Browsing category

ଅପରାଧ

୫ ହଜାର ଲାଞ୍ଚ ନେଇ ଧରାପଡିଲେ ପୋଲିସବାବୁ

ଭୁବନେଶ୍ୱର,୪/୨(ଏସଏସନିଉଜ) ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଜଣେ ହୋଟେଲ ମାଲିକଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିବା ସହ ଗ୍ରହଣ କରିଥିବା ବେଳେ ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିବାସହ ସାହୁଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏ ସଂକ୍ରାନ୍ତରେ ୨/୨୨କେଶନଂରେ ଏକ ମକଦ୍ଦମା ରଜୁକରିଛି ଭିଜିଲାନ୍ସ ।  

ଆତ୍ମସମର୍ପଣ କଲେ ୬ ମାଓବାଦୀ

ମାଲକାନଗିରି, ୪/୨(ଏସଏସନିଉଜ)ଛତିଶଗଡର ଦନ୍ତେଵାଡା ଜିଲ୍ଲା ଥାନା ଭାନସି ଠାରେ ଅବସ୍ଥାପିତ ୨୩୦ ସିଆରପିଏଫ ବାଟାଲିୟନରେ ସିଆରପିଏଫ ଡିଆଇଜି ବିନୟ କୁମାରଙ୍କ ଉପସ୍ଥିତିରେ ଜଣେ ମହିଳା ସମେତ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ସେମାନେ ହେଲେ କୋସାରାମ ସାଡି, ଇର୍ମା ମାଡବି, ଇର୍ମା କାବାସି, ମଙ୍ଗଲୁ କୁଞ୍ଜାମ, ସୋମଡି ନିକାମ ଓ ମହେଶ ମାରକମ। ଅନ୍ୟପଟେ ବିଜାପୁର ଜିଲ୍ଲାର ବରଗାପାରା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ କ୍ୟାମ୍ପରେ ଗୁରୁବାର ରାତିରେ ୨୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ନକ୍ସଲ […]

ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ଘଟଣାରେ ୨ କୋର୍ଟ ଚାଲାଣ

ଜଟଣୀ,୩/୨(ଏସ ଏସ ନିଉଜ)୨୯ ତାରିଖ ଶନିବାର ରାତିରେ ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ ହୋଇଥିବା ଘଟଣାରେ ଜଟଣୀ ପୁଲିସ ଏହିଥାନା ଅନ୍ତର୍ଗତ ବଡନୂଆଗାଁ ଅଞ୍ଚଳର ପିଣ୍ଟୁ ଓରଫ ହୃଦାନନ୍ଦ ମହାପାତ୍ର ଓ ବେଣାପଞ୍ଜରୀ ଗ୍ରାମର ରାଜୁ ଓରଫ ଏସକେ ଟିପୁସୁଲତାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ତେବେ ଟିପୁ ନାମରେ ପୁର୍ବରୁ ଜଟଣୀଥାନାରେ ଅନେକ ମାମଲା ରହିଛି ।ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଟିପୁସୁଲତାନ ସଂପୃକ୍ତ ରହିଥିବା ପୁଲିସ କହିଛି ।

ସମିତିସଭ୍ୟ ପାର୍ଥୀ ନିଖୋଜ

ଢ଼େଙ୍କାନାଳ , ୩/୨(ଏସଏସନିଉଜ) ହିନ୍ଦୋଳ ବ୍ଲକ ନୂଆଗାଁ ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ନିଖୋଜ ରହିଛନ୍ତି ।ଏହାମଧ୍ୟରେ ୨୪ଘଂଟା ବିତିଯାଇଥିଲେ ମଧ୍ୟ ତାଙ୍କର ପତାମିଳିପାରିନାହିଁ । ପୁସିଂ କାର୍ଡ ଛପାଇବାକୁ ପାଖରେ ଥିବା ନିମବାହାଳି ବଜାରକୁ ଘରୁ କହି ଯାଇଥିଲେ । ରାସ୍ତାରେ ତାଙ୍କର ଚପଲ ଏବଂ ମଟରସାଇକେଲ ପଡିଛି କିନ୍ତୁ ସୁବ୍ରତ ଙ୍କର ପତା ମିଳୁ ନାହିଁ ।ପରିବାରଲୋକ ଖୋଜାଖୋଜିକରି ନିରାଶ ହେବାରୁ ଥାନାରେ ଅଭିଯୋଗ କରିବାପରେ କଣ୍ଟାବଣିଆ ପୋଲିସ ତଦନ୍ତ ଆରମ୍ଭ […]

ପିକଅପ୍ ଭ୍ୟାନ୍ ଲୁଟ୍ ଘଟଣାର ପର୍ଦାଫାସ କଲା ପୋଲିସ

କଟକ, ୨/୨(ଏସଏସନିଉଜ)ଏକ ବିଦେଶୀ ମଦ ବୋଝେଇ ପିକଅପ୍ ଭ୍ୟାନ ଲୁଟ୍ ଘଟଣାର ପର୍ଦାଫାସ କରିଛି ଜଗତପୁର ଥାନା ପୋଲିସ । ପୋଲିସ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଟାଙ୍ଗୀ ଥାନା ନରେନ୍ଦ୍ରପୁର ଅଞ୍ଚଳର ପିକଅପ୍ ଭ୍ୟାନ ଡ୍ରାଇଭର ଗୋପନ ଓରଫ ମଙ୍ଗଲ ପିଙ୍ଗୁଆ, ପଦିଆ ଓରଫ ପ୍ରଦୀପ କୁମାର ସେଠ. ଚମ୍ପତି ଅଞ୍ଚଳର ଅରୁଣ ଭୋଇ , ଇଟା ଓରଫ ପ୍ରଫୁଲ୍ଲ କୁମାର ଦାସଏବଂ ବୁଟା ଓରଫ ନାରଣ ଦାସଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ […]

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନୂଆପଡ଼ା, ୨/୨(ଏସଏସନିଉଜ) ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘର ସମେତ ନୂଆପଡ଼ା ଓ କଟକ ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଚାଉଳିଆଗଞ୍ଜରେ ୩ ମହଲା ଓ ବାଲିସାହିରେ ୨ ମହଲା କୋଠା, ମଧୁପାଟଣାରେ ଗୋଟିଏ କଲ୍ୟାଣ ମଣ୍ଡପ, ଚୌଦ୍ଵାରରେ ୩ ଏକର ଜମି ଠାବ ହୋଇଥିବାବେଳେ ୧ କୋଟି ୧୩ […]

ଦୁର୍ନୀତି ଅଭିଯୁକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨/୨(ଏସଏସନିଉଜ)ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ […]

ଭଡ଼ା ଘରୁ ସେକ୍ସ ରାକେଟ ଠାବ

କଟକ,୩୧/୧(ଏସଏସନିୟୁଜ)ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ କରିଛି ଲାଲବାଗ ଥାନା ପୋଲିସ ।ଭଡାଘରୁ ୨ ଯୁବତୀ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ଦଲାଲଙ୍କ ସମେତ ୪ ଅଟକ ରଖିଛି ପୋଲିସ । ଭଡ଼ାଘରର ମାଲିକ ଦମ୍ପତିଙ୍କୁ ମଧ୍ୟ ଅଟକ ରଖାଯାଇଛି ।

କୂଅରୁ ଉଦ୍ଧାର ହେଲା ମହିଳା କଣ୍ଡକ୍ଟରଙ୍କ ମୃତଦେହ

ଭୁବନେଶ୍ୱର,୩୧/୧(ଏସଏସନିୟୁଜ) ଭୁବେନଶ୍ୱର ଶ୍ରୀରାମ ନଗର ଲେନ୍-୧୩ରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ ।ମୃତ ମହିଳାଙ୍କ ନାମ କ୍ରିଷ୍ଣା ମହାନ୍ତି । ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାମ କରିବାସହ ଭଡା ଘରେ ରହୁଥିଲେ । ଗତରାତିରେ ମୋବାଇଲରେ କଥାହେଉଥିବାବେଳେ ଛାତରୁ ଖସି ପଡି କୂଅ ଭିତରେ ଗଳି ପଡିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର […]

ପର୍ଯ୍ୟଟକଙ୍କ ଭ୍ୟାନିଟରୁ ଚୋରି କରି ମହିଳା ଗିରଫ

ବାରଙ୍ଗ,୩୧/୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଚୋରି ଉଦ୍ୟମ କରି ଜଣେ ଗିରଫ।ଗିରଫ ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ଵର ୟୁନିଟ ୩ ପ୍ରେସ କଲୋନୀର ଲକ୍ଷ୍ମୀ ରେଡ୍ଡୀ (୨୫)।ସୂଚନା ମୁତାବକ ରବିବାର ବାଲିଅନ୍ତା ଥାନା ବଇଁଚୁଆ ଅଞ୍ଚଳର ପୁଷ୍ପାଞ୍ଜଳି ସାହୁ ସପରିବାର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିଲେ।ଏହି ସମୟରେ ଜଣେ ଅପରିଚିତ ମହିଳା ତାଙ୍କ ବ୍ୟାଗ୍ ଭିତରୁ ଟଙ୍କା ଚୋରୀ କରି ଖସି ପଳାଉଥିବା ବେଳେ ପରିବାର ଲୋକେ […]