Browsing category

ଅପରାଧ

ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ

ସାଲେପୁର,୨୩/୬(ଏସ ଏସ ନିଉଜ) କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ। ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ପୋଡ଼ିହୋଇ ଗୁରୁତର ଥିବା ବ୍ୟକ୍ତି ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି!

ରଶ୍ମିରେଖା ମୃତ୍ୟୁ ସସ୍‌ପେନ୍ସ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ଟେଲିଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଲିଭ୍ ଇନ୍‌ ରିଲେସନସିପ୍‌ରେ ଥିବା ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ହାଜର ପାଇଁ ନୋଟିସ୍।ସନ୍ତୋଷଙ୍କୁ ହାଜର ପାଇଁ ନୋଟିସ୍ କଲା ନୟାପଲ୍ଲୀ ଥାନା ପୋଲିସ। ରଶ୍ମିରେଖା ମୃତ୍ୟୁ ମାମଲାରେ ସନ୍ତୋଷ ପାତ୍ର ଫେରାର ଥିବାରୁ ସନ୍ଦେହ କରୁଛନ୍ତି ଘରଲୋକ ।

ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା!

ପାରାଦୀପ,୨୩/୬(ଏସ ଏସ ନିଉଜ) ସ୍କୁଲ ଯାଇ ୨ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଛନ୍ତି ।କୁଜଙ୍ଗ ଥାନା ପଙ୍କପାଳ ହାଇସ୍କୁଲର ୨ ଛାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।ରାତିରେ ଉଭୟଙ୍କ ସାଙ୍ଗ ନିକଟକୁ ଅଜଣା ନମ୍ବରରୁ କଲ୍ ଆସିଥିବା ସୂଚନା ମିଳିଛି ।ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ହୁଣ୍ଡି ଭାଙ୍ଗି ଲୁଟିନେଲେ

ଜଗତସିଂହପୁର,୨୨/୬(ଏସ ଏସ ନିଉଜ)ଗୋରେଖନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତିରେ ହୁଣ୍ଡି ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିବାର ଜଣାପଡିଛି ।ଖବର ପାଇ ତିର୍ତ୍ତୋଲ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଗାଈ କାହାର?

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ) ଧଉଳି ଥାନାରେ ବନ୍ଧା ହୋଇଛି ଗାଈ । ଗାଈକୁ ୨ ପକ୍ଷର ଲୋକ ନିଜର ବୋଲି ଦାବି କରୁଛନ୍ତି ।ଏ ଗାଈ କାହାର,ଯାହାକୁ ନେଇ ଏବେ ଉପୁଜିଛି ଅଡୁଆ ପରିସ୍ଥିତି ଉପୁଜିଛି।ଯାହାଫଳରେ ଦୁଇଦିନ ଧରି ଥାନାରେ ବନ୍ଧା ହୋଇଛି ଗାଈ ।ଦୁଇପକ୍ଷ ଏହି ଗାଈକୁ ନେଇ ନିଜର ମାକିକାନା ଜାହିର କରିବାରୁ ବିବାଦ ଉପୁଜିଛି ,ଯାହାଫଳରେ ଗାଇଟି ଥାନାରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି ।

ଶୋଇଥିବା ଯୁବତୀକୁ ବଳକ୍ତାର କରି ବନ୍ଧା ହେଲେ ଯୁବକ

ବାରଙ୍ଗ,୨୧/୬ (ଏସ ଏସ ନିଉଜ) ଗାଁରେ ହେଉଥିବା ରଜ ନାଚ ଦେଖି ଘରେ ଶୋଇଥିବା ଜଣେ ଯୁବତୀ କୁ ବଳକ୍ତାର କରିଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛି ।ଗିରଫ ଯୁବକ ହେଉଛନ୍ତି ଖାଇରାପଡା ଗାଁର ଦିପୁ ରାଉତ(୩୨) । ପ୍ରକାଶ ଯେ , ଉକ୍ତ ଥାନା ଅନ୍ତର୍ଗତ ଖଇରାପଡା ଗ୍ରାମର ବବିତା (ଛଦ୍ନନାମ)ନାମକ ଯୁବତୀ ଘରେ ଗାଁରେ ୧୫ତାରିଖ ରାତିରେ ହେଉଥିବା ରଜ ନାଚ ଦେଖି ୧୬ତାରିଖ […]

ଚାଲିଗଲା ଅସୁସ୍ଥ ହାତୀର ଜୀବନ

ସମ୍ବଲପୁର,୨୧/୬(ଏସ ଏସ ନିଉଜ) ପୋଖରୀରେ ଫସିଥିବା ଅସୁସ୍ଥ ହାତୀମୃତ୍ୟୁ ବରଣ କରିଛି ।ସାପଲହରା ସ୍ଥିତ ଏକ ପୋଖରୀରେ ହାତୀଟି ଫସିଯାଇଥିଲା ।ଗୁରୁବାର ରାତିରୁ ପାଣି ପିଇବାକୁ ଯାଇ ପୋଖରୀରେ ଫସିଥିଲା ।ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପାଣି ଭିତରେ ପଡିରହିବା ସହ ତାର ଚିକିତ୍ସା ଚାଲିଥିଲା ।

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ 

ଭୁବନେଶ୍ବର, ୨୦/୬(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଯୋଗାଣ ଅଧିକାରୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖର ପୁରଠାରେ ତାଙ୍କ ପୁଅ ସୌମ୍ୟରଂଜନ ବେହେରା ରହୁଥିବା ମା ରେସିଡେନ୍ସି ଓୟେ ହୋଟେଲ ଓ ବାଲେଶ୍ବର ଅଙ୍ଗରାଗଡିଆରେ ଅବସ୍ଥିତ ତାଙ୍କ ବଡ଼ […]

ଦାଉ ସାଜିଛି ଝାରଖଣ୍ଡୀ ହାତୀ

ମୟୂରଭଞ୍ଜ,୨୦/୬(ଏସଏସନିଉଜ)ଗତକିଛିଦିନ ହେବ ସାରସକଣା ଅଞ୍ଚଳରେ ଝାରଖଣ୍ଡୀ ହାତୀପଲ ଉପ୍ତାତ ଆରମ୍ଭ କରିଛନ୍ତି ।ସେମାନଙ୍କ ଉପଦ୍ରବରେ ଅଂଚଳବାସୀ ଅତିଷ୍ଟ ହୋଇପଡିଲେଣି । ରବିବାର ସନ୍ଧ୍ୟା ସମୟରେ ଗାଁ ହାଟରୁ ସଉଦା କରି ଫେରୁଥିବା ବେଳେ ୭୦ ଟିକିଆ ହାତୀପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ଦିଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା ।ସେହିଭଳିଭାବେ ଫୁଲମଣି ମୁଣ୍ଡା ଖାଇ ସାରି ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ହାତିପଲ୍ଲକୁ ଘଉଡାଇବାପାଇଁ ବନବିଭାଗ […]

ନନ୍ଦିଘୋଷ ରଥରେ ପିଟିହେଲା ପିକଅପ୍

ପୁରୀ, ୨୦/୬(ଏସଏସନିଉଜ) ପୁରୀ ରଥଖଳା ନିକଟରେ ୨ ପର‌୍ୟ୍ୟଟକଙ୍କୁ ଧକ୍କା ଦେବା ପରେ ଏକ ପିକଅପଟି ନନ୍ଦିଘୋଷ ରଥରେ ପିଟି ହୋଇଥିବା ଜଣାପଡିଛି । ପିକଅପ୍ ଭ୍ୟାନଟି ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ମିଳିଛି ।ପୋଲିସ ଡ୍ରାଇଭର ଜଣକ ଅଟକ ରଖି ପିକଅପ ରେ ଧକ୍କାହୋଇ ଗୁରୁତର ହୋଇଥିବା ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ , ବୈଜନ୍ତି ସାହୁଙ୍କୁ ଚିକିସ୍‌ା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।