ବିଦ୍ୟୁତ୍ ଆଘାତରେ ଗାଈ ମୃତ୍ୟୁକୁନେଇ ଥାନାରେ ଅଭିଯୋଗ

ବାରଙ୍ଗ,୮/୧୨(ଏସଏସନିୟୁଜ) ବିଦ୍ୟୁତଆଘାତରେ ଗାଇର ମୃତ୍ୟୁ ହୋଇଥିବାବେଳେ ଗାଈ ଜଗୁଆଳି ମାଲିକ ଆହତ ହୋଇଥିବା ନେଇ ବୁଧବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି ।ବୁଧବାର ସକାଳେ ଏହିଥାନା ଅର୍ନ୍ତଗତ ବଛିପୁର ଗ୍ରାମର ସନାତନ ବେହେରା ନାମକ ଯୁବକ ଗାଈ ଚରାଇବା ପାଇଁ ନିକଟସ୍ଥ ପଡିଆକୁ ଗାଇକୁ ନେଇ ଯାଉଥିଲେ ।ସେହିପଡିଆକୁ ଜଣେ ଜମିବ୍ୟବସାୟୀ ନେଇଥିବାବେଳେ ପଡିଆରେ ପୋତାଯାଇଥିବା ବିଦ୍ୟୁତ୍ ଖୁଂଟରୁ ଆଥିଂଙ୍ଗ ତାର ଉପରୁ ତଳକୁ ଆସି ମାଟିରେ ପୋତା ଯାଇଥିଲା ।ପଡିଆରେ ପାଣିଥିବାରୁ ଗୋଟିଏ ଗାଇ ପଡିଆରେ ପଶିବା କ୍ଷଣି ବିଦ୍ୟୁତ୍ ଆଘାତ ଲାଗିବାରୁ ଗାଈଟି ଛଟପଟ ହୋଇଥିଲା ।ଏହାଦେଖି ଗାଇଜଗୁଆଳି ସନାତନ ପାଣି ମଧ୍ୟକୁ ପଶିବା କ୍ଷଣି ସେ ମଧ୍ୟ ବିଦ୍ୟୁତ ଆଘାତ ପାଇ ଉପରକୁ ପଳାଇଆସିଥିଲେ ।ସ୍ଥାନୀୟ ଗ୍ରାମର କିଛି ଯୁବକ ସନାତନର ପାଟିଶୁଣି ଘଟଣାସ୍ଥଳରେ ପହଁଚିବା ସହ ବିଦୁତ ସଂଯୋଗ ବିଛିର୍ଣ କରିବାପରେ ଗାଇଟି ମରିପଡିଥିବାର ଜଣାପଡିଥିଲା ବୋଲି ସନାତନର ବଡଭାଇ ନରେନ୍ଦ୍ର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଅଭିଯୋଗ ପାଇବାପରେ ଏକ ମକଦ୍ଦମାରୁଜୟକରି ତଦନ୍ତ ଆରମ୍ଭ କରିଛି ।(ଗୈାତମ ରାଉତଙ୍କ ରିପୋର୍ଟ)

 

Comments (0)
Add Comment