ଗୁପ୍‌ଚୁପ୍ ପାଇଁ କାଟିଲେ ତଣ୍ଟି

ଢେଙ୍କାନାଳ ,୯/୬(ଏସଏସନିଉଜ) ବୁଧବାର ରାତିରେ ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକ ବିଭୂତି ସାହୁ ଙ୍କ ତଣ୍ଟି କାଟିଦେଲେ ଗୁପ୍‌ଚୁପ୍ ବ୍ୟବସାୟୀ ଜଗନ୍ନାଥ ସାହୁ ଓରଫ ଯୋଗିଆ ।ରାତିରେ ନିଶାସକ୍ତ ଅବସ୍ଥାରେ ବିଭୂତି ଠେଲା ନିକଟକୁ ଆସି ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା କ୍ରମାନ୍ୱୟରେ ଏହା ଉଗ୍ରରୂପ ଧାରଣା କରିଥିଲା ।ଏଥିରେ ଉତ୍ୟକ୍ତ ହୋଇ ଜଗନ୍ନାଥ ପିଆଜ କଟାଯାଉଥିବା ଛୁରିରେ ବିଭୂତିଙ୍କ ତଣ୍ଟି କାଟି ଦେବାରୁ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦୋକାନୀ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବାର ଜଣାପଡିଛି ।

Comments (0)
Add Comment