Browsing category

ଅପରାଧ

କଲେଜ ଛାତ୍ରୀଙ୍କୁ ଗୁଳି କଲେ ଶିକାରୀ

ସୁନ୍ଦରଗଡ଼, ୬/୩(ଏସ୍‌ଏସ୍‌ନିଉଜ) ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିଲେ ।କିନ୍ତୁ ବାରହା ଶବ୍ଧ ଭାବି ଶୁଖିଲା ଲଟା ଗୋଟାଉଥିବା ଯୁବତୀ ଉପରକୁ ଗୁଳିମାଡ କରିଥିଲେ ।ଫଳରେ କଲେଜରେ ପଢୁଥିବା ଯୁବତୀ ଉର୍ବଶୀ ନାଏକଙ୍କ ଦେହରେ ଗୁଳି ବାଜଥିଲା ।ସାଙ୍ଗରେ ଯାଇଥିବା ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଉର୍ବଶୀକୁ ଉଦ୍ଧାରକରି ଗାଁକୁ ଆଣିବାପରେ ପରିବାର ଲୋକ ଚିକିସ୍‌ାପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ ।ଏହିଭଳି ଘଟଣା ଆଜି ଦିନରେ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ […]

ରକ୍ତ ଜୁଡୁବୁଡୁ ଅବସ୍ଥାରେ ହରିଣ: ଉଦ୍ଧାର

ଭୁବନେଶ୍ୱର,୬/୩(ଏସଏସନିଉଜ)ରବିବାରଦିନ ପିସିଆର ଟିମ ଓମଫେଡ ଛକ ନିକଟରୁ ହରିଣଟିକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ।ହରିଣଟିର ଗୋଡ଼ ଭାଙ୍ଗି ଯାଇଛି । ଅଜଣା ଗାଡ଼ି ଧକ୍କାରେ ହରିଣର ବେଳେ, ଗୋଡ଼ ଭାଙ୍ଗି ଯାଇଥିବାର ଅନୁମାନ କରାଯାଉଛି ।ତେବେ ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ବାହାରି ହରିଣଟି ସହର ମଧ୍ୟକୁ ପଶିଆସିଥିବାର ଜଣାପଡିଛି ।ଖବର ପାଇ ବନବିଭାଗ ପହଁଚି ହରିଣଟିର ଚିକିସ୍‌ କରାଯାଇଛି ।

ହାଇୱା ଚାପାରେ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

ଲାଞ୍ଜିଗଡ଼, ୬/୩(ଏସଏସନିଉଜ) ଗତ ରାତିରେ ବକ୍ସାଇଟ ହାଇୱା ଚାପାରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।ଏହି ଦୁଇଜଣ ହେଲେ ଝାରଖଣ୍ଡ ରାଜ୍ୟର ବୋକାରୁ ଅଞ୍ଚଳର ମୁକେଶ କୁଣ୍ଡୁ(୩୫) ଓ ଅଭିଷେକ ଜେନା( ୩୩) ।ଏମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କମ୍ପାନି ଅଧୀନରେ ଥିବା ଏଲଏନଟି କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ।କାମ ସାରି ବିଳମ୍ଭିତ ରାତିରେ ଫେରୁଥିଲେ ।ଏହିସମୟରେ ଏକ ଓଏସଏଲ କମ୍ପାନିରେ ଭଡାରେ ଲାଗିଥିବା ମୁନିଗୁଡା ଅଞ୍ଚଳର ବକ୍ସାଇଟ ଲୋଡ୍ ଥିବା ଓଡି-୧୮ ଏ- ୬୬୫୧ […]

୨୬ ଲକ୍ଷର ବ୍ରାଉନ ସୁଗାର ଜବତ

ଜଳେଶ୍ୱର ,୬/୩(ଏସଏସନିଉଜ)କମର୍ଦ୍ଦା ଅଞ୍ଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରିଥିବାର ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ଗୁଳି ମାଡରେ ସ୍ୱାମୀ ମୃତ, ସ୍ତ୍ରୀ ଓ ପୁଅ ଗୁରୁତର

କେନ୍ଦ୍ରାପଡ଼ା, ୫/୩(ଏସଏସନିଉଜ) ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁର ଗାଁରେ ଦିନ ଦ୍ବିପହରେ ପ୍ରାୟ ୧୦ ରାଉଣ୍ଡ ଗୁଳି ଫୁଟିଛି।ଏଥିରେ ପରିବାରର ମୁରବୀ ଅରବିନ୍ଦ ମିଶ୍ର (୬୨) ମୃତ୍ୟୁବରଣ କରିଥିବାବେଳେ ଅରବିନ୍ଦଙ୍କ ସ୍ତ୍ରୀ ମୀନତି ଓ ପୁଅ ଶୁଭକେଶ ଗୁରୁତର ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।ଅପରାହ୍ନ ୩ଟାରେ ତିନିଜଣ ଦୁର୍ବୁତ ଆସି ଅରବିନ୍ଦଙ୍କ ଘରବାହାରୁ ଡାକିଥିଲେ ।ପୁଅ ବାହାରକୁ ଆସିବାରୁ ଦୁର୍ବୁତମାନେ ପୁଅ ଉପରକୁ […]

ଚୋରା କାଠ ଜବତ କଲା ବନ ବିଭାଗ

ରାଉରକେଲା,୪/୩(ଏସଏସନିଉଜ)ଓଡ଼ିଶା–ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଝାରଖଣ୍ଡ ଓ ରାଞ୍ଚି ଚାଲାଣ ହେଉଥିବାବେଳେ ରାଉରକେଲା ବନ ବିଭାଗର ଏକ ଟିମ୍ ବିପୁଳ ପରିମାଣର ଚୋରା କାଠ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ।ବିଶେଷସୁତ୍ରରୁ ଖବର ପାଇ ଆଜି ଭୋରସମୟରେ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ୬୭ଜଣ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲେ ।ଚଢଉ କରି ପ୍ରାୟ ୧୦ ଲକ୍ଷରୁ ଅଧିକ ମୁଲ୍ୟର ଶାଳ, ଶାଗୁଆନ, କୁରୁମ ଓ ଅନ୍ୟ ଜଙ୍ଗଲୀ କାଠ ଜବତ କରିଥିଲେ […]

ନଦୀରେ ଭାସୁଛି ଅଜଣା ମୃତଦେହ

ଯାଜପୁର, ୪/୩(ଏସଏସନିଉଜ) ବୈତରଣୀ ନଦୀରେ ଭାସୁଛି ଶବ । ଆଜି ସକାଳେ ବୈତରଣୀରେ ଅଜଣା ଶବ ଭାସୁଥିବାର ଦୁଦୁରାଅନ୍ତା ଶାସନ ଗ୍ରାମର କିଛି ଲୋକ ଦେଖିବାପରେ ଗ୍ରାମରେ ଚର୍ଚ୍ଚା ଯୋର ଧରିଥିଲା ।ଏହି ଖବରପ୍ରଚାରିତ ହେବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା । ଗତ୩ଦିନହେବ ଏହି ପଞ୍ଚାୟତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ନିଖୋଜ ଥିବାର ଜଣାପଡିଛି ।ତେବେ ଅଦ୍ୟାବଧି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

ବାରଙ୍ଗ ପୋଲିସ ଧରିଲା ମଦ ବୋଝେଇ କାର

ବାରଙ୍ଗ,୪/୨(ଏସ ଏସ ନିଉଜ) ବାରଙ୍ଗ ଥାନା ପୋଲିସ ଶୁକ୍ରବାର ଦିନ ଫକୀର ପଡା ଗ୍ରାମପାଖରୁ ଏକ ମଦ ବୋଝେଇ କାରକୁ ଜବତ କରିବାସହ ଚାଳକକୁ ଗିରଫ କରି କୋର୍ଟ ଚାଳଣ କରିଛି ।କାର ଚାଳକ ହେଉଛନ୍ତି ମେଘା ଗ୍ରାମର ମନୋଜ କୁମାର ସାହୁ।ମନୋଜ ଓଡ଼ି02- ଏଜେ – 5869 ନମ୍ବର କାର ଯୋଗେ ମେଘାରୁ ୩୫ଲିଟର ଦେଶୀ ମଦ ନେଇ ଆସୁଥିବାର ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଖବର ପାଇଥିଲେ।ସଦଳବଳେ ଫକୀର ପଡା ଗାଁ […]

ଚେନ ଲୁଟେରା ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାର ଥାନା ପୋଲିସ

ଚୈାଦ୍ୱାର, ୪/୩(ଏସଏସନିଉଜ) ଚୈାଦ୍ୱାର ଥାନା ପୋଲିସ ଏକ ଚେନଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କଠାରୁ ଦୁଇଟି ପଲସର ଓ୨୨ଟି ସୁନାଚେନ ଜବତ କରିଛି ।ସେମାନେ ହେଲେ ବାରଙ୍ଗଥାନା ଅର୍ନ୍ତଗତ ଜଇପୁର ଗ୍ରାମର ସୁବ୍ରତ ଭଟ ଓ ଗୋଠପୁରଗ୍ରାମର ଦେବାଶିଷ ସ୍ୱାଇଁ, ଚାନ୍ଦିନିଚୈାକିର ଶୁଭମ କୋକଟେ । ସୁବ୍ରତନାମରେ ୩୩ଟି , ଶୁଭମ ନାମରେ ୨୧ଟି ଓ ଦେବାଶିଷ ନାମରେ ୧ଟି ମକଦ୍ଦମା କଟକ-ଭୁବନେଶ୍ୱର ବିଭିର୍ଣ ଥାନାରେ ରହିଥିବାର ପୋଲିସ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି । ଗତମାସ୨୨ତାରିଖ […]

ମଦ ଓ ପୋଚ ନଷ୍ଟ କଲା ଅବକାରୀବିଭାଗ

ଆଠଗଡ଼,୪/୩(ଏସଏସନିଉଜ) ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମଠନଳା ଓ ହାତୀତୋପ ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ମଦଭାଟି ଉପରେ ଅବକାରୀ ବିଭାଗ ଚଢାଉ କରି ୩୫୫୦ଲିଟର ପୋଚ ନଷ୍ଟ କରିଛନ୍ତି ।ଏହାସହ ଚାଲାଣ ପାଇଁ ରଖାଯାଇଥିବା ୨୬୦ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଛି ।ତେବେ ଏହି ଘଟଣାରେ ଅବକାରୀବିଭାଗ କାହାକୁ ଗିରଫ କରିପାରିନଥିବାର ଜଣାପଡିଛି ।