ଭଦ୍ରକ,୯/୬(ଏସଏସନିଉଜ) ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ନିକଟରେ ଜଣେ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟିନେଇଛନ୍ତି । ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୧୨ ଲକ୍ଷ ୪୬ ହଜାର ଟଙ୍କା ଉଠାଇଥିଲେ। ବ୍ୟାଗରେରେ ଟଙ୍କାରଖି ବ୍ୟାଙ୍କରୁ ବାହାରିବାବେଳେ କଳା ପଲସର୍ ରେ ଆସି ଦୁଇଜଣ ଲୁଟେରା ତାଙ୍କ ନିକଟରୁ ଟଙ୍କାବ୍ୟାଗ ଝାମ୍ପି ନେଇ ଆରଡ଼ି ଛକ ଆଡ଼େ ପଳାଇଥିଲେ ।ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି ।