୨ ଶିଶୁ ମୃତ, ମା’ ଗୁରୁତର

ଗଞ୍ଜାମ:୨୭/୪(ଏସଏସନିଉଜ)ରମ୍ଭା ଥାନା ଅଧୀନ ଗଡ଼ହୁମ୍ମା ଗ୍ରାମରେ ଫୁଡ଼୍ ପଏଜନିଂ ପାଇଁ ଦୁଇଜଣ କୋମଳମତି ଶିଶୁ ପ୍ରିୟାଂଶି ରାମକୃଷ୍ଣ ମହାରଣାଙ୍କ ଝିଅ ସିମରନ୍ ଓରଫ୍ ମହାରଣା (୩) ଓ ପୁଅ ରୁଦ୍ର ମହାରଣା (୨)ଙ୍କର ମୃତ୍ୟୁ ହୋଇଯାଇଛି।ମାଆ ସୁନିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ରବିବାର ରାତ୍ରିଭୋଜନ ଖାଇ ବ ସହ ଦୁଇଶିଶୁ କ୍ଷୀର ପିଇଥିଲେ। କିଛି ସମୟ ପିଲାଦୁଇଜଣ ସହ ମା ସୁନିତା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଚିକିସ୍‌ା ପାଇଁ ଗଞ୍ଜାମ ଡାକ୍ତରଖାନା ଯାଇଥିଲେ ।ସେଠାରେ ସୁସ୍ଥ ହୋଇ ଫେରିଥିଲେ। ଗତକାଲି ରାତିରେ ଦୁଇ ଶିଶୁ କ୍ଷୀର ପିଇ ଶୋଇଥିବାବେଳେ ଆଜି ଭୋର୍ ୫ଟାରେ ସେମାନଙ୍କର ବାନ୍ତି ଆରମ୍ଭ ହେବାରୁ ସେମାନଙ୍କୁ ପ୍ରଥମେ ଗଞ୍ଜାମ ଓ ପରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିସ୍‌ା ବେଳେ ରୁଦ୍ର ଓ ପ୍ରିୟାଂଶି ଆଖି ବୁଜି ଦେଇଥିଲେ। ସୁନିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା।ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଗାଁରେ ଶେକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

 

 

Comments (0)
Add Comment