Browsing category

ଅପରାଧ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

କେନ୍ଦ୍ରାପଡ଼ା, ୨୮/୪(ଏସଏସନିଉଜ) ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି ସରକାରୀ ବାବୁ । ଲାଞ୍ଚ ନେଲା ବେଳେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏକ ମାମଲାର ରଫାଦଫା ପାଇଁ ଦଲାଲ ଜରିଆରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିବା ସହ ପୃଥ୍ୱୀରାଜଙ୍କ ସହ ଦଲାଲ ବ୍ରଜକିଶୋର ବେହେରା କୁ ଗିରଫ କରିଛି ଭିଜିଲାନ୍ସ ।

ପୁଣି ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ

ମାଲକାନଗିରି,୨୮/୪(ଏସ ଏସ ନିଉଜ)ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢ଼ାଉ ହୋଇଛି । ଭିଜିଲାନ୍ସ ପକ୍ଷରୁ ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ,  ନବରଙ୍ଗପୁର ଓ କୋରାପୁଟରେ ଏହି ଚଢ଼ାଉ ଚାଲିଛି । କିଛିଦିନ ତଳେ ଜୟଦାସ ଖରା ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ।

୧୫ ମାସର ଶିଶୁକୁ ମାରି ବାପା ମା କଲେ ଆତ୍ମହତ୍ୟା

ଭୁବନେଶ୍ୱର,୨୮/୪(ଏସ ଏସ ନିଉଜ)୧୫ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ରଶି ଲଗାଇ ଆତ୍ମହତ୍ୟା କରୁଛନ୍ତି ବାପା ମାଆ ।ଏହିଭଳି ଚାଞ୍ଚଲ୍ୟକର ଘଟଣା ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ଘଟିଛି ।ଏକ ଭଡା ଘରର ବେଡରୁମର ସ୍କାଏଲାଇଟରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନେହା ତୂଷାର‌ ଜଗତପ, ଶିଶୁ କନ୍ୟା ଶିବନ୍ୟା । ଏମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି ।ତୁଷାର […]

ପୁଣି ଅଶାନ୍ତ ହେଲା ହଂସପୁର

ଗଞ୍ଜାମ, ୨୭/୪(ଏସଏସନିଉଜ) ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା ହତ୍ୟା ଘଟଣାକୁ ନେଇ ପୁଣି ଅଶାନ୍ତ ହୋଇପଡିଛି ହଂସପୁର । ହତ୍ୟା ଘଟଣାରେ ପୋଲିସ ଦ୍ବାରା ଅଟକ ରହିଥିବା ବ୍ୟକ୍ତିଙ୍କ ଗାଡି ଓ ଦୋକାନ ଭାଙ୍ଗରୁଜା କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବୀକରି ଏପରି କରିଛନ୍ତିି ଉତ୍ୟକ୍ତ ଲୋକ ।ଚଳିତ ମାସ ୨୨ ତାରିଖରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା କରାଯାଇଥିବାବେଳେ ୨୫ ତାରିଖରେ କୃଷ୍ଣଚନ୍ଦ୍ରଙ୍କ ଭାବି ପତ୍ନୀ ଆତ୍ମହତ୍ୟା କରିଥିଲେ ।  

ମୋବାଇଲ ଚୋରକୁ ଧରିଲା ଜଟଣୀ ପୋଲିସ

ମୋବାଇଲ ଚୋରକୁ ଧରିଲା ଜଟଣୀ ପୋଲିସ ଜଟଣୀ,୨୭/୪(ଏସ ଏସ ଏସ ନିଉଜ)ଏକ ଛିନତାଇ ମାମଲାରେ ଜଟଣୀ ପୋଲୁସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ହାସିମ ଅହମଦ ଓ ଅବଦୁଲ ସାଜିଦ ଖାନ।ତାଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ପ୍ରକାସ ଯେ, ଅଭିଯୋଗ କାରିଣୀ ଗତ ତା ୦୬.୦୩. ୨୦୨୨ ରିଖରେ ତାଙ୍କ ଝିଅଙ୍କ ସହିତ ସଂସ୍କୃତି ଡ୍ୟାନ୍ସ […]

୨ ଶିଶୁ ମୃତ, ମା’ ଗୁରୁତର

ଗଞ୍ଜାମ:୨୭/୪(ଏସଏସନିଉଜ)ରମ୍ଭା ଥାନା ଅଧୀନ ଗଡ଼ହୁମ୍ମା ଗ୍ରାମରେ ଫୁଡ଼୍ ପଏଜନିଂ ପାଇଁ ଦୁଇଜଣ କୋମଳମତି ଶିଶୁ ପ୍ରିୟାଂଶି ରାମକୃଷ୍ଣ ମହାରଣାଙ୍କ ଝିଅ ସିମରନ୍ ଓରଫ୍ ମହାରଣା (୩) ଓ ପୁଅ ରୁଦ୍ର ମହାରଣା (୨)ଙ୍କର ମୃତ୍ୟୁ ହୋଇଯାଇଛି।ମାଆ ସୁନିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ରାତ୍ରିଭୋଜନ ଖାଇ ବ ସହ ଦୁଇଶିଶୁ କ୍ଷୀର ପିଇଥିଲେ। କିଛି ସମୟ ପିଲାଦୁଇଜଣ ସହ ମା ସୁନିତା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଚିକିସ୍‌ା ପାଇଁ ଗଞ୍ଜାମ ଡାକ୍ତରଖାନା […]

ଏମ୍‌ବିକେଙ୍କୁ ତାଲା ପକାଇଲେ ମହିଳା

ଧାମନଗର, ୨୭/୪(ଏସଏସନିଉଜ) ବୟାଂଡ଼ିହ ପଂଚାୟତର ମିସନଶକ୍ତି ଗୃହ ଦୀର୍ଘଦିନ ହେବ ନିର୍ମାଣ ସରିଛି ।ହେଲେ ଏହି ଘରର ଚାବିକାଠି ଓ ଅବଶ୍ୟକୀୟ କାଗଜପତ୍ର ଦେଉନଥିବାରୁ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା ।ତେବେ ସୋମବାର ବନ୍ୟା ଆଶ୍ରୟସ୍ଥଳରେ ମିଶନ ଶକ୍ତି ପକ୍ଷରୁ ଏମ୍‌ବିକେ ଓ ସିଆରପିମାନେ ବୈଠକ ଚାଲିଥିବାବେଳେ କେତେକ ଏସ୍ଏଚଜି ଗୃପ୍‌ର ମହିଳାମାନେ ଅତର୍କିତ ଭାବେ ଏମ୍‌ବିକେଙ୍କୁ ଗାଳିଗୁଲଜ ଓ ମାଡ଼ ମାରି ଘରେ ପୂରାଇ ଚାବିପକାଇ ଦେଇଥିଲେ ।ଖବରପାଇ ପୋଲିସ ପହଁଚି ବୁଝାସୁଜା କରିବାରେ ଉତ୍ୟକ୍ତ […]

ଡକାୟତି ଘଟଣାରେ ୪ ଗିରଫ

ମାଲକାନଗିରି, ୨୭/୪(ଏସଏସନିଉଜ) ୪ ଜଣ ଡକାୟତକୁ ମାଲକାନଗିରି ପୁଲିସ ଧରିବାରେ ସଫଳ ହୋଇଛି । ସେମାନେ ହେଲେ ଦୁର୍ମାଗୁଡା ଗ୍ରାମର ବଳରାମ ବାଦାମୀ(୨୬), ଧନ ପୂଜାରୀ(୨୪), ହାଟପଦା ସାହିର ରାହୁଲ ମାଣ୍ଡି (୨୦) ଏବଂ ଅଶୋକ ମାଢି(୨୩)।ଗତ ୧୬ ତାରିଖ ଦିନ ଭଣ୍ଡାରିପାଙ୍ଗାମ ପଞ୍ଚାୟତର ମାଡିଗୁଡା ଗ୍ରାମର ମାନସ କୁମାର ପରିଡା ନାମକ ବ୍ୟକ୍ତିଙ୍କ ଘରେ ରାତିରେ ମୁଖାପିନ୍ଧା ୮ରୁ ୧୦ ଡକାୟତ ପଶି ଛୁରୀ ଦେଖାଇ ମାରିଦେବାକୁ ଧମକ ଦେଇ ଆଲମିରାରୁ ୧ ଲକ୍ଷ ଟଙ୍କା […]

ଦୋକାନୀଙ୍କୁ ଗୁଳିମାଡ଼

କେନ୍ଦୁଝର, ୨୭/୪(ଏସଏସନିଉଜ)ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଗବନ୍ଧୁ ମହାପାତ୍ର ନାମକ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘସିପୁରା ଥାନା ଅନ୍ତର୍ଗତ ବରୀପାଲ ଗ୍ରାମର ଜଣେ ଯୁବକ ଓ ତାର ସହଯୋଗୀ ମାତାଲ ଅବସ୍ଥାରେ ଆସି ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ। ଦୋକାନ ବନ୍ଦ ହୋଇଥିବାରୁ ଜଗବନ୍ଧୁ ସିଗାରେଟ୍ ଦେବାକୁ ମନା କରିବାପରେ ବଚସା ହୋଇଥିଲା। […]

ନାବାଳକକୁ ଅପହରଣ ପରେ ହତ୍ୟା

ଟିଟିଲାଗଡ଼, ୨୭/୪(ଏସଏସନିଉଜ) ଶନିବାରଠାରୁ ନିଖୋଜ ଥିବା ଦିଲୀପ କୁମାରଙ୍କ ୧୩ ବର୍ଷର ପୁଅ ମୋହନ କୁମାରଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି।ଏହୁ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।ଗତଶନିବାରଦିନ ସିରଭଟାସ୍ଥିତ ନବମ ଶ୍ରେଣୀରେ ପଢୁଥିବା ମୋହନ କୁମାର ଘରୁ ଝାଙ୍କର ପଡାକୁ ଟ୍ୟୁସନ ପାଇଁ ଆସିଥିବା ବେଳେ ଘରକୁ ନଫେରିବାରୁ ଟିଟିଲାଗଡ଼ ଥାନାରେ ପରିବର ପକ୍ଷରୁ ଅଭିଯୋଗ ହୋଇଥିଲା ।