Browsing category

ଅପରାଧ

ଚାଉଳ ବୋଝେଇ ପିକଅପ ଓଲଟି ୧୫ ଆହତ

ରାଉରକେଲା, ୨୭/୪(ଏସଏସନିଉଜ)ଭୁତୁଡ଼ା ପଞ୍ଚାୟତରୁ ସରେଇକଲା ଗାଁକୁ ଚାଉଳ ନେଇ ଯାଉଥିବା ପିକଅପ ଭ୍ୟାନ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହେବାସହ ପାଞ୍ଚ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିସ୍‌ପାଇଁ ଲହୁଣୀପଡ଼ା ଡାକ୍ତରଖାନା ଓ ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି ।

ଲହୁଲୁହାଣ ହେଲେ ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀ

ବ୍ରହ୍ମପୁର, ୨୬/୪(ଏସଏସନିଉଜ) ଆଜି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ସେନାପତିଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲ ରେ ଭର୍ତ୍ତି କରାଯାଇଛି ।ଜଣେ ଶିକ୍ଷୟିତ୍ରୀ କୌଣସି ଦାବି ନେଇ ଆନ୍ଦୋଳନରେ ବସିବାସହ ଦାବି ପୂରଣ ହେବାରେ ବିଳମ୍ବ ହେବାରୁ ତାଙ୍କ ସ୍ଵାମୀ ଆକ୍ରୋଶ ମୂଳକ ଭାବେ ଏପରି କରିଥିବା ଜଣା ପଡିଛି।ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

ଡେଲାଙ୍ଗ ,୨୬/୪(ଏସଏସନିଉଜ) ଡେଲାଙ୍ଗ ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣାରେ ପୁରୀ ଏସ୍‌ପି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାସହ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ ମହିଳା ଏଏସ୍‌ଆଇ ପଦ୍ମିନୀ ସାହୁ ଓ ମହିଳା କନେଷ୍ଟବଳ ରୋଜାଲିଆ ବାକ୍ଲାଙ୍କୁ ନିଲମ୍ବନ କରିଛନ୍ତି ।ବ୍ରାହ୍ମଣ ତରାବୋଇ ଗାଁରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଡେଲାଙ୍ଗ ଥାନାପୋଲିସ ଥାନକୁ ଆଣି ଅଟକ ରଖିଥିବା ଜଣେ ଅଭିଯୁକ୍ତ ହେପାଜତରୁ ଫେରାର ହୋଇଥିଲା ।

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ମାଲକାନଗିର. ୨୬/୪(ଏସଏସନିଉଜ) ଦୁଇ ଜଣ ମହିଳା ମାଓବାଦୀ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମୁସୁକି ସୁଖି ଅରଫ ବିମଳା(୧୮) ଏବଂ ମାଡକମ ପ୍ରମିଲା ଅରଫ ପାଲେ(୧୮)। ୧୪ ବର୍ଷ ବୟସରେ ଏମାନଙ୍କୁ ମାଓବାଦୀ ଜବରଦସ୍ତ ଗତ ଚାରି ବର୍ଷ ତଳେ ପାର୍ଟିରେ ମିଶାଇଥିଲେ। ପରବର୍ତି ସମୟରେ ଏମାନଙ୍କୁ ପୋଲିସ ଉପରେ ଆକ୍ରମଣ, ଆଦିବାସୀମାନଙ୍କୁ ହଇରାଣ କରିବା ଆଦି କାମରେ ନିୟୋଜିତ କରୁଥିଲେ । ମାଓ ନେତୃତ୍ବରେ ଏମାନେ ଅସଂତୋଷ […]

ଜଳଭଣ୍ଡାରରେ ବୁଡିଲା ଦେଶୀଡଙ୍ଗା ,ଦୁଇ ନିଖୋଜ

ମାଲକାନଗିରି,୨୫/୪(ଏସଏସନିଉଜ) ଆଜି ଅପରାହ୍ନରେ ଦେଶୀ ଡଂଗା ବୁଡିଯାଇ ବାଲିମେଳା ଜଳଭଣ୍ଡାରରେ ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି। ଆଜି ନିରଙ୍ଗିଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଓରାପଦର ଗ୍ରାମର ତିନି ଜଣ ଦେଶୀ ଡଂଗାରେ ଘରକୁ ଫେରୁଥିଲେ। ତେବେ ଓରାପଦର ନିକଟରେ ଦେଶୀ ଡଂଗାଟି ଭାରସାମ୍ୟ ହରାଇ ଓଲଟି ପଡିବାଫଳରେ ତିନି ଜଣଙ୍କ ମଧ୍ୟରୁ ଅଣ୍ଡ୍ରାପାଲୀ ପଞ୍ଚାୟତର ଓରାପଦରର ଗ୍ରାମର ଦୁଇ ଜଣ ନିଖୋଜ ହୋଇଯାଇଥିଲେ ।ଅନ୍ୟଜଣେ କୈାଶଳକ୍ରମେ ବଂଚିଯାଇଥିବାର ଜଣାପଡିଛି ।ଖବରପାଇ ପୋଲିସ ସହ […]

ବସକୁ ନିଆଁ ଲଗାଇ ପୋଡି ଦେଲେ ନକ୍ସଲ

ମାଲକାନଗିରି, ୨୫/୪(ଏସଏସନିଉଜ) ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ଗତକାଲି ରାତିରେ ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ବସ ପୋଡିବା ସାରିବାପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଯାଇଛନ୍ତି । ଗତକାଲି ରାତିରେ ଶତାଧିକ ନକ୍ସଲ ରାସ୍ତା ଅବରୋଧ କରିବାଦ୍ୱାରା ଦୁଇପଟେ ବହୁ ଗାଡି ଅଟକି ରହିଥିଲା। ଏହିସମୟରେ କେଭିଆର ନାମକ ଘରୋଇ ବସ ରାସ୍ତାରେ ନଅଟକି ଆଗକୁ ଆସିବାରୁ ନକ୍ସଲ ରାଗିଯାଇ […]

GRSଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୫/୪(ଏସଏସନିଉଜ) ଆଜି ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ପଢ଼ିଆରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ରଘୁନାଥପୁରରେ ଥିବା ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ସହ ଏକକାଳିନ୬ଟି ସ୍ଥାନରେ ଚଢଉ କରାଯାଇଛି ।ଯାଞ୍ଚ ବେଳେ ଭୁବନେଶ୍ୱର ଉପକଣ୍ଠରେ ୫୮ଟି ପ୍ଲତ ଓ ବାରଙ୍ଗ ବେଳଗଛିଆରେ ଗୋଟିଏ ପ୍ଲଟ ଥିବାର ଭିଜିଲାନ୍ସ ଜାଣିବାକୁ ପାଇଛି ।

ଯାଆଁଳା ବଜାରରେ ଫୁଟିଛି ଗୁଳି

ଭୁବନେଶ୍ୱର,୨୫/୪(ଏସଏସନିଉଜ) ରବିବାର ରାତିରେ ରାଜଧାନୀର ଯାଆଁଳା ବଜାରରେ ଫୁଟିଛି ଗୁଳି ।ଦୁର୍ବୁତମାନେ ୮ ରାଉଣ୍ଡ ଗୁଳି ଚାଳନା କରିଛନ୍ତି । ଏହି ଗୁଳିମାଡ ବାପ- ପୁଅଙ୍କୁ ହୋଇଛି ।ଗୁଳିମାଡରେ ପୁଅ ଲୋକନାଥ ସୁବୁଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ଭଗବାନ ସୁବୁଦ୍ଧି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆସି ଉଭୟଙ୍କ ଉପରକୁ ଅଚାନକ ଗୁଳିଚାଳନା କରିଥିଲେ । ଗୁରୁତର ଲୋକନାଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଶତ୍ରୁତାରୁ ଏହି ଗୁଳିକାଣ୍ଡ […]

ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା

କୋଣାର୍କ,୨୩/୪(ଏସ ଏସ ନିଉଜ)ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ଟେଣ୍ଡ କପଡ଼ା ଚିରାକୁ କେନ୍ଦ୍ରକରି ନୃଶଂସ ହତ୍ୟାକାଣ୍ଡ ଘଟିଛି।ଡିଜେ ମାଲିକ ଟେଣ୍ଡ ମାଲିକଙ୍କୁ ପିଟିପିଟି ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିବାର ଅଭିଯୋଗ ହୋଇଛି । ଟେଣ୍ଟ ମାଲିକଙ୍କୁ ପିଟିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ ଡିଜେ ମାଲିକ । ଏହାକୁ ନେଇ ବାଲିକନ୍ଦଳ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସକୁ ଠେଲାପେଲା କରିଥିବା ଜଣାପଡିଛି । ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ […]

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

ସୁନ୍ଦରଗଡ଼,୨୩/୪(ଏସଏସନିଉଜ) ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ବରଯାତ୍ରୀ ନେଇ ଫେରୁଥିବା ବେଳେ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ କଟାଯାଇଛି । ସଦର ଥାନା କରମଡିହି ନିକଟରେ ପରିବହନ ବିଭାଗ ପକ୍ଷରୁ କରାଯାଉଥିବା ଚେକିଂ ବେଳେ ବସଟି ଧରାପଡଥିଲା ।କାଗଜପତ୍ର ଯାଂଚ ବେଳେ ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ,ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ଜରିମାନା ଲାଗିଥିବା ଜଣାପଡିଛି । ୩.୭୦ ଲକ୍ଷ ଫାଇନ୍ କାଟିବା ସହ ବସଟିକୁ ଅଟକ ରଖିଛି ପରିବହନ ବିଭାଗ ।