Browsing category

ଅପରାଧ

ରାଜଧାନୀରେ ଗୋଧି ମାଂସ ବିକ୍ରି ବେଳେ ଚଢାଉ କଲା ପୋଲିସ

  ଭୁବନେଶ୍ବର,୧୪/୬(ଏସ ଏସ ନିୟୁଜ) ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର ପୋଲିସ ଦେଖିବାକୁ ପାଇଥିଲା। ଲକ୍ଷ୍ମୀସାଗର ପୋଲିସ ମାଂସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୪/୬(ଏସ ଏସ ନିୟୁଜ)ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ହୋଇଛି।ଘରୋଇ କାମ ପାଇଁ ୧୨ ବର୍ଷର ନାବାଳିକାକୁ ବ୍ରହ୍ମପୁରରୁ ଅଣାଯାଇ କାମରେ ଲଗାଯାଇଥଲା । ଖବର ପାଇ ଚାଇଲ୍ଡ ଲାଇନ୍‌ ପୁଲିସ୍‌ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଛି।

ଉଗ୍ରତାରା ଶକ୍ତିପୀଠରେ ଲାଗିଲା ୧୪୪

୧-ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’। ୨-ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ। ୩-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ୪-ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୫-ରାଜ୍ୟରେ ଲାଗାତାର ୨ୟ […]

ସଟଡାଉନର ସୁଯୋଗରେ ମୋବାଇଲ ଦୋକାନରୁ ଚୋରୀ

ଚନ୍ଦ୍ରଶେଖରପୁର,୧୩/୬(ଏସଏସନିୟୁଜ) ଇନଫୋସିସ ଥାନା ଅଧିନସ୍ଥ ଶ୍ରୀଖରଚଣ୍ଡୀ ନଗର ପାଖ ମୁଖ୍ୟରାସ୍ତା ପାଶ୍ୱର୍ରେଥିବା ଦୁଇଟି ମୋବାଇଲ ଦୋକାନରୁ ସଟ ଡାଉନର ସୁଯୋଗନେଇ ଶନିବାର ରାତିରେ ଚୋରୀ ହୋଇଥିବାର ଜଣାପଡିଛି ।ଚୋରମାନେ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶି ମୋବାଇଲ ସମେତ ମୋବାଇଲ ଆସୋସେରିଜ ନେଇ ଯାଇଛନ୍ତି ।ଦୋକାନ ମାଲିକ ଶ୍ରିକାନ୍ତ ପ୍ରଧାନ ସକାଳୁ ଦୋକାନ ଦେଖିବାକୁ ଆସିଥିବାବେଳେ ତାଙ୍କ ଦୋକାନ ସମେତ ଅନ୍ୟଏକ ଦୋକାନ ରୁ ଚୋରୀହୋଇଥିବାର ଜାଣିବାକୁ ପାଇଥିଲେ ।ଥାନାରେ ଅଭିଯୋଗ କରିବାପରେ ପୋଲିସ ଆସି ତଦନ୍ତ […]

ଶାଳୀକୁ ହତ୍ୟାକରି ଫିଙ୍ଗିବା ସହ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କୁ ଧରିଲା ପୋଲିସ

କେନ୍ଦୁଝର,୧୩/୬(ଏସଏସନିୟୁଜ) ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରି ଫେରାର ହେବାର ୫ ଦିନ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । କଲାଣି ଥାନା ଅନ୍ତର୍ଗତ କିରିବୁରୁ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ରୂପ ସିଂ ଓ ନିଜ ଶାଳୀ ଓ ଶାଶୁଙ୍କ ସହ ୭ ତାରିଖରେ ଜଙ୍ଗଲକୁ ଯାଇଥିଲା । କୌଣସି କଥାକୁ ନେଇ ଶାଳୀ ସହ ରୁପର ଝଗଡ଼ା ହୋଇଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୂପ ସିଂ ତା ଶାଳୀକୁ ଆକ୍ରମଣ […]

ସାଇବର ଜାଲରେ ପଡିଲେ ଯୁବ ଡାକ୍ତର

କେନ୍ଦ୍ରାପଡ଼ା ,୧୩/୬(ଏସଏସନିୟୁଜ) ସାଇବାର ଜାଲରେ ପଡିଲେ ଯୁବ ଡାକ୍ତର । ୧୧ଲକ୍ଷ ଟଙ୍କା ଠକାମିର ଶିକାର ହେଲେ । ଏହିଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ାମ୍ବିଳା ଗାଁରେ ଘଟିଛି । ଟଙ୍କା ଡବଲ କରିବାକୁ ଲୋଭ ଦେଖାଇଥିଲେ ଏହି ସାଇବର ଠକ । ଯାହାର ଶିକାର ହୋଇଛନ୍ତି ଯୁବ ଡାକ୍ତର ଓ ସାଇବର ଲୁଟେରା ଲୋଭ ଦେଖାଇ ଯୁବ ଡାକ୍ତରଙ୍କ ଠାରୁ ୧୧ଲକ୍ଷ ଠକିନେଇଛନ୍ତି ।ସେ ହେଉଛନ୍ତି ରାଜକନିକା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଯୁବ ଡାକ୍ତର ବାଦଲ […]

ଦେଶୀମଦ ସହ ଅଟୋ ଜବତ

ବାରଙ୍ଗ:୧୨/୬(ଏସ ଏସ ନିୟୁଜ) ଦେଶୀମଦ ଚୋରା ଚାଲାଣ କରିବା ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ଜଣକୁ ଗିରଫ କରିଛି।ସୂଚନାନୁସାରେ ଶନିବାର ଅପରାହ୍ନରେ ଢେଙ୍କାନାଳ ରୁ ଭୁବନେଶ୍ୱରକୁ ଦେଶୀମଦ ଚୋରା ଚାଲାଣ ହେଉଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଖବର ପାଇ ବାରଙ୍ଗ ଥାନା ପୋଲିସ ପୁରୀ ମୂଖ୍ୟ କେନାଲ ନିକଟରେ ଚଢ଼ାଉ କରି ଜଣକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଙ୍କରପୁର ଗ୍ରାମର ଜୟାନନ୍ଦ ବେହେରା।ପୋଲିସ ତା ନିକଟରୁ ୮ ଟି ବ୍ଲାଡରରେ […]

ବିପଦ ବେଳେ ବିଷ ବେଉସା

୧–କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍‌ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୨–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ୩-ଓଡିଶା ପୋଲିସ୍ ର ନିଯୁକ୍ତି: […]

ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୧୨/୬(ଏସ ଏସ ନିୟୁଜ)ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ ଜେଲରୁ ବାହାରିଛନ୍ତି। ତେବେ ଜେଲରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ମାଲଗୋଦାମ ଥାନା ଧରିଲା ସେକ୍ସ ରାକେଟ

କଟକ,୧୨/୬(ଏସ ଏସ ନିୟୁଜ)କଟକ ପିଲଗ୍ରିମ ରୋଡର ଏକ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ। କୌଣସି ସୂତ୍ରରୁ ଖବର ପାଇଁ ମାଲଗୋଦାମ ଥାନା ପୋଲିସ ହୋଟେଲ ଉପରେ ଚଢାଉ କରି ଜଣେ ବ୍ୟକ୍ତି ଓ ଜଣେ ଯୁବତୀ ଅସଂଯତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଧରିଥିଲା।ଏହାପରେ କିଙ୍ଗପିନ ଓ ହୋଟେଲ ମ୍ୟାନେଜରକୁ ପୋଲିସ ଅଟକ ରଖିଛି ।