Browsing category

ଅପରାଧ

ଟ୍ରେନ ଭିତରେ ମହିଳାଙ୍କ ମୃତଦେହ

କଣ୍ଟାବାଞ୍ଜି,୧୦ା୯(ଏସଏସନିଉଜ) ଟ୍ରେନ୍‌ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।ବିଶାଖାପାଟଣା-ରାୟପୁର ପାସେଞ୍ଜର୍ ଟ୍ରେନ୍‌ରୁ ମୃତଦେହ ଉଦ୍ଧାର ହୋଇଛି ।କଣ୍ଟାବାଞ୍ଜି ଷ୍ଟେସନ୍‌ରେ ମୃତଦେହକୁ ଉଦ୍ଧାର କରିଛି ଜିଆରପିାତେବେ ମୃତମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ଫ୍ରାନ୍ସରେ ବିକ୍ଷୋଭ,୨୦୦ ଗିରଫ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀା ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀାରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀା ଏହି ଘଟଣାରେ ୨୦୦ଜଣ ଗିରଫ ମଧ୍ୟ ହୋଇଥିବାର ଜଣାପଡିଛି ।

ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର

ଭୁବନେଶ୍ବର,୯।୯(ଏସଏସନିଉଜ) ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର।ନୟାପଲ୍ଲୀ ଥାନା ଅଞ୍ଚଳରେ ଘର ଭାଙ୍ଗିଲା ପୋଲିସ।ଜଣେ ମହିଳା ଗଞ୍ଜେଇ ବେପାରୀର ଘର ଭାଙ୍ଗିଲା ପୋଲିସ।

ନାବାଳିକା ଉପରେ ଚଢ଼ିଗଲା ଆମ ବସ୍‌

କଟକ,୯।୯(ଏସଏସନିଉଜ)ନାବାଳିକାର ଗୋଡ଼ ଉପରେ ଚଢ଼ିଗଲା ଆମବସ୍‌।ଗଣେଶ ଘାଟ ଅଞ୍ଚଳରେ ଚଢ଼ିଗଲା ଆମବସ୍‌। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍‌ ଅଟକ ରଖିବା ସହ ଗୁରୁତର ନାବାଳିକାକୁ ମେଡିକାଲକୁ ପଠାଯାଇଛି।

ଭଦ୍ରକକଲେଜ୍‌ରେ ଛାତ୍ରଅଶାନ୍ତି

ଭଦ୍ରକ,୯।୯(ଏସଏସନିଉଜ)ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି।ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।କଲେଜ୍ ଗେଟ୍‌ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯାଇଥିବା ବେଳେ ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଟାୟାର୍ ଜାଳି ବିକ୍ଷୋଭ କରାଯାଇଛି।ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ମୃତାୟନ୍ ରହିଛି।

ଟ୍ୟାଙ୍କର୍ ପଛକୁ ପିଟିଲା ଆମବସ୍

ଚୌଦ୍ୱାର,୯।୯(ଏସଏସନିଉଜ) ଟାଙ୍ଗୀ ଥାନା ଚଟିଳଗଡ଼ା ନିକଟରେ ଆମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୃତାଗତିରେ ଆସୁଥିବା ବେଳେ ଟ୍ୟାଙ୍କର୍ ପଛରେ ପିଟି ଦେଇଛିଆମ ବସ୍।ଯାହାଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁକଟକ ବଡ଼ ମେଡିକାଲ୍‌କୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି।

ଭସାଣିବେଳେ ଚାଲିଗଲା ଜୀବନ

ବାଙ୍କୀ,୮।୯(ଏସଏସନିଉଜ) ଭସାଣ ଯାତ୍ରା ବେଳେ ଡିଜେ ସାଉଣ୍ଡ୍‌ରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।ବାଙ୍କୀଥାନା ସୁବର୍ଣ୍ଣପୁରରେ ଖୁଦୁରୀକୁଣି ଭସାଣ ଯାତ୍ରା ବେଳେ ଏଭଳି ଅଘଟଣା ଘଟିଥିବାର କୁହାଯାଇଛି।ଡିଜେ ଗାଡ଼ି ପାଖରେ ନାଚୁଥିବା ବେଳେ ଯୁବକ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।ବାଙ୍କୀ ଉପଖଣ୍ଡ ହସ୍ପିଟାଲ୍‌ରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ଚାନ୍ଦା ନଦେବାରୁ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ,୮।୯(ଏସଏସନିଉଜ)ଢେଙ୍କାନାଳର ସଦରଥାନା ଅଧୀନସ୍ଥ ବଳରାମପୁର ଗ୍ରାମର ବାସିନ୍ଦା ରଶ୍ମୀ ନାଏକ ଓ ପଡ଼ୋଶୀ ମାନେ ଆମ୍ବେଦକର ସେବା ସଂଗଠନର ସମ୍ପାଦକ ଚିତ୍ରସେନ ନାଏକଙ୍କ ତତ୍ୱାବଧାନରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ.ପି.ସୂର୍ଯ୍ୟମଣି ପ୍ରଧାନଙ୍କୁ ଭେଟି ତାଙ୍କ ସ୍ବାମୀ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେତୁରନ୍ତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଓ କ୍ଷତିପୂରଣ ପାଇଁ ଅନୁରୋଧ କରିଛନ୍ତି। ରଶ୍ମୀ ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀରଞ୍ଜନ ନାଏକ ଜଣେ ଡ୍ରାଇଭର।ସେ ଗତ ୪ତାରିଖ ରାତି […]

୧୦କୋଟିର ସାଇବର ଠକେଇ,୫ଗିରଫ

ମେଣ୍ଢାଶାଳ,୭।୯(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ଶନିବାର ଦିନ ସାଇବର ଠକେଇ ମାମଲାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେମୈତ୍ରୀ ବିହାର ଥାନା ଅଧୀନସ୍ଥ ବିଡ଼ିଏ କଲୋନିରେ ରହୁଥିବା ଭଗବାନ ସାହୁ (୨୧)ଗଙ୍ଗାପାଟଣାସଂଘର୍ଷ ବିହାରରେ ରହୁଥିବା ଚିରଞ୍ଜିବ ରାଉତ (୨୧), ଅମିତାରାଣୀ ରାଉତ (୫୦), ଆକାଂଖ୍ୟା ରାଉତ (୨୧)ଓ ବିହାରର ସମୀର କୁମାର ଭୁବେ (୩୫)। ପ୍ରକାଶ ଯେ,ଚନ୍ଦକାଥାନା ଅଧିନସ୍ଥଗଙ୍ଗାପାଟଣା ସଂଘର୍ଷ ବିହାରରେ ରହୁଥିବା ଅମିତାରାଣୀ ରାଉତ (୫୦) ନାମକ ମହିଳା ତାଙ୍କ ସମ୍ପର୍କୀୟ ସୁସାନ୍ତଙ୍କ ମାଧ୍ୟମରେ […]

ମଦ ବିକିବାବେଳେ ମାଡ଼ିବସିଲା ପୋଲିସ

କଟକ, ୬।୯(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରି ଶନିବାରକୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାଲୁଙ୍କା ଗ୍ରାମର ଗ୍ରାମର ରାମ ସିଂ (୪୬) ଓ ସୁକଦେବ ସିଂ (୪୩)। ପ୍ରକାଶଯେ, ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଭାଲୁଙ୍କା ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବାର ସୂଚନା ପାଇ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗ୍ରାମର ରାମ ସିଂ […]