Browsing category

ଅପରାଧ

ଛାତ୍ରାବାସର ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ଜଟଣୀ, ୧୪/୩(ଏସଏସନିଉଜ) ନାଇଜର କଲେଜ କ୍ୟାମ୍ପସରେ ଥିବା ଛାତ୍ରାବାସର ଛାତରୁ ଡେଇଁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଛତିଶଗଡ଼ର ପୂଜା ଜେଠୱାନୀ ଓ ସେ ପଦାର୍ଥ ବିଜ୍ଞାନ ବିଭାଗ ପଞ୍ଚମ ବର୍ଷର ଛାତ୍ରୀ ଅଟନ୍ତି । ଆଜି ସକାଳେ ହଷ୍ଟେଲ ଛାତ ଉପରୁ ଯାଇ ତଳକୁ ଡେଇଁପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଖବର ପାଇ […]

ଟ୍ରକ୍‌-ଟାଟା ଏସ୍‌ଇ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଚୌଦ୍ୱାର, ୧୪/୩(ଏସଏସନିଉଜ) ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଖଡି ଗ୍ରାମର ସୁରେନ୍ଦ୍ର ସାହୁଙ୍କ ପୁଅ କାର୍ତିକ ସାହୁ ମୃତ୍ୟୁବରଣ କରିଛନ୍ତି । କାର୍ତିକ ନଂ.ଓଡି-୦୫- ଏପି-୫୩୭୪ ଟାଟାଏସି ନେଇ ସମ୍ବଲପୁରରୁ ଫେରୁଥିବା ବେଳେ କଖଡି ନିକଟରେ ଏକ ମାଲବୋଝେଇ ଟ୍ରକ ଏମ୍‌ଏଚ୍‌-୪୦-ବିଏଲ୍‌- ୮୦୪୫ ସହ ମୁହଁମୁହିଁ ଧକ୍କା ହୋଇଥିଲା ।ଖବର ପାଇ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଁଚି କାର୍ତିକ ଓ ହେଲପରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ ପଠାଇଥିବାବେଳେ ସେଠାରେ […]

ପଲସରରେ ଆସି ଲୁଟି ନେଲେ ୮ ଲକ୍ଷ ଟଙ୍କା

ରାଉରକେଲା, ୧୪/୩(ଏସଏସନିଉଜ) ରାଉରକେଲାର ସେକ୍ଟର-୧୯ ଥାନା ନିକଟରେ ଘରକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।। ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ହଠାତ କର୍ମଚାରୀଙ୍କୁ ଆକ୍ରମଣ କରି ତାଙ୍କ ନିକଟରୁ ପ୍ରାୟ ୮ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ

ଭୁବନେଶ୍ୱର,୧୪/୩(ଏସ ଏସ ନିଉଜ)ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅଜୟମିଶ୍ରଙ୍କ ଘରେ ସୋମବାର ଭିଜିଲାନ୍ସ ରେଡ୍‌ କରିଛି।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟ  ମିଶ୍ରଙ୍କ ଘର ସମେତ ଅଳସୁଆ ତରାଣୀ ନଗର, ରଘୁନାଥପୁରରେ ତିନିମହଲାକୋଠା,ଢେଙ୍କାନାଳ ,ତାଙ୍କ କାର୍ଯ୍ୟାଳୟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ ଚାଲିଛି ।ଏଥିରେ ୫ଜଣ ଡିଏସ୍‌ପି ଓ ୧୧ଜଣ ଇନସ୍‌ପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି ।

କଟୁରି ଚୋଟ ପକାଇ ବନ୍ଧା ହେଲେ ଯୁବକ

ମେଣ୍ଢାଶାଳ,୧୩/୩(ଏସଏସନିଉଜ)ଗୁଣିଗାରେଡିକୁ କେନ୍ଦ୍ରକରି ଧାରୁଆ କଟୁରିରେ ଆକ୍ରମଣ ହୋଇଛି ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ବାରାପିଟା ଗ୍ରାମରେ । ନାଜିର ପିଙ୍ଗୁଆଙ୍କ ଧାରୁଆ କଟୁରୀ ଚୋଟରେ ସେହି ଗ୍ରାମର ପ୍ରଧାନ ସମାଡ଼ ନାମକ ବ୍ୟକ୍ତି ଗରୁତର ଆହତ ହୋଇ ପ୍ରଥମେ ମେଣ୍ଢାଶାଳ ସ୍ୱାସ୍ତ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଆହତଙ୍କ ପରିବାର ଠାରୁ ଅଭିଯୋଗ ପାଇଁ ମେଣ୍ଢାଶାଳ ଫାଣ୍ଡି ପୋଲିସ ପହଂଚି ନାଜିରକୁ ଗିରଫକରି କୋର୍ଟ ଚାଲାଣ କରିବା ସହ କଟୁରିକୁ […]

ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଦୁଇ ଯୁବକ

ଖୁଣ୍ଟୁଣୀ, ୧୩/୩ ( ଏସ ଏସ ନିଉଜ) ଶନିବାର ରାତିରେ ଜଣେ ବିବାହିତ ମହିଳା ଘରେ ଏକୁଟିଆ ଥିବାବେଳେ ଦୁଇ ଯୁବକ ଘରେ ପଶି ବଳାତ୍କାର ଉଦ୍ୟମ କରିଥିବାର ଅଭିଯୋଗ ଗୁରୁଡ଼ିଝାଟିଆ ଥାନାରେ ହୋଇଥିଲା। ଏହି ଘଟଣା କୋଲଥପଙ୍ଗି ଗ୍ରାମରେ ଘଟିଥିଲା ।ମହିଳାଙ୍କ ସ୍ୱାମୀ ନିକଟସ୍ଥ ଏକ କାରଖାନାରେ କାର୍ଯ୍ୟ କରୁଥିବାରୁ ସେ କୋଲଥପଙ୍ଗି ଗ୍ରାମରେ ଭଡାରେ ରହୁଛନ୍ତି । ଶନିବାର ତାଙ୍କ ସ୍ୱାମୀ କାରଖାନାକୁ ଯାଇଥିବା ବେଳେ ଯୁବକ ଦୁଇଜଣ ମହିଳାଙ୍କୁ ଏକାକୀ ଦେଖି ତା […]

ଖାକିରେ ଲାଗିଲା ଦାଗ

ମାଲକାନଗିରି,୧୩/୩(ଏସଏସନିଉଜ) ପୁଣି ଖାକିରେ ଲାଗିଲା ଦାଗ ।ମାଲକାନଗିରିରେ ଏହିପରି ଘଟଣା ଘଟିଛି । ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ସହେଯାଗ କରିିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ପୁଲିସ ଜଣେ ପୁଲିସ ଏଏସଆଇ ସମେତ ତିନି ଜଣ ଯୁବକକୁ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ସହ ୧୦ ହଜାର ଟଂକା ନଗଦ,ଗୋଟିଏ ଲ୍ୟାପଟପ,ଗୋଟିଏ କାର,ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।ସେମାନେ ହେଲେ ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର […]

ପୁଣି ମୂର୍ତ୍ତି ଚୋରି

ପୁରୀ, ୧୩/୩(ଏସଏସନିଉଜ) ବୀରନରସିଂହପୁରର ଗୋପୀନାଥଙ୍କ ମନ୍ଦିର ଗ୍ରିଲ୍ କାଟି ଦୁର୍ବୃତ୍ତମାନେ ଗୋପୀନାଥଙ୍କ ଚଳନ୍ତି ପ୍ରତିମା, ବାବା ଲୋକନାଥ, ଦୋଳଗୋବିନ୍ଦ, ମା’ ବନଦୁର୍ଗା ଓ କନକ ଦୁର୍ଗାଙ୍କ ୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଥିବାନେଇ ପୁଜକ ବିଜୟାନନ୍ଦ ପଣ୍ଡା ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଚୋରୀ ହୋଇଥିବା ଅଷ୍ଟଧାତୁ ମୂର୍ତ୍ତିର ଓଜନ ଦେଢ଼ ଟନ୍‌ରୁ ଅଧିକ ଓ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଖବର ପାଇ ଥାନା ଅଧରକାରୀଙ୍କ ସହ ଏସ୍‌ଡିପିଓ […]

ଆସିକାରେ ରକ୍ତାକ୍ତ ସଂଘର୍ଷ

ଆସିକା, ୧୩/୩(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ଆସ୍କାରେ ନିର୍ବାଚନର ପରବର୍ତ୍ତୀ ସମୟରେ ରକ୍ତପାତ ଘଟିଛି । ନିର୍ବାଚନରେ ପରାଜିତ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବିଜୟୀ ଗୋଷ୍ଠୀ ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଗାଙ୍ଗପୁର ଥାନା ଅଧୀନ କେନ୍ଦୁପଦର ଗ୍ରାମ‌ରେ ଶନିବାର ରାତିରେ ଏପରି ଘଟିଛି ।ଏହି ଆକ୍ରମଣରେ ଅବିନାଶ ବରାଡ଼, ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ବଳରାମ ପଲେଇ ତିନି ଜଣ ଗୁରୁତର ଆହତ ହୋଇ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ସଂକଟାପନ୍ନ ବୁଲୁ […]

ବାଣପୁର ଏନଏସି ଅଞ୍ଚଳରେ ୧୪୪

ବାଣପୁର,୧୨/୩(ଏସଏସନିଉଜ)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାପରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବାର ସୁଚନା ଦେବାସହ ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଛନ୍ତି ।ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ, ୧୫ ଜଣ […]