ଷ୍ଟେସନରୁ ୩୨କେଜି ଗଂଜେଇ ଜବତ

ଜଟଣୀ,୧୯/୬(ଏସ ଏସ ନିଉଜ) ଅପରେସନ ନାର୍କସ ମାଧ୍ୟମରେ ରେଳସୁରକ୍ଷା ବଳ ଜଟଣୀ ଷ୍ଟେସନରୁ ୩୨କେଜି ଗଂଜେଇ ଭର୍ତି ପ୍ଲାଷ୍ଟିକ ବ୍ୟାଗକୁ ଜବତ କରିଛନ୍ତି ।୪ଓ ୫ନମ୍ବର ପ୍ଲାଟଫର୍ମ ର ଶେଷଭାଗ ଆଡ଼କୁ ନୀଳ ଓ ଗୋଲାପୀ ରଙ୍ଗର ବ୍ୟାଗ ଥୁଆହୋଇଥିଲା ।ଏହି ବ୍ୟାଗକୁ କେହି ନବାକୁ ଆସିନ ଥିଲେ ।ଦୀର୍ଘ ୨୧ଘଣ୍ଟା କାଳ ସୁରକ୍ଷା ବଳର ସିପାହି ମାନେ ବ୍ୟାଗ ଉପରେ ଦୃଷ୍ଟି ଦେଇଥି ଲେ ।କେହି ନଆସିବାରୁ ବ୍ୟାଗକୁ ଜବତ କରିବାପରେ ସେଥିରୁ ୩୨ କେଜି୩୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲେ ।ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ହେବ ବୋଲି ଜଣାପଡିଛି ।ଏହି ଜବତ ଗଂଜେଇକୁ ଖୋର୍ଦ୍ଧା ଜିଆର୍ପିକୁ ହସ୍ତାନ୍ତର କରାଯାଇ ଥିବାର ଜଣାପଡିଛି ।

Comments (0)
Add Comment