Browsing category

ଅପରାଧ

ନାବାଳକ ମୃତଦେହ ମିଳିବା ଘଟଣାରେ ୨ ଅଟକ

ଚନ୍ଦ୍ରଶେଖରପୁର,୧୭/୬(ଏସ ଏସ ନିଉଜ)ପଣ୍ଡାପାର୍କ ବସ୍ତିରୁ ନିଖୋଜ ନାବାଳକ ମୃତଦେହ ମିଳିବା ଘଟଣାରେ ବସ୍ତିର ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ମୃତ ନାବାଳକର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ, ଜୋନ ଏସିପିଙ୍କ ଦ୍ବାରା ତଦନ୍ତ ଆରମ୍ଭ କରାଯାଇଛି ।

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଆସିକା,୧୭/୬(ଏସ ଏସ ନିଉଜ) ଘର ବାଡ଼ି ପଛପଟ ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଧରାକୋଟ ବଡ଼ଦାଣ୍ଡ ସାହିର ଜଣଙ୍କ ଘର ବାଡ଼ି ପଛପଟୁ ଶିଶୁପୁତ୍ରଟି ଉଦ୍ଧାର ହୋଇଛି। ଉଦ୍ଧାର ପରେ ନବଜାତ ଶିଶୁପୁତ୍ର ଧରାକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବଜାତକୁ ସେଠାରେ କିଏ ଛାଡ଼ିଲା ଜଣାପଡ଼ିନଥିବାବେଳେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ମୁହଁ ଖୋଲିଲା ଓସିଏ

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।ଆମେ ବଦନାମ ହେଲେ ଅଭିଯୋଗ କରିବୁ ନାହିଁ କି ପୋଲିକୁ ମଧ୍ୟ ଏ ନେଇ ଅଭିଯୋଗ […]

୧୩ ବସ୍ତା ଭାଙ୍ଗ ଜବତ କଲା ଅବକାରୀ ବିଭାଗ

ଡେଲାଙ୍ଗ, ୧୬/୬(ଏସଏସନିଉଜ) ଅବକାରୀ ପୋଲିସ ଅରିଶଲ ପଞ୍ଚାୟତ ଅଧୀନ ଖଣ୍ଡିମଙ୍ଗଳପୁର ଗ୍ରାମର ଜଣଙ୍କ ଘରୁ ୧୩ ବସ୍ତା ଭାଙ୍ଗ ଜବତ କରିଥିବାର ଜଣାପଡିଛି ।ତେବେ କୈାଶଳକ୍ରମେ ପିପିଲି ଅବକାରୀ ଥାନା ପୋଲିସ ଚଢ଼ାଉ କରିବା ସମୟରେ ପୂର୍ବ ସୂଚନା ପାଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଅଭିଯୁକ୍ତ ଘରୁ ଅବକାରୀ ପୋଲିସ ୧୩ବସ୍ତା ଭାଙ୍ଗ ଜବତ କରିଥିବାର ଜଣାପଡିଛି ।ଏହି ଘଟଣାରେ ଅବକାରୀ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।

ଆଜବେଷ୍ଟସ ଭାଙ୍ଗି ଲୁଟିଲେ ଦୁର୍ବୁତ

ଜଟଣୀ, ୧୬/୬(ଏସଏସନିଉଜ)ମଧୁସୁଧନନଗରରେ ରହୁଥିବା କିଶୋର କୁମାର ସାହୁ ନାମକ ବ୍ୟକ୍ତଙ୍କ ଘର ଆଜବେଷ୍ଟସ ଭାଙ୍ଗି ସୁନାଅଳଙ୍କାର ଟଙ୍କା ଚୋରୀ ହୋଇଥିବାର ଜଟଣୀଥାନାରେ ଅଭିଯୋଗ ହୋଇଛି ।କିଶୋର ପରିବାରସହ ସମ୍ପକିୟଙ୍କ ଘରପ୍ରତିଷ୍ଠା ଭୋଜିରେ ଯୋଗଦେବାକୁ ଯାଇଥିଲେ ।ଘରକୁ ଫେରି ଦେଖିବାବେଳକୁ ଘରଭିତରେ ଥିବା ଅଲମିରା ଭଙ୍ଗାଯାଇ ସୁନାଚେନ, ସୁନାମୁଦି, କଙ୍କଣ,ଦୁଇହଳ ରୁପାପାଉଁଜି ସହ ନଗଦ୯୦ହଜାରେଟଙ୍କା ଦୁର୍ବୁତମାନେ ନେଇଯାଇଛନ୍ତିା ଏସର୍ମ୍ପକରେ କିଶୋରଙ୍କ ପତ୍ନୀ ଅନ୍ନପୁର୍ଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କାମ ନିମ୍ନମାନର ଅଭିଯୋଗ

କଟକ ,୧୬/୬(ଏସଏସନିଉଜ)ସରକାର ସାଧାରଣଲୋକଙ୍କ ହିତ ପାଇଁ ବହୁବିଧ ଯୋଜନାମାନ କରିଚାଲିଛନ୍ତି ।ଏହାର ସୁଫଳ କିପରି ସାଧାରଣଲୋକଙ୍କ ପାଖରେ ପହଁଚିପାରିବ ସେଥିପାଇଁ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ କରିଚାଲିଛନ୍ତି ।ଏହାସତ୍ୱେ କେତେକ କ୍ଷେତ୍ରରେ ଅଧିକାରୀମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ସାଧାରଣ ଲୋକ ସରକାରୀ ଫାଇଦାରୁ ବଂଚିତ ହେଉଛନ୍ତି ।ଯାହାର ଉଦାହରଣ ଏବେ ଦେଖିବାକୁ ମିଳିଛି ।କଟକ ସଦର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ଚାଲିଛି ଅଳିଆ ଆବର୍ଜ୍ଜନା ବସ୍ତୁ ରଖିବା ପାଇଁ କୁଣ୍ଡ ।କେନ୍ଦ୍ରସରକାରଙ୍କର ଅନୁଦାନରେ […]

ଶୋଇଥିବା ଭାଇକୁ ମାରିଲା ଗୁଳି

ଗଞ୍ଜାମ, ୧୬/୬(ଏସଏସନିଉଜ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ବୀରେନ ଘରେ ଶୋଇଥିବା ବେଳେ ହଠାତ ଘରେ ପଶି ତାଙ୍କୁ ଗୁଳି କରିଛି ଦାଦା ପୁଅ ଭାଇ । ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିବାସହ ୪ ରାଉଣ୍ଡ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି । ଭାଇ ଗୁଳି ମାଡରେ ଗୁରୁତର […]

କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା ଅଭିଯୋଗ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ରାଜଧାନୀରେ ବୁଲା କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା ଅଭିଯୋଗ।ଏହାକୁ ନେଇ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି।ଏହାସହ ପ୍ରାଣୀ ଚିକିତ୍ସକଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବାର ଜଣାପଡିଛି ।

୧୪୪ ଧାରା ଜାରି

ରାଉରକେଲା,୧୪/୬(ଏସଏସନିଉଜ) ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଉରକେଲାରେ ଜିଲ୍ଲାପ୍ରଶାସନ ୧୪୪ ଧାରା ଜାରି କରିଛି । ପାନପୋଷ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ଲାଣ୍ଟସାଇଟ, ଉଦିତନଗର, ରଘୁନାଥପାଲି, ବ୍ରହ୍ମଣୀତରଙ୍ଗ ଓ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ ଏହି କଟକଣା ଲାଗୁ ହବାସହ ଲାଠିକଟା, ବନ୍ଧମୁଣ୍ଡା ଓ ବିଶ୍ରା ଥାନା କ୍ଷେତ୍ରରେ ମଧ୍ୟ ଧାର୍ମିକ ଶୋଭାଯାତ୍ରା ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଜୁନ ୧୩ରୁ […]

ଚାଷଜମିରୁ ମିଳିଲା ମା ଓ ପୁଅଙ୍କ ମୃତଦେହ

କେନ୍ଦୁଝର, ,୧୪/୬(ଡିଏନଏ)ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁର ଏକ ଚାଷଜମିରେ ମା ଜେମା ଦାସ ଓ ପୁଅ ସନ୍ତା ଦାସ ଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଉଭୟ ଅଭାବରେ ରହିବାସହ ପେଟ ପାଇଁ ଭିକମାଗିଚଳିବାକୁ ମଧ୍ୟ ପଛାଇନଥିଲେ ।ତେବେ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବରଦେବାପରେ ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁଲରି ତଦନ୍ତ ଆରମ୍ଭ କରିଛି ।ଉଭୟମୃତକ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ଏହି ଅଭାବନୀୟ ଘଟଣା ସେହି ଅଞ୍ଚଳରେ […]