Browsing category

ଅପରାଧ

ଅଜଣା ଗାଡି ଧକ୍କାରେ ଚାଲିଗଲା ଅଶୋକଙ୍କ ଜୀବନ

ବାରଙ୍ଗ,୬/୧୨(ଏସଏସନିୟୁଜ)ଅଜଣା ଗାଡି ଧକ୍କାରେ ଚାଲିଗଲା ଅଶୋକ କୁମାର ଚୌଧୂରୀଙ୍କ ଜୀବନ ।ସବୁଦିନ ଭଳି ସୋମବାର ବଢିଭୋରସମୟରେ କଟକ ମ୍ୟୁନିପାଲଟିକୁ ଯାଉଥିଲେ ।ସେ କଟକ ମ୍ୟୁନିପାଲଟିରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି ।ନେତାଜୀ ସବାଷ ବୋଷ ସେତୁ ଉପରେ ଯାଉଥିବାବେଳେ ପଛ ପଟୁ ଏକ ଅଜଣାଗାଡି ଧକ୍କା ଦେଇଥିଲା ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁହୋଇଥିଲା ।ସେତୁର ମୁଖ୍ୟରାସ୍ତାଉପରେ ଧକ୍କା ହୋଇଥିବାବେଳେ ସାଇକେଲଟି ରାସ୍ତା ଉପରେ ପଡିଥିବାବେଳେ ମୃତ ଅଶୋକ ଫୁତପାଥ ଉପରେ ପଡିଥିଲେ ।ତେବେ ଦୁର୍ଘଟଣାପରେ ଅଶୋକ […]

ସଟର କାଟିଲେ,ଅଧ କୋଟି ଗହଣା ଲୁଟିଲେ

ଭୁବନେଶ୍ୱର,୬/୧୨(ଏସଏସନିୟୁଜ) ଖଣ୍ଡଗିରି ଥାନା ଡେଲଟା ଛକ ନିକଟରେଥିବା ଲକ୍ଷ୍ମୀନାରାୟଣ ଜୁଏଲରୀର ସର୍ଟର କାଟି ଦୁର୍ବୃତମାନେ ୧କିଲୋ ସୁନା, ୧୦ କେଲୋ ରୂପା ଅଳଙ୍କାର ସହିତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁବୃର୍ତ ମାନେ ଗ୍ୟାସ କଟର ସହାୟତାରେ ସଟରକୁ କାଟି ଭିତରେ ପସି ସମସ୍ତ ଗହଣା ଲୁଟି ନେଇଥିଲେ ।ଅନ୍ୟଦୋକାନୀମାନଙ୍କଠାରୁ ଖବରପାଇ ମାଲିକ ସନ୍ଦିପ ସାହୁ ଦୋକାନକୁ ଆସି ଚୋରୀ ହୋଇଥିବାର ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ ।

ବିଚ ରାସ୍ତାରେ ପୋଲିସ କର୍ମୀଙ୍କୁପିଟିଲେ

୧. କଟକଣା ମାନୁ ନାହାନ୍ତି ବିଦେଶ ଫେରନ୍ତା । ୨. ବଣ୍ଡାଘାଟିର ସଫଳ କଫି ଚାଷୀ ଅର୍ଜୁନ, ସରକାରୀ ସହଯୋଗକୁ ଅପେକ୍ଷା । ୩. ଅଖିଳେଶଙ୍କ ପାଇଁ ବାରଣାସୀରେ ପ୍ରଚାର କରିବେ ମମତା । ୪. ପୋଲିସ କର୍ମୀଙ୍କୁ ବିଚ ରାସ୍ତାରେ ପିଟିଲେ ସପା କର୍ମୀ: ଭିଡିଓ ଶେୟାର କଲେ କେନ୍ଦମନ୍ତ୍ରୀ ଅନୁରାଗ ଠାକୁର । ୫. ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ: ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ […]

ଟଳିଲା ବିପଦ!

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର ୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି । ୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ । ୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର […]

ବ୍ୟବସାୟୀଙ୍କୁ ଗୁଳିକଲେ ଡକାୟତ

କୁଆଖିଆ,୪/୧୨(ଏସଏସନିୟୁଜ) ଶୁକ୍ରବାର ରାତିରେ କୁଆଖିଆ ଥାନା ଅନ୍ତର୍ଗତ ହରିପୁର ବଜାରରରେ ଥିବାଏମଏସ ଜୁଏଲାରି ଦୋକାନ ମାଲିକଙ୍କଠାରୁ ଲୁଟ ପାଇଁ ଡକାୟତମାନେ ଗୁଳିମାଡ କରିଛନ୍ତି ।ଏଥିରେ ଦୋକାନମାଲିକ ଆଶିଷ ପାତ୍ର ଓ ଦୋକାନ କର୍ମଚାରୀ ସୋନୁ ସାହୁ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକମାନଙ୍କପାଇଁ ଲୁଟ ନକରି ଡକାୟତମାନେ ଖାଲିହାତରେ ଯାଇଛନ୍ତି ।ସବୁଦିନଭଳି ଶୁକ୍ରବାରରାତିରେ ଦେବାଶିଷ ପାତ୍ର ଦୋକାନ ବନ୍ଦ କରି ମେଡିକାଲ ଛକ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ କଳାପଲସରରେ ୩ଜଣ ଆସି ତାଙ୍କ ମୁହଁକୁ ଲଙ୍କାଗୁଣ୍ଡ […]

ଟ୍ରକ୍-ଇନୋଭା ମୁହାଁମୁହିଁ ଧକ୍କା

ଛେଣ୍ଡିପଦା, ୪/୧୨(ଏସଏସନିୟୁଜ) ଗତକାଲି ରାତି ୧୦ଟାରେ ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥ ଜିନ୍ଦଲ ମ୍ୟାଟେରିଆଲ ଫାଟକ ସମ୍ମୁଖରେ ଟ୍ରକ୍ ଓ ଇନୋଭା କାର୍ ମଧ୍ୟରେ ଦୁର୍ଘଟଣା ଘଟି ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଟ୍ରକ ଅନୁଗୁଳ ପଟୁ ଛେଣ୍ଡିପଦା ଆଡ଼କୁ ଆସୁଥିଲା। ବିପରୀତ ଦିଗରୁ ଛେଣ୍ଡିପଦାରୁ ଅନୁଗୁଳ ଆଡକୁ ଆସୁଥିବା ଇନୋଭା କାର୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣାରେ ଘଟଣାସ୍ଥଳରେ ଇନୋଭାରେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ […]

ପିସ୍ତଲ ଦେଖାଇ ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍

ଢେଙ୍କାନାଳ, ୪/୧୨(ଏସଏସନିୟୁଜ) କଟକ ମାଲଗୋଦାମରେ ଥିବା ଗେଡ ସାହୁଙ୍କ ଦୋକାନ କର୍ମଚାରୀମାନଙ୍କଠାରୁ ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ରାସ୍ତାରେ ଦୁର୍ବୃତମାନେ ବନ୍ଧୁକ ଦେଖାଇ ଏକଲକ୍ଷ ୩୦ହଜାର ଟଙ୍କା ଲୁଟ କରି ଫେରାର୍ ହୋଇ ଯାଇଥିବାର ଜଣାପଡିଛି ।ଏହି କର୍ମଚାରୀମାନେ ଭୁବନ ଅଞ୍ଚଳର ନୟାନିଳକଣ୍ଠ ପୁର,ମହୁଲପାଳ ଗ୍ରାମ ଗୁଡିକରେ ଥିବା ଦୋକାନ ଗୁଡିକରେ ସାମଗ୍ରୀ ଦେଇ ଟଙ୍କାନେଇ ଫେରୁଥିବାବେଳେ ୨ ଜଣ ଦୁର୍ବୃତ ଏହି କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଟଙ୍କାଲୁଟି ନେଇପଳାଇଯାଇଥିଲେ ।ଖବରପାଇପୋଲିସ ଅସି ତଦନ୍ତ ଆରମ୍ଭ କରିଛି […]

ପୋଟେରୁ ଫାଣ୍ଡିରେ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି, ୪/୧୨(ଏସଏସନିୟୁଜ) ପୋଟେରୁ ଫାଣ୍ଡିରେ ଦୁର‌୍ୟ୍ୟୋଧନ ମାଝୀ ନାମକ ଯବାନ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଗତକାଲି ରାତି ଡ୍ୟୁଟି ସାରି ସକାଳେ ଫାଣ୍ଡି ପରିସରରେ ଥିବା କ୍ବାର୍ଟରକୁ ଆସି ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଦୁର‌୍ୟ୍ୟୋଧନଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ କିଛି ଦିନ ତଳେ ବିବାହ କରିଥିଲେ । ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଗୁଳି ଶବ୍ଦ ଶୁଣି ଫାଣ୍ଡି କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିବାସହ କାଲିମେଳା ପୁଲିସ ପହଁଚି ତଦନ୍ତ […]

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେଭିଜିଲାନ୍ସ ରେଡ୍‌

ନୟାଗଡ଼, ୪/୧୨(ଏସଏସନିୟୁଜ) ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।ଓଡ଼ଗାଁ ଘର, ନୟାଗଡ଼ ସହରରେ ଥିବା ଘର, ବିରୁଡ଼ା ଗାଁରେ ଥିବା ପୈତୃକ ଘର,କାର୍ଯ୍ୟାଳୟ ସମେତ ଏକକାଳିନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ ୩ଟି ୩ ଚକିଆ ଗାଡ଼ି ଜବତ ହୋଇଥିବାର […]

ଲାଞ୍ଚ ନେଇ ଧରାପଡିଲେ ପିଅନ!

ବାଲେଶ୍ୱର, ୩/୧୨(ଏସଏସନିୟୁଜ) ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ପୂର୍ତ୍ତ ବିଭାଗର ପିଅନ ପଦ୍ମନାଭ ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଲକ୍ଷେଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।ଏହାପରେ ସୋର ବାଗୁଡ଼ି ସ୍ଥିତ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ।