ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ 

ଭୁବନେଶ୍ବର, ୨୦/୬(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଯୋଗାଣ ଅଧିକାରୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖର ପୁରଠାରେ ତାଙ୍କ ପୁଅ ସୌମ୍ୟରଂଜନ ବେହେରା ରହୁଥିବା ମା ରେସିଡେନ୍ସି ଓୟେ ହୋଟେଲ ଓ ବାଲେଶ୍ବର ଅଙ୍ଗରାଗଡିଆରେ ଅବସ୍ଥିତ ତାଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଆବାସିକ ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି।

Comments (0)
Add Comment