ଗଂଜେଇ ଜବତ,୨ ଗିରଫ

 

ମାଲକାନଗିରି,୩/୧(ଏସ ଏସ ନିୟୁଜ)ମୁଦୁଲିପ଼ଡା ଥାନା ପୋଲିସ ଚଢ଼ଉ କରି ୫୦ କିଲୋ ଓଜନର ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି।ବାଲିମେଳା ଏବଂ ଜୟପୁର ରାଜ୍ୟ ରାଜପଥରେ ମୁଦୁଲିପ଼ଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏମପି- ୨୨-ସିଏ-୩୫୭୩ ନମ୍ବର କାର ଟି ଦ୍ରୁତଗତିରେ ଆସୁଥିବାବେଳେ ରୋକିଥିଲେ।କାରକୁ ଯାଞ୍ଚ କରିବାବେଳେ ସେଥିରୁ ୫୦ କିଲୋ ଓଜନର ଗଞ୍ଜେଇ ଜବତ କରିବା ସହ ସୌରଭ ଭସଲେ ଏବଂ ବ୍ରଜେସ ତିୱାରୀକୁ ଗିରଫ କରିଥିଲେ। ଗଂଜେଇ ବୋଝେଇ କାର ସହ ୧୩୦୦ ଟଂକା ଏବଂ ଦୁଇଟି ମୋବାଇଲ ଜବତ କରିଛି ପୋଲିସ।

Comments (0)
Add Comment