Browsing category

ଅପରାଧ

ଆରମ୍ଭ ହେଲା ଯୁଦ୍ଧ

ଭୁବନେଶ୍ୱର,୨୪/୨(ଏସ ଏସ ନିଉଜ)ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ ।ରୁଷ ସାମ୍ନାରେ ମୁଣ୍ଡ ନୁଆଁଇବୁ ନାହିଁ, କୌଣସି ପରିସ୍ଥିତିରେ ୟୁକ୍ରେନ ପଛକୁ ହଟିବାର ନାହିଁ କି ଆତ୍ମସମର୍ପଣର ପ୍ରଶ୍ନ ଉଠୁନି  ବୋଲି ଘୋଷଣା କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ।ଏହାସହିତ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ବାନ କରିଛନ୍ତି ରାଷ୍ଟ୍ରପତି । ଯୁଦ୍ଧ ଭିତରେ ୟୁକ୍ରେନ୍ ଭାରତକୁ ସହାୟତା ମାଗିଛି ।ପୁଟିନଙ୍କ ସହ ଆଲୋଚନା ପାଇଁ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଭାରତରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତ।

ବାଲଟ ପେପର ନେଇଗଲେ ଦୁର୍ବୃତ୍ତ ,୫ଟି ବୁଥରେ ମତଦାନ ବନ୍ଦ

ଭଦ୍ରକ, ୨୪/୨(ଏସଏସନିଉଜ) ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଧାମନଗର କଟସାହିର ୧ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି ।ଫଳରେ କଟସାହିର ୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ଦୁର୍ବୃତ୍ତମାନେବାଲଟ ପେପର ନେଇଯିବାସହ ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି ।ଯାହାଫଳରେ ଉତ୍ତେଜନା ଦେଖାଦେବା ମତଦାନ ବନ୍ଦ ରହିବାସହ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଠାଇନେଇଛି ପୋଲିସ ।ସେହିଭଳିଭାବେ ନିଆଳି ପୋଖରୀଗାଁ ପଞ୍ଚାୟତର , ୧୧, ୧୬, ୧୭ […]

ପୁଟିନଙ୍କ ଧମକ

ଭୁବନେଶ୍ୱର,୨୪/୨(ଏସଏସନିଉଜ) ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ୟୁକ୍ରେନକୁ ସମର୍ଥନ କଲେ ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି । ୟୁକ୍ରେନରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଗଣମାଧ୍ୟମ ଆଗରେ ପୁଟିନ ସ୍ପଷ୍ଟ କରିଛନ୍ତି ।ପୁଟିନଙ୍କ ଚେତାବନୀ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧକୁ ଯେପରି ଆହ୍ୱାନ ଦେଲାଭଳି ମନେହେଉଛି । ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମରୁ […]

ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ,୧୫/୨(ଏସଏସନିଉଜ)ମନ୍ଦିର ତାଲାଭାଙ୍ଗି ମୁର୍ତୀ ଚୋରୀ କଲେ,ପୁଣି କବାଟରେ ତାଲା ଲଗାଇ ପଳାଇଯାଇଥିଲେଦୁର୍ବୃତ୍ତ ।ଏହିଭଳି ଘଟଣା ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆ ସୋମେଶ୍ୱର ପୁର ଗ୍ରାମର ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରେ ଦେଖିବାକୁ ମିଳିଛି । ଗତକାଲିବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋର ମାନେ କାଠରେ ନିର୍ମିତମୁଖ୍ୟ କବାଟ ଓ ପରେ ଗ୍ରିଲ ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।ମନ୍ଦିର ମଧ୍ୟରୁ ୩ ଫୁଟର ଦୁର୍ଗା ମୂର୍ତ୍ତି, ୧ ଫୁଟର ସାନ ଦୁର୍ଗା […]

ଫେବ୍ରୁଆରି ୧୬ରେ ଆକ୍ରମଣ

ଭୁବନେଶ୍ୱର,୧୫/୨(ଏସଏସନିଉଜ) ଫେବ୍ରୁଆରି ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେଇଛି ।ଆମେରିକାର ଚେତାଇଦେବାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ସହ ଭାରୀ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ରକୁ ରଖି ଋଷ ତିନି ପାର୍ଶ୍ୱରୁ ଘେରି ରହିଛି।

ପୁରୀରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ, ୧୫/୨(ଏସଏସନିଉଜ) ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବାସେଳି ଥାନାର ମାଟିତୋଟାରୁ ପ୍ରାୟ ୩୫ଲକ୍ଷଟଙ୍କା ମୁଲ୍ୟର ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି ।ଏହି ଘଟଣାରେ ୪ ଆନ୍ତଜିଲ୍ଲା ବେପାରୀ ଫିରୋଜ ଖାନ୍, ପପୁ ପାଣ୍ଡେ, ଶେଖ୍ ଇଫତଖର୍ ଟୁଲ୍ଲା ଓ ଦୀପ୍ତି ରଂଜନ ଭୁଜବଳ ଗିରଫ ହୋଇଛନ୍ତି।ସେମାନଙ୍କଠାରୁ ୩ଟି ଦୁଇଚକିଆ ଯାନ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଓ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଛି […]

ମଦବୋଝେଇ କାର ଛାଡି ଖସିଗଲେ

ବାରଙ୍ଗ,୧୪/୨(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ବାରଙ୍ଗ ଥାନା ପୋଲିସ ଏକ ମଦବୋଝେଇ କାରକୁ ଜବତକରିବା ସହ କାରରେ ଥିବା ତିନିଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।କୈାଣସି ସୁତ୍ରରୁ ଖବରପାଇ ବାରଙ୍ଗଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ଚୁଡଙ୍ଗରାସ୍ତାରେ ଦ୍ରୁତଗତିରେ ଆସୁଥିବା ଓଡି ୦୫କେ ୮୩୧୯ନଂ କାରଟିକୁ ରୋକିଥିଲେ ।କୈାଶଳକ୍ରମେ କାରରେ ଥିବା ତିନିଜଣ ଯୁବକ କାର ଛାଡି ଚନ୍ଦକା ଜଙ୍ଗଲଆଡେ ଦୌଡି ପଳାଇଥିଲେ ।ପୋଲିସ କାର ସହ କାରଭିତରୁ ୩୨୦ ଲିଟର ଦେଶୀ ମଦ ଜବତ କରିଛି ।ପୁଲିସ […]

କବାଡିଆ ପାଖରେ ବିକ୍ରିବେଳେ ଧରିଲେ ଫରେଷ୍ଟଗାର୍ଡ

ବାରଙ୍ଗ,୧୪/୨(ଏସଏସନିଉଜ)ନନ୍ଦନକାନନର ଫର୍ଡର ଫାର୍ମରେ ରହିଥିବା ଅନାବଶ୍ୟକ ଥିବା ଲୁହା, ତମ୍ବାତାର, ପମ୍ପକେବୁଲ ଆଦି ସାମଗ୍ରୀକୁ ନନ୍ଦନକାନନର ଜଣେ କର୍ମଚାରୀ କବାଡିଆକୁ ବିକ୍ରି କରିବାପାଇଁ ଉଦ୍ୟମ କରୁଥିବାବେଳେ ଫରେଷ୍ଟଗାର୍ଡ ହାତରେ ସୋମବାରଦିନରେ ଧରାପଡିବା ଘଟଣା ଏବେ ଚର୍ଚ୍ଚା ଯୋରଧରିଛି ।ନନ୍ଦନକାନନରେ ବିଭିର୍ଣ କାର୍ଯ୍ୟପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ବଳକା ଅଂଶକୁଷ୍ଟୋରବିଭାଗର ୱାର୍କସପରେ ରଖାଯାଇଥାଏ ।ଏହାକୁ ପର୍ଯ୍ୟାୟକ୍ରମେ ନିଲାମ ହୋଇଥାଏ ।କିନ୍ତୁ ଏହି ବଳକା ସାମଗ୍ରୀଗୁଡିକୁ ୱାର୍କସପରେ ରଖାନଯାଇ ଫର୍ଡରଫାର୍ମରେ ରଖାଯାଇଥିଲା ।ସୋମବାର ପାଖାପାଖି ୧୧ଟା ସମୟରେ ଏକ ଅଟୋରେ […]

ବ୍ୟାଙ୍କ କହିଲା ଟଙ୍କା ଫେରାଅ।

  ୧. ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ । ୨. ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ […]

ବନ୍ଧୁକ ଦେଖାଇ ଖସିଗଲା

ବାଲିଅନ୍ତା, ୮/୨(ଏସଏସନିଉଜ) ‌ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ କରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।ନିଜକୁ ରକ୍ଷାକରିବାକୁ ଯାଇ ଲୋକମାନଙ୍କୁ ରିଭଲଭର ଦେଖାଇ କୈାଶଳକ୍ରମେ ଖସିଯାଇଛନ୍ତି ଦୁର୍ବୁତ ।ଏହି ଘଟଣା ବାଳକାଟି ବଜାରରେ ଘଟିଛି ।ବାଳକାଟି ବଜାର ଅଟୋଷ୍ଟାଣ୍ଡ ପାଖରେ ଥିବା ‌ଷ୍ଟେଟ ବ୍ୟାଙ୍କ ଏଟିଏମକୁ ରାତି ସାଢ଼େ ୧୦ଟା ପାଖାପାଖି ଜଣେ ଯୁବକ ଆସିଥିଲେ ।ପାଖରେ ପଡିଥିବା ଇଟାରେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିଲା। ଏହାଦେଖି ସ୍ଥନୀୟ ଲୋକମାନେ ଯୁବକକୁ କାବୁ କରିବାକୁ ଉଦ୍ୟମ କରିବାରୁ […]