Browsing category

ଅପରାଧ

ଚାକିରିରୁ ବିଦା ହେଲେ କନଷ୍ଟେବଳ

ଭୁବନେଶ୍ୱର, ୨୪/୧୦(ଏସଏସନିୟୁଜ)ହାବିଲଦାର ଓ କନଷ୍ଟେବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ଭୁବନେଶ୍ୱର ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି। ହୋଟେଲ୍ ସାଉଥ୍‌ସିଟିର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡ଼ଭାଇ ନିରଂଜନ ବେହେରାଙ୍କ ନାଁରେ ଲିଜ୍‌ରେ ଆଣି ସେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍ ଚଳାଇବା ଅଭିଯୋଗ ଆସିଥିଲା। ଗତକାଲି ଭୁବନେଶ୍ୱର କମିସନରେଟ ପୁଲିସ ପ୍ରସନ୍ନ ବେହେରାଙ୍କୁ ଗିରଫ କରିଥିଲା। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ପ୍ରସନ୍ନଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ […]

୩୨୫ କିଲୋ ଗଞ୍ଜେଇ ସହ ୨ଟି କାର୍ ଓ ୩ଟି ବାଇକ୍ ଜବତ

ମାଲକାନଗିରି, ୨୪/୧୦(ଏସଏସନିୟୁଜ) ଚିତ୍ରକୋଣ୍ଡା ଥାନା ପୋଲିସ ହାତରେ ଧରାପଡିଛି ୩୨୫ କିଲୋ ଗଞ୍ଜେଇ ।ଏହାସହ ପୋଲିସ ଏହି ଘଟଣାରେ ୨ଟି କାର୍, ୩ଟି ବାଇକ୍ ଜବତ ଓ ୩ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି ।ସେମାନେ ହେଲେ ଏହି ଜିଲ୍ଲାର ଓ.ସି.ସି କଲୋନୀର ଝିନୁ ଖିଲ, ପାୱାର ହାଉସ କଲୋନୀର ଦୀପକ ଖିଲ ଓ ଗଞ୍ଜାମ ଜିଲ୍ଲା କୋର୍ଟ କଲୋନୀର ନିଲାଞ୍ଚଳ ପାଢ଼ୀ । ଡାଇକ-୨ ନିକଟସ୍ଥ ରାଜାବନ୍ଧ ଗ୍ରାମ ନିକଟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ପୋଲିସ […]

ମଦନେଇ ଯାଉଥିବାବେଳେ ଧରିଲା ପୋଲିସ

ନିମାପଡା, ୨୪/୧୦(ଏସଏସନିୟୁଜ)ମଦନେଇ ବାଇକରେ ଯାଉଥିବାବେଳେ ନିମାପଡା ପୋଲିସ ହାତରେ ଧରାପଡିଛନ୍ତି ଦୁଇ ଯୁବକ ।ସେମାନେ ହେଲେ ପାଟପୁର ହାଟସାହିର ଜିତେନ ଜେନା(୨୪), ମୁସଲିମ ବସ୍ତିର ଶେଖ ରିହାନ (୨୭) ।ଏହି ଦୁଇ ଯୁବକ ନିଜ ବାଇକରେ ମଦ ନେଇ ନିମାପଡା ଅଭିମୁଖେ ଆସୁଥିବାର ଖବରପାଇ ପୋଲିସ ନୁହାରିକରୀ ଛକରେ ସେମାନଙ୍କୁ ରୋକିାବ ସହ ଦୁଇ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ବାଇକକୁ ଧରିବାରେ ସଫଳ ହୋଇଥିଲେ ।

ପରିବାରକୁ ମିଳିଲା ମମିତାଙ୍କ ଅସ୍ଥି

ଈୁବନେଶ୍ୱର, ୨୪/୧୦(ଏସଏସନିୟୁଜ) ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅସ୍ଥିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ମମିତାକୁ ଖଣ୍ଡଖଣ୍ଡ କରି ହତ୍ୟା କରିବା ପରେ ଷ୍ଟାଡିୟମ ପରିସରରେ ପୋଡି ପୋତି ଦେଇଥିଲା ଗୋବିନ୍ଦ ପ୍ରଧାନ ।ପୋଲିସ ଷ୍ଟାଡିୟମ ପରିସରରୁ ମମିତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ମମିତାଙ୍କ ଅସ୍ତୀ ଦେବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ତାଙ୍କ ପରିବାର ।

ବାହାଘର ପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ

ବଲାଙ୍ଗିର, ୨୪/୧୦(ଏସଏସନିୟୁଜ)ପ୍ରଥମେ ସୋସିଆଲ ମିଡିଆରେ ଆରମ୍ଭ ହେଲା ପ୍ରେମ ।ତାପରେ ବାହାଘର ,ଆଉ ବାହାଘରର ୩ମାସପରେ ସ୍ତ୍ରୀକୁ ବିକିଦେଲା ସ୍ୱାମୀ ।ଏହିଭଳି ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲାରେ ଘଟିଛି ।ପରିବାରର ଲୋକଙ୍କ ଅଭିଯୋଗପରେ ପୋଲିସ ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ସ୍ୱାମୀ ରାଜେଶ ରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେସ୍‌ବୁକରେ ରାଜେଶ ରଣା ଜଣେ ଯୁବତୀଙ୍କୁ ପ୍ରେମ କରିବା ସହ ଉଭୟଙ୍କ ସହମତିରେ ପରବର୍ତିସମୟରେ ବିବାହ ହୋଇଥିଲା […]

ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି

୧. କରୋନା ପାଇଁ ୨ବର୍ଷ ତଳକୁ ଖସିଆସିଛି ପ୍ରତ୍ୟାଶିତ ଜୀବନକାଳ: ଅଧ୍ୟୟନ । ୨. ଫୈଜାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ୍ କଲେ ଯୋଗୀ ସରକାର । ୩. ଏଣିକି ଟିଭିରେ ଦେଖିବାକୁ ମିଳିବନି ଆଲିଙ୍ଗନ ଦୃଶ୍ୟ! ବ୍ୟାନ ଲଗାଇଲେ ପାକିସ୍ତାନ ସରକାର । ୪. ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ ମାଗଣା ଭୋଜନ ଏବଂ ଅନ୍ୟାନ୍ୟ ଯୋଜନାକୁ ପାଣ୍ଠି ଯୋଗାଉଛି: ହରଦୀପ ସିଂହ ପୁରୀ । ୫. ଟେରର ଫଣ୍ଡିଂ ମାମଲା: […]

ବଦଳିଲେ ଆଇଆଇସି, ବାର୍‌ରୁ ଜବତହେଲା ମଦ ଓ ନକଲି ଟଙ୍କା

ଭୁବନେଶ୍ୱର, ୨୨/୦(ଏସ ଏସ ନିୟୁଜ) ସାଉଥ ସିଟିବାର ଭିତରୁ ମିଳିଲା ନକଲି ଟଙ୍କା ଓ ବିପୁଳ ପରିମାଣର ମଦ । କୋଭିଡ୍ ନିୟମ ଉଲ୍ଲଂଘନ କରି ବିନା ଲାଇସେନ୍ସରେ ବାର୍ ଚାଲିଥିବାବେଳେ ପୋଲିସ ଚଢଉ କରିଥିଲା ।ସେହିଭଳିଭାବେ ମନୀଷ ଅନୁରାଗ ହତ୍ୟା ମାମଲାରେ ତମାଣ୍ଡୋ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସ୍‌କୁ ବଦଳି ହୋଇଥିବାର ଜଣାପଡଛି । ହୋଟେଲ ମାଲିକ ଓ କନେଷ୍ଟବଳ ପ୍ରସନ୍ନ ବେହରା ଅଟକ ରହିଥିବାର ଜଣାପଡିଛି ।

ନିଶା ବେପାରୀ ଘରୁ ମିଳିଲା ସାଢ଼େ ୮କିଲୋ ସୁନା ସହ ୭୫ ଲକ୍ଷ ଟଙ୍କା

ଗଂଜାମ, ୨୨/୦(ଏସ ଏସ ନିୟୁଜ) ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଦାଣ୍ଡ ସାହିର ଖୋଜାପାଲିରୁ ୮କିଲୋ ୫୯୬ ଗ୍ରାମ ସୁନା ଅଳଙ୍କାର, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କିଲୋ ୯୪ ଗ୍ରାମ ଗଂଜେଇ ଓ ୧୦କିଲୋ ଅଫିମ ଜବତ କରିଛି । ଭେଜିପୁଟ ଫାଣ୍ଡି ପୋଲିସ ବିଶେଷସୁତ୍ରରୁ ଖବରପାଇବାପରେ ମିଳିତଭାବେ ଚଢଉ ହୋଇଥିଲା । ଚଢ଼ଉ ସମୟରେ ରଜନୀକାନ୍ତ ପଟ୍ଟନାୟକ ଘରୁ ଏହା ଜବତ […]

ଗୁଣି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ସୁନ୍ଦରଗଡ଼ , ୨୨/୦(ଏସ ଏସ ନିୟୁଜ)ଗୁଣି ପାଇଁ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ ।ସବୁକିଛି ଭୁଲିଯାଇ ଅନ୍ଧବିଶ୍ୱାର ବଶବର୍ତିହୋଇ ପଡ଼ୋଶୀ ଦମ୍ପତିକୁ ମାରଣାସ୍ତ୍ରରେ ଆକ୍ରମଣ କରି ମାରିଦେଇଥିଲେ ପୁରନ ପଡୱାର ।ଏହି ଘଟଣା ୨୦ତାରିଖରାତିରେ ରାଇବଗା ଥାନା ଅନ୍ତର୍ଗତ କାଦୋବାହାଲ ଭଡରାଟୋଲି ଗାଁରେ ଘଟିଛି । ପୁରନ ପଡୱାର ନାମକ ବ୍ୟକ୍ତିଙ୍କର ୧୮ ବର୍ଷର ଝିଅର ଦେହ ଖରାପ ରହୁଥିବାରୁ ଚିକିସ୍‌ାସତ୍ୱେ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ସେ ପଡୋଶି ଗୁଣୁିକରିଥିବାର ସନ୍ଦେହ କରିଥିଲେ ।ନିଜର ହିତାହିତ୍ୟ ଜ୍ଞାନ […]

ପୋଲିସ-ଜନତା ମୁହାଁମୁହିଁ ,୪ ଆହତ

ନରସିଂହପୁର,୨୨/୦(ଏସ ଏସ ନିୟୁଜ) ନରସିଂହପୁର ଥାନା ରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି ।ଥାନା ପରିସର ରଣକ୍ଷେତ୍ର ପାଲଟିଛି।ଫଳରେ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମଚାରୀ ଅଛନ୍ତି। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା ଚାଲିଥିଲା । ଥାନା ଗେଟରେ ତାଲା ପକାଇ ନାରାବାଜି ବେଳେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା ।ପୋଲିସ ଗୋଡ଼ାଇ ଗୋଡ଼ାଇ ଲୋକମାନଙ୍କୁ ପିଟିଥିବା […]