Browsing category

ଅପରାଧ

ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା

କୋଣାର୍କ,୨୩/୪(ଏସ ଏସ ନିଉଜ)ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ଟେଣ୍ଡ କପଡ଼ା ଚିରାକୁ କେନ୍ଦ୍ରକରି ନୃଶଂସ ହତ୍ୟାକାଣ୍ଡ ଘଟିଛି।ଡିଜେ ମାଲିକ ଟେଣ୍ଡ ମାଲିକଙ୍କୁ ପିଟିପିଟି ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିବାର ଅଭିଯୋଗ ହୋଇଛି । ଟେଣ୍ଟ ମାଲିକଙ୍କୁ ପିଟିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ ଡିଜେ ମାଲିକ । ଏହାକୁ ନେଇ ବାଲିକନ୍ଦଳ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସକୁ ଠେଲାପେଲା କରିଥିବା ଜଣାପଡିଛି । ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ […]

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

ସୁନ୍ଦରଗଡ଼,୨୩/୪(ଏସଏସନିଉଜ) ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ବରଯାତ୍ରୀ ନେଇ ଫେରୁଥିବା ବେଳେ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ କଟାଯାଇଛି । ସଦର ଥାନା କରମଡିହି ନିକଟରେ ପରିବହନ ବିଭାଗ ପକ୍ଷରୁ କରାଯାଉଥିବା ଚେକିଂ ବେଳେ ବସଟି ଧରାପଡଥିଲା ।କାଗଜପତ୍ର ଯାଂଚ ବେଳେ ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ,ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ଜରିମାନା ଲାଗିଥିବା ଜଣାପଡିଛି । ୩.୭୦ ଲକ୍ଷ ଫାଇନ୍ କାଟିବା ସହ ବସଟିକୁ ଅଟକ ରଖିଛି ପରିବହନ ବିଭାଗ ।  

ଭୋଜି ଖାଇ ୨୪ ଅସୁସ୍ଥ

ଭୁବନେଶ୍ୱର,୨୩/୪(ଏସଏସନିଉଜ) ନବାଦ ଜିଲ୍ଲାର ଔରୈନା ଗ୍ରାମର ଜଣେ ଯୁବତୀଙ୍କ ବାହାଘରରେ ବରପକ୍ଷର ଲୋକମାନେ ଭୋଜି ଖାଇବା ପରେ ହଠାତ୍ ଆକ୍ରାନ୍ତ ହେବାକୁ ଲାଗିଥିଲେ ।ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏହି ଘଟଣାରେ ପାଖାପାଖି ୨୪ ଜଣଙ୍କ ଅବସ୍ଥା ଅସମ୍ଭାଳ ହୋଇପଡ଼ିଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ । ସଙ୍ଗେସଙ୍ଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ବେଡର ଅଭାବ ଥିବାରୁ ଛୋଟ ପିଲାଙ୍କୁ ବାହାରେ ଶୁଆଇ ଚିକିତ୍ସା କରାଯାଇଥିଲା […]

ସୁନା ଦେକାନୀଙ୍କଠାରୁ ଲୁଟ୍

ଭୁବନେଶ୍ୱର,୨୨/୪(ଏସ ଏସ ନିଉଜ)ରାଜଧାନୀରେ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ସୁନା ଦୋକାନୀଙ୍କ ଠାରୁ ୫ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଛି ।ଗୋଟିଏ ପଲସରରେ ୩ଲୁଟେରା ଆସି ଏହି ଲୁଟ୍ କରିଛନ୍ତି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିବାସହ ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛି ।

ଦଶମ ଶ୍ରେଣୀ ଛାତ୍ରୀଙ୍କ ଆମ୍‌ହତ୍ୟା

ରାଜନଗର,୨୨/୪(ଏସଏସନିଉଜ)ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁବାର ମଧ୍ୟାହ୍ନରେ ଘର ଭିତରେ ଫାଶୀ ଦେଇ ଆମ୍‌ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।ମୃତକ ହେଉଛନ୍ତି ମହେନ୍ଦ୍ର ସେଠୀଙ୍କ ଝିଅ ଯଶୋଦା । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ […]

ଶିକାରୀ ଗୁଳିମାଡ଼ରେ ବନ କର୍ମଚାରୀ ଗୁରୁତର

ବାରିପଦା, ୨୨/୪(ଏସଏସନିଉଜ)ଶିମିଳିପାଳ ଜଙ୍ଗଲରେ ଶିକାରୀ ଗୁଳିମାଡ଼ରେ ସୁନାରାମ ସିଂହ ନାମକବନ କର୍ମଚାରୀ ଗୁରୁତର ଆହତ ହୋଇ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖୁଣ୍ଟା ଓ ଉଦଳା ଥାନା ଅଞ୍ଚଳର କିଛି ଶିକାରୀ ବନ୍ଧୁକ ଓ ଧନୁତୀର ଧରି ପଶୁ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟର ଡୁକୁରା ରେଞ୍ଜରେ ପଶିଥିବାର ଖବର ମିଳିଥିଲା ।ଖବର ପାଇ ବନ କର୍ମଚାରୀ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ନେଇ ଗଠିତ ୬ଜଣିଆ […]

ସାମାନ୍ୟ ବଚସା ନେଲା ୨ ଯୁବକଙ୍କ ଜୀବନ

କୋରାପୁଟ, ୨୨/୪(ଏସଏସନିଉଜ) ସାମାନ୍ୟ ବଚସାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଚୈତ୍ର ପର୍ବ ଚାଲିଥିବା ବେଳେ ଏହିଭଳି ଅଭାବନୀୟ ଘଟଣା ଦାମନଯୋଡ଼ି ଥାନା ସିନ୍ଧିପାର ଗାଁରେ ଘଟିଛି। ସିନ୍ଧିପାର ଗାଁରେ ଚୈତ୍ର ପର୍ବ ପାଳନ ଚାଲିଥିବାବେଳେ ଝଡିଗୁଡା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗ୍ରାମର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ଅନ୍ୟଜଣେ ଗୁରୁତର […]

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ୩ ଦିନ ଧରି ଗଣଦୁଷ୍କର୍ମ!

ସୁବର୍ଣ୍ଣପୁର , ୨୨/୪(ଏସଏସନିଉଜ) ଜଣେ ଅଷ୍ଟମ ଶ୍ରେଣୀ ନାବାଳିକାକୁ ୩ ଜଣ ଯୁବକ ୩ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରିଚାଲିଛନ୍ତି ।ଏହିଭଳି ଅଭିଯୋଗ ରାମପୁର ଥାନାରେ ହୋଇଛି । ସାରସମାଲ ଗ୍ରାମର ୩ଜଣ ଯୁବକ ଏପରି କରିଥିବାର ଅଭିଯେଗ ପାଇବାପରେ ପୋଲିସ ଏହି ତିନିଜଣଙ୍କୁ ଆଣି ଟକ ରଖି ପଚରାଉଚରା ଚଳାଇଛି ।  

ସାଇକେଲ ଚୋରୀ କରି ବନ୍ଧା ହେଲେ

ବାରଙ୍ଗ,୨୧/୪(ଏସ ଏସ ନିଉଜ)ଜଣେ ମହିଳାଙ୍କ ସାଇକେଲ ଚୋରି କରିବା ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ ଚନ୍ଦକା ଥାନା ଚୁଡ଼ଙ୍ଗ ଅଞ୍ଚଳର ଜଣେ ମହିଳା ସୋମବାର ବାରଙ୍ଗ ଥାନା ଦାଢ଼ାପାଟଣା ଗ୍ରାମରେ କାମ କରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ସାଇକେଲ ଚୋରି କରିନେଇଥିବା ମହିଳା ଜଣକ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାରଙ୍ଗ ପୋଲିସ ତଦନ୍ତ କରି ଦାଢ଼ାପାଟଣା ଗ୍ରାମର ସୋମୁ ଓରଫ ସୌମ୍ୟରଞ୍ଜନ ରାଉତଙ୍କୁ ଗିରଫ […]

ହାଇୱା ଅଟୋ ମୁହାଁ ମୁହିଁ ଧକ୍କା, ୩ ମୃତ

ଆନନ୍ଦପୁର, ୨୧/୪(ଏସ ଏସ ନିଉଜ) କୋଡପଡା ଛକ ନିକଟରେ ଚିପ୍ସ ବୋଝେଇ ହାଇୱା ସହ ଯାତ୍ରୀବାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଅଟୋ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋକୁ ଧକ୍କା ଦେଇ ହାଇୱାଟି ରାସ୍ତାକଡ଼କୁ ଓଲଟି ପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ […]