ଗାଧୋଉଥିବା ବେଳେ ଭାସିଗଲେ ୭

ଯାଜପୁର,୧୮/୩(ଏସ ଏସ ନିଉଜ) ବଡସୁଆର ମଙ୍ଗଳାଘାଟ ନିକଟରେ ଗାଧୋଉଥିବା ବେଳେ ନଦୀ ସୂଅରେ ୭ ଜଣ
ଭାସି ଯାଇଥିଲେ।ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ହେଲେ ୫ଜଣଙ୍କର ପତା ମିଳିପାରିନାହିଁ ।ରଙ୍ଗ ଖେଳି ସାରିବା ପରେ ଗାଧୋଉଥିବା ବେଳେଏହି ଅଘଟଣ ଘଟିଛି।ଆଜି ଦୋଳ ପର୍ବରେ କେତେକ ଗ୍ରାମରେ ରଙ୍ଗ ଖେଳି ସାରିବା ପରେ ଖରସ୍ରୋତାକୁ ଗାଧୋଇବାକୁ ଯାଇଥିଲେ ।ବଡସୁଆର ମଙ୍ଗଳାଘାଟ ନିକଟରେ ଗାଧୋଉଥିବା ବେଳେ ନଦୀ ସୂଅରେ ଭାସି ଯାଇଥିଲେ ।ଖବରପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିବାକୁ ୨ଜଣଙ୍କୁ ଉଦ୍ଧାର କରିଥିବାବେଳେ ୫ ଜଣଙ୍କର ପତା ପାଇପାରିନାହିଁ।

Comments (0)
Add Comment