Browsing category

ଅପରାଧ

ବନ୍ଧାହେଲେ ମ୍ୟାନେଜର୍ ଓ ସୁରକ୍ଷାକର୍ମୀ

ଗଞ୍ଜାମ,୧୬/୩(ଏସଏସନିଉଜ) ହାତୀଓଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଶାଖାରେ ୫୨ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ମ୍ୟାନେଜର୍ ନିହାରକାନ୍ତ ପ୍ରଧାନ ଓ ସୁରକ୍ଷାକର୍ମୀ ଅନିଲ ପଣ୍ଡାଙ୍କୁ କବିସୂର‌୍ୟ୍ୟନଗର ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି ।ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ପୋଲସରା ଓ କବିସୂର‌୍ୟ୍ୟନଗରର ଲୋକମାନେ ବ୍ୟାଙ୍କରେ ଜମାକରୁଥିବା ଟଙ୍କାକୁ ମ୍ୟାନେଜର ସୁରକ୍ଷାକର୍ମୀ ଅନିଲଙ୍କ ଆସିକାସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ଥିବା ଜମାଖାତାକୁ ଟ୍ରାନ୍ସଫର୍ କରିଦେଉଥିବାର ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ଅଭିଯୋଗ […]

ଧରାପଡିଲେ ରସିକିଆ ଗଣିତ ମାଷ୍ଟର

ଭୁବନେଶ୍ୱର,୧୬/୩(ଏସଏସନିଉଜ)ଶଷରେ ପୋଲିସ ହାତରେ ଧରାପଡିଛନ୍ତି ରସିକିଆ ଗଣିତ ମାଷ୍ଟର । ପ୍ରେମ ଜାଲରେ ଫସାଇ ଜଣେ ନାବାଳିକା ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ନେଇ ୫ ତାରିଖରେ ଫେରାର ହୋଇଯାଇଥିଲେ । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ରାଞ୍ଚି ରୋଡରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ଏହି ରସକିଆ ଗଣିତ ମାଷ୍ଟର ଅଟନ୍ତି ।ଛାତ୍ରୀଙ୍କ ପରିବାରଲୋକ ଅଭିଯୋଗ ପରେ ପୋଲିସ ମୋବାଇଲ ଟ୍ରାର୍କିଂ କରି ସେମାନଙ୍କୁ ବିହାରରୁ ଧରିଥିଲେ ।

ଭୁବନେଶ୍ୱରରେ ଫାୟାରିଂ

ଭୁବନେଶ୍ୱର,୧୬/୩(ଏସ ଏସ ନିଉଜ)ରାଜଧାନୀ ଉପକଣ୍ଠ ଯାଆଁଳାରେ ଲୁଟ୍ ପାଇଁ ଫାୟାରିଂ ହୋଇଥିବାର ଜଣାପଡିଛି।ଏକ ଜୁଏଲାରୀ ଦୋଜନରୁ ଲୁଟ୍ ପରେ ଫାୟାରିଂ କରି ଦୁର୍ବୁତ୍ତ ମାନେ ଚମ୍ପଟ୍ ମାରିଥିବାର ଜଣାପଡିଛି ।ଜୁଏଲାରୀରେ କିଛି କେମିକାଲ୍ ସ୍ପ୍ରେ ପରେ ଲୁଟିଥିଲେ ଦୁର୍ବୁତ।ସ୍ଥାନୀୟ ଲୋକମାନେ ଦୁର୍ବୁତ୍ତ ମାନଙ୍କୁ ଧରିବାକୁ ପିଛା କରିବାରୁ ୩ ଦୁର୍ବୃତ୍ତ ଫାୟାରିଂ କରି ଚମ୍ପଟ୍ ମାରିଥିବା ସୂଚନା ମିଳିଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି

ପୁରୀ,୧୬/୩(ଏସ ଏସ ନିଉଜ)ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।ବାରବାଟୀ ଜାଗା ପରିସରରେ ଗୁଳିମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏହାଜଣାପଡିବା ପରେ ପୁରୀରେ ଉତେଜନା ପ୍ରକାଶ ପାଇଛି । ପୋଲିସ ପହଁଚି ଶବ ଜବତ କରିବା ସହ […]

ପୁରୀମେନ କେନାଲରୁ ଅଜଣା ମୃତଦେହ ଉଦ୍ଧାର

ବାରଙ୍ଗ,୧୫/୩(ଏସ ଏସ ନିଉଜ) ନନ୍ଦନକାନନ ଥାନା ଅଧିନସ୍ଥ କୁଞ୍ଜବିହାରୀ ମହାବିଦ୍ୟାଳୟ ପଛ ପାର୍ଶ୍ଵ ବାରଙ୍ଗ-ପୁରୀ ମୁଖ୍ୟ କେନାଲରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ମୃତକଙ୍କ ବୟସ ୬୦ ବର୍ଷ ହେବ ଅନୁମାନ କରାଯାଉଛି।ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୧୨.୩୦ ଘଟିକା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ କଲେଜ ପଛପଟ ପୁରୀ ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଏକ ବ୍ୟକ୍ତିଙ୍କ ମୃତଦେହ ଭାସି ଭାସି ଆସୁଥିବାର ଦେଖିବାକୁ ପାଇଥିଲେ।ବ୍ୟକ୍ତିଙ୍କ ଜଣକ ଏକ ଧଳା ରଙ୍ଗର ଗଞ୍ଜି ଓ […]

ପରିତ୍ୟକ୍ତ ଘର ପାଖରୁ ବରହାର ମୃତଦେହ ଉଦ୍ଧାର

  ମେଣ୍ଢାଶାଳ,୧୫/୩(ଏସ ଏସ ନିଉଜ)ମେଣ୍ଢାଶାଳ ଗାଁ ର ଏକ ପରିତ୍ୟକ୍ତ ଘରୁ ୩ବର୍ଷର ଏକ ବରହା ଜଣେ ଯୁବତୀଙ୍କୁ ଆକ୍ରମଣ କରି ମୃତୁ ବରଣ କରିଛି।ବର ହା ଟି ସକାଳେ ପିତାପଲି-ଚନ୍ଦକା ରାସ୍ତାର ଭଗୁଜେନା ବାଙ୍କ ନିକଟରୁ ଗାଁ ଭିତରକୁ ଦ୍ରୁତଗତିରେ ଆସୁଥିବାର ଗ୍ରାମବାସୀମାନେ ଦେଖିଥିଲେ।ଗାଁ ମୁଣ୍ଡରେ ଥିବା ବିଶ୍ୱାଳ ସାହିର ସତ୍ୟଭମା ବିଶ୍ୱାଳ ନାମକ ଯୁବତୀ ବାଡ଼ି ପଛପଟେ ଓଳାଉଥିଲେ।ଏହି ସମୟରେ ବର ହା ଟି ଆସି ଯୁବତୀଙ୍କ ପଛପଟ ଜଙ୍ଘ ଓ ପିଚାକୁ କାମୁଡ଼ିଦେଇଥିଲା […]

ଟ୍ରାକ୍ଟରରେ ଲାଗିଲା ନିଆଁ

ବାଙ୍କୀ, ୧୪/୩(ଏସଏସନିଉଜ) ଏକ ଟ୍ରାକ୍ଟରରେ ତଣ୍ଡି ବୋଝେଇ ହୋଇ ଯାଉଥିବା ସମୟରେ ଓହଳିକି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିଥିଲା । ଡମପଡା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ସବରସାହି ନିକଟରେ ଏହି ଘଟଣା ଘଟିଛି ।ଗ୍ରାମବାସୀମାନଙ୍କଠାରୁ ଖବର ପାଇ ବାଙ୍କୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ସ୍କୁଲରୁ ମିଳିଲା ଦେଶୀ ବନ୍ଧୁକ

କୁଚିଣ୍ଡା,୧୪/୩(ଏସଏସନିଉଜ)କୁଚିଣ୍ଡାର ରେଙ୍ଗୁମୁଣ୍ଡା ୟୁପି ସ୍କୁଲ୍ ଶ୍ରେଣୀ ଗୃହରୁ ମିଳିଛି ଏକ ଦେଶୀ ବନ୍ଧୁକ ।ଏହିସ୍କୁଲର ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଏଠାରୁ ବଦଳି ହୋଇ ଅନ୍ୟ ସ୍କୁଲରେ ଯୋଗ ଦେଇଥିଲେ ମଧ୍ୟ ଏହି ଶ୍ରେଣୀଗୃହଟିକୁ ବ୍ୟବହାର କରୁଥିଲେ ।ପରେ ସିଆରସିଙ୍କ ନିର୍ଦ୍ଦେଶକ୍ରମେ ଘର ଛାଡିଥିଲେ । ଗୋବିନ୍ଦ ସାହୁ ରହୁଥିବା ଶ୍ରେଣୀ ଗୃହକୁ ସଫା କରାଯିବା ସମୟରେ ସଫେଇ କର୍ମଚାରୀ ଏକ ବନ୍ଧୁକଟି ପାଇଥିଲେ । ଦେଶୀ ବନ୍ଧୁକଟି ଶିକ୍ଷକ ଗୋବିନ୍ଦ ସାହୁଙ୍କର ବୋଲି ଚର୍ଚ୍ଚା ଯୋର […]

କାନ୍ଥ ଭୁଶୁଡ଼ି ୧ମୃତ, ୨ ଆହତ

ଢେଙ୍କାନାଳ, ୧୪/୩(ଏସଏସନିଉଜ) ଟାଉନ ଥାନା ଅନ୍ତର୍ଗତ ଜବାହାରଚୌକ ଛକ ନିକଟରେ ଘର ନିର୍ମାଣ କାମ କରୁଥିବା ବେଳେ ପୁରୁଣା ଘରର କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରୁଣାକର ବେହେରା ଓ ଅଭିନ୍ନ ନାଏକ ନାମକ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଲାଣ୍ଡମାଇନ୍ ବିସ୍ଫୋରଣରେ ଏଏସ୍ଆଇ ସହିଦ୍, ଯବାନ ଗୁରୁତର

ମାଲକାନଗିରି, ୧୪/୩(ଏସଏସନିଉଜ) ନକ୍ସଲଙ୍କ ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାବେଳେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ସୋନପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ସକାଳେ ୫୩ ବ୍ୟାଟାଲିୟନର ଆଇଟିବିପି ଯବାନମାନେ କମ୍ବିଂ ଅପରେସନ୍ କରୁଥିବାର ଜାଣି ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଫଳରେ ରାଜେନ୍ଦ୍ର ସିଂ ନାମକ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବାବେଳେ ଗୁରୁତର ହୋଇଥିବା ଯବାନ ମହେଶ କୁମାରଙ୍କୁ ଉଦ୍ଧାର କରାଯାଇ ନାରାୟଣପୁର ଜିଲ୍ଲା ମୁଖ୍ୟ […]