ମୁହାଁ ମୁହିଁ ଧକା

ବାରଙ୍ଗ,୨୯/୧୦(ଏସ ଏସ ନିୟୁଜ)ଗୋଡିସାହି ଫାଣ୍ଡି ଅଧିନସ୍ଥ ନବୋଦୟ ବିଦ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରେ ଟ୍ରକ୍ ଓ ପିକ୍ ଅପ ମୁହାଁମୁହିଁ ଧକ୍କା।ଅଳ୍ପକେ ବର୍ଟିଲେ ଉଭୟ ଗାଡ଼ି ଚାଲାଣ।ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ମୁଣ୍ଡଳୀରୁ ଗୋବିନ୍ଦପୁର ଅଭିମୁଖେ ଯାଉଥିବା ଏକ ଇଟା ବୋଝେଇ ପିକ୍ଅପ ଗାଡ଼ି ବିପରୀତ ଦିଗରୁ ଆସୁଥିବା ଏକ ଗୋଡି ବୋଝେଇ ଟ୍ରକ ସହ ନବୋଦୟ ବିଦ୍ୟାଳୟ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଉଭୟ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଚୂରମାର ହୋଇଯାଇଥିଲା ସୌଭାଗ୍ୟବଶତଃ ଉଭୟ ଗାଡ଼ିର ଚାଳକ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।

Comments (0)
Add Comment