୍ମର । ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍ ଜଳିଯାଇଥିବା ସୂଚନାମୋଳିଛି । ରାସ୍ତାକଡରେ ଅଗ୍ନିକାଣ୍ଡ ଦେଖି ଲୋକମାନେ ଆତଙ୍କିତ ହୋଇଯାଇଥରଲେ । କେଉଁ କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଲା ସେନେଇ ଜଣାପଡ଼ିନାହିଁ ।

୫ହଜାର ଟଙ୍କା ଲାଞ୍ଚ ପଡିଲା ମହଙ୍ଗା

ଆସିକା,୧୩/୬(ଏସଏସ ନିଉଜ)୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ବିଇଓ (BEO) କାର୍ଯ୍ୟାଳୟର କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନ । ନବଘନ ଗୈାଡ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ବେନିଫିଟ୍ ସାର୍ଟିଫିକେଟ କରାଇ ଦେବାପାଇଁ, ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ସଂପୃକ୍ତ କିରାଣୀ ।ଏହି ସମୟରେ ଧରାପଡିଥିଲେ।

ସାବଧାନ ହୋଇଯାଆନ୍ତୁ!

ଭୁବନେଶ୍ୱର, ୧୩/୬(ଏସନିଉଜ)ସାବଧାନ ହୋଇଯାଆନ୍ତୁ ! ଖୁବଶୀଘ୍ର କାର‌୍ୟ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା ।ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଗାଡ଼ିଚାଳକମାନେ ଆଉ ଖସି ପାରିବେନି । ପରିବହନ ବିଭାଗ ପକ୍ଷରୁ ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥରେ ନିୟୋଜିତ […]

ଯୁବକର ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)ରାଜଧାନୀରେ ମାନସିକ ଅନଗ୍ରସର ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛି । ଭିଏସ୍ଏସ୍ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣଙ୍କ ଆକ୍ରମଣ କରିଛି ।ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମାନସିକ ଅନଗ୍ରସର ଯୁବକର ଘର ଛତିଶଗଡ଼ ବୋଲି ଜଣାପଡିଛି ।

କଡା କାର୍ଯ୍ୟାନୁଷ୍ଠାନର ସୂଚନା ଦେଲେ ପିସିସିଏଫ୍

ଆଠଗଡ଼,୧୩/୬(ଏସ ଏସ ନିଉଜ)ଆଠଗଡ଼ ବଡ଼ମ୍ବା ରେଞ୍ଜରେ ୨ ହାତୀ କଙ୍କାଳ ମିଳିବା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ର ସୂଚନା ଦେଲେ ପିସିସିଏଫ୍ ଶଶି ପଲ୍ ।ଦରକାର ପଡ଼ିଲେ ଆଠଗଡ଼ DFO ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି କହିଲେ ।ଏଯାବତ ଏହି ଘଟଣାରେ ଜଣେ ରେଞ୍ଜରଙ୍କ ସମେତ ୫ ଜଣ ସସ୍ ପେଣ୍ଡ ହୋଇଛନ୍ତି ।

ଓଲଟିଲା ଯାତ୍ରୀବାହୀ ବସ୍

ମାଲକାନଗିରି,୧୩/୬(ଏସ ଏସ ନିଉଜ) ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ୫ ଯାତ୍ରୀ ମୃତୁ ବରଣ କରିଥିବାର ସୂଚନା ମିଳିଛି । ବିଜୟୱାଡାରୁ ଯାତ୍ରୀଙ୍କୁ ନେଇ ଭବାନୀ ପାଟଣା କୁ ଆସୁଥିବା ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଓଡ଼ିଶାର ବୋଲି ଜଣାପଡିଛି ।

ମାଙ୍କଡ଼ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

କଣ୍ଟାମାଳ,୧୨/୬(ଏସ ଏସ ନିଉଜ) କୂଅରୁ ମାଙ୍କଡ଼ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ମୃତ ବରଣ କରିଛି ।ଏହାସହ ଅନ୍ୟ ଜଣେ ଯୁବକ ଗୁରୁତର ଓ ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ ଏହି ଅଘଟଣ ଘଟିଛି ।କୂଅରେ ଫସିଥିବା ମାଙ୍କଡ଼କୁ ଉଦ୍ଧାର ପାଇଁ ଯାଇ ଫସିଥିଲେ ୩ ଯୁବକ ।

ଜଳିଗଲା ପାଣି ପାଇପ

ବିନିକା,୧୨/୬(ଏସ ଏସ ନିଉଜ)ଡୁଙ୍ଗୁରିପାଲି ବେହେରା ମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଅଗ୍ନିକାଣ୍ଡ ଘଟିଛି ।ବିଲ ନିଆଁରୁ ନିଆଁ ଲାଗି ମେଗା ପ୍ରୋଜେକ୍ଟ ପାଇଁ ଗଚ୍ଛିତ କୋଟି କୋଟି ଟଙ୍କାର ପାଣି ପାଇପ ଜଲୁହାଇଛି ।ବିଲରେ ନଡ଼ା ପୋଡ଼ିବା ପାଇଁ କେହି ନିଆଁ ଲଗାଇଥିବା ସନ୍ଦେହ କରା ଯାଉଛି ।

ପୁଣି ଜଳିଲା

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ) ମାର୍କେଟ୍‌ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍‌ ଧୂଆଁମୟ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ।

୨୦କେଜି ଗଞ୍ଜେଇ ଜବତ

ଭୁବନେଶ୍ବର,୧୨/୬(ଏସ ଏସ ନିଉଜ) ଭୁବନେଶ୍ବର ରେଲୱେ ଷ୍ଟେସନରୁ ୨୦ କେଜି ଗଞ୍ଜେଇ ଜବତ ହୋଇଛି ।ଏହାସହ ଜଣକୁ ଗିରଫ କଲା RPF କ୍ରାଇମବ୍ରାଞ୍ଚ । ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଟ୍ରାଭେଲ ବ୍ୟାଗରେ ଖୋର୍ଦ୍ଧାରୁ ହରିଦ୍ବାର ଗଞ୍ଜେଇଚାଲାଣହେଉଥିଲା । କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଯାଉଥିଲେ ଗଞ୍ଜେଇ ବେପାରୀ ।