Browsing category

ଅପରାଧ

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଗଂଜାମ,୫/୧୧(ଏସଏସନିୟୁଜ) କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ରକ୍ତାକ୍ତ ମୃତ ଦେହ ସୁକୁଣ୍ଡା ଜଗନ୍ନାଥ ମନ୍ଦିର ରାସ୍ତାର ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତାକଡ଼ରୁ ଉଦ୍ଧାର ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବାର ଅନୁମାନ କରାଯାଉଛି ।ତେବେ ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା ପ୍ରଦୀପ ଗତ କିଛିଦିନ ତଳେ ସେ ବ୍ରହ୍ମପୁର ମଣ୍ଡଳ କାରାଗରରୁ ପାରୋଲରେ ଘରକୁ ଆସିଥିଲେ । ପ୍ରଦୀପ ବ୍ରହ୍ମପୁରରୁ ନିଜ ସ୍କୁଟି […]

ଧରାହେଲେ ରାଣୀ ମହୁମାଛି

ପୁରୀ, ୫/୧୧(ଏସଏସନିୟୁଜ) ନାବାଳିକା ପାଇଁ ଧରାପଡିଲେ ରାଣୀ ମହୁମାଛି । ଜଣେ ବାଂଲାଦେଶୀ ନାବାଳିକାପୁରୀ ବସ୍‌ଷ୍ଟାଣ୍ଡରେ କାନ୍ଦି କାନ୍ଦି କଲିକତା ନେଇଯିବାକୁ ଜଣେ କଣ୍ଡକ୍ଟରଙ୍କୁ କହିଥିଲା। କଣ୍ଡକ୍ଟରଜଣଙ୍କ ନାବାଳିକାକୁ ଘରୋଇ ବସ୍ ମାଲିକ ସଂଘର କାର‌୍ୟ୍ୟାଳୟକୁ ନେଇଯାଇଥିଲେ ।ସେଠାରୁ ଖବରପାଇ ଚାଇଲ୍ଡଲାଇନ ଓ କୁମ୍ଭାରପଡ଼ା ଥାନା ପୋଲିସ ଆସି ନାବାଳିକାକୁ ଉଦ୍ଧାର କରିନେଇଯାଇଥିଲେ ।ଏହାପରେ ନାବାଳିକାଠାର ତାରପରିଚୟ ଜାଣିବାକୁ ପାଇଥିଲେ ।ନାବାଳିକାକୁ ମାସିକ ୨୦ ହଜାର ଟଙ୍କାର ଚାକିରୀର ଲୋଭଦେଖାଇ ଚିତ୍ରା ନାମକ ଯୁବତୀ ପୁରୀକୁ ଆଣି […]

ପୋଲିସ ଭ୍ୟାନରୁ ଜବତ ହେଲା ମୂଲ୍ୟବାନ କାଠ

୧-ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର: ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର। ୨-ଭୁବନେଶ୍ବର:ଦୀପାବଳି ଅଘଟଣ: ୨ ମୃତ, ୩ ଗୁରୁତର। ୩-ନକଲି ଶିକ୍ଷକଙ୍କୁ ଧରିବାକୁ ସମୟ ଗଡାଉଛନ୍ତି ଶିକ୍ଷା ଅଧିକାରୀ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ। ୪-ଭୁବନେଶ୍ୱର ଶୈଳଶ୍ରୀବିହାରରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ରୂପେଶ ପଣ୍ଡା ଗିରଫ। ୫-ପୁରୀ:ସପ୍ତମ ଶ୍ରେଣୀରେ ପଢୁଛନ୍ତି କୁନି ନନା,ବଡ଼ ବଡ଼ ଶ୍ଲୋକ ଅନର୍ଗଳକହି ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ […]

ଭିତରେ ମନ୍ତ୍ରୀ, ବାହାରେ ତାଲା

୧-କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଉତ୍ପାଦ ଶୁଳକ ହ୍ରାସ କଲେ ସରକାର ୨-ମୋଦୀ ସରକାରଙ୍କ ପରେ ନୀତିଶ ଦେବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଶ୍ଵସ୍ତି, କମ୍ କରିବେ ଭାଟ୍ । ୩-ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ । ୪-ଦୀପାବଳି ପରେ ଷଷ୍ଠ ଓ ସପ୍ତମ କ୍ଲାସ, ନୂଆବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ । […]

୩ ଜଣଙ୍କୁ ଯାଜପୁରରୁ ଗିରଫ କଲା ପୁଲିସ

ଆରଡି, ୩/୧୧(ଏସଏସନିୟୁଜ) ଏଟିଏମ ଲୁଟ୍ ଘଟଣାରେ ପୋଲିସ ୩ଜଣଙ୍କୁ ଯାଜପୁରରୁ ଗିରଫ କରି ପଚରାଉଚରା କରୁଛି । ଶନିବାର ବିଳମ୍ବିତ ରାତିରେ ଆରଡିପୀଠ ପ୍ରବେଶପଥ ନିକଟରେ ଥିବା ଏସବିଆଇ ପରିସରରୁ ଏଟିଏମରୁ ଲୁଟ୍ କରିବାକୁ ଉଦ୍ୟମ ହୋଇଥିଲା । କିଛି ଦୁର୍ବୃତ୍ତ ଗ୍ୟାସ କଟର ଦ୍ବାରା ଏଟିଏମ ମେସିନକୁ କାଟି ଟଙ୍କା ଲୁଟ ଉଦ୍ୟମ କରିବା ସହ ୩ଟି ସିସିଟିଭି କ୍ୟାମେରା ଓ ଆଲାରାମକୁ ଭାଙ୍ଗି ଦେଇଥିଲେ। ଟଙ୍କା ଲୁଟ ନକରିପାରି ଗୋଟିଏ ଗ୍ୟାସ ସିଲିଣ୍ଡର ଓ […]

ଗଂଜେଇ ଜବତ,୨ ଗିରଫ

  ମାଲକାନଗିରି,୩/୧(ଏସ ଏସ ନିୟୁଜ)ମୁଦୁଲିପ଼ଡା ଥାନା ପୋଲିସ ଚଢ଼ଉ କରି ୫୦ କିଲୋ ଓଜନର ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି।ବାଲିମେଳା ଏବଂ ଜୟପୁର ରାଜ୍ୟ ରାଜପଥରେ ମୁଦୁଲିପ଼ଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏମପି- ୨୨-ସିଏ-୩୫୭୩ ନମ୍ବର କାର ଟି ଦ୍ରୁତଗତିରେ ଆସୁଥିବାବେଳେ ରୋକିଥିଲେ।କାରକୁ ଯାଞ୍ଚ କରିବାବେଳେ ସେଥିରୁ ୫୦ କିଲୋ ଓଜନର ଗଞ୍ଜେଇ ଜବତ କରିବା ସହ ସୌରଭ ଭସଲେ ଏବଂ ବ୍ରଜେସ ତିୱାରୀକୁ ଗିରଫ କରିଥିଲେ। ଗଂଜେଇ ବୋଝେଇ କାର […]

ବାଣ ଭିଡୁଥିବା ବେଳେ ବିସ୍ଫୋରଣ

  ତିଗିରିଆ,୩/୧୧(ଏସ ଏସ ନିୟୁଜ)ଦୀପାବଳି ପାଇଁ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟିଜଣେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସେମାନେ ହେଲେ ବୀର ସ୍ବାଇଁ, ତାଙ୍କର ବୋହୂ ଓ ଦେଢ ବର୍ଷରନାତି। ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱର ପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଲେଖ ସ୍ବାଇଁଙ୍କ ପୁଅ ବୀର ସ୍ୱାଇଁ ତାଙ୍କ ଘରେ ବାଣ ଭିଡୁଥିବାବେଳେ ବାଣ ହଠାତ ବିସ୍ଫୋରଣ ହୋଇଥିଲା ।

କଟକରୁ ୫ ଲକ୍ଷ ଟଙ୍କାର ବାଣ ଜବତ

କଟକ,୩/୧୧(ଏସ ଏସ ନିୟୁଜ)କଟକଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ  ବେଆଇନ ବାଣ ଜବତ କରିଛି ।ଜବତ ବାଣର ମୂଲ୍ୟ ଆନୁମାନିକ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।ଏହି ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଛି।

୫ଘଣ୍ଟା ପରେ ମୁକୁଳିଲେ ମନ୍ତ୍ରୀ

ଭୁବନେଶ୍ୱର,୩/୧୧(ଏସ ଏସ ନିୟୁଜ)୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଗତକାଲି ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ବିଜେଡ଼ି କର୍ମୀମାନେ ଆକ୍ରମଣ କରିବା ପ୍ରତିବାଦରେ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ କରିଛନ୍ତି ବିଜେପି ଓ କଂଗ୍ରେସ ।ଏହିଅଵସରରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଥିବା ବେଳେ ଏହି ଦୁଇଟି […]

ଜୁଆ ଆଡା ଉପରେ ଚଢଉ

ନୂଆପଡ଼ା,୩/୧୧(ଏସ ଏସ ନିଉଜ)ଦୁଇଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୫ହଜାର ୪୪୦ ଟଙ୍କା ଜବତ କରିଛି ପୋଲିସ ।ନୂଆପଡ଼ା ଜିଲ୍ଲା ସଦର ଏନଏସି ୧୩ ନଂ ୱାର୍ଡ ମହୁଆଭଟା ଗ୍ରାମର ଏକ ଜମିରେ ଓ ନୂଆପଡ଼ା ବ୍ଳକ ଲାଞ୍ଜିମାଲଠାରେ ଜୁଆଆଡ୍ଡା ଉପରେ ଚଢଉ କରିଥିଲା।ଦୀପାବଳି ଉପଲକ୍ଷେ ଜୁଆଆଡ଼ା ଚାଳୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା।ମହୁଆଭଟାରୁ ୪ଜଣଙ୍କୁ ଗିରଫ କରିବା ସହ ୨୮ ହଜାର ୬୮୦ ଟଙ୍କା ଓ ଲାଞ୍ଜିମାଲଠାରୁ […]