Browsing category

ଅପରାଧ

ବୁଥ୍ ଆଗରେ ରକ୍ତର ଛିଟା

ଭଦ୍ରକ,୧।୬(ଏସଏସନିଉଜ)ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ ।ଭଦ୍ରକ ଗ୍ରାମାଞ୍ଚଳଥାନା ମୁକ୍ତାଡିହି ଗାଁର ୪ ନମ୍ବର ବୁଥରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହକୁ ନେଇ ସ୍ତ୍ରୀ କିଛି ଦିନ ପୂର୍ବରୁ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ହେଲେ ଭୋଟଦେବାକୁ ନିଜ ଦାଦାଙ୍କ ସହ ବୁଥକୁ ଆସିଥିବା ବେଳେ ସ୍ୱାମୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଜଳିଗଲା ୪ଟିବସ

ରାୟଗଡା,୧ା୬(ଏସଏସନିଉଜ)ରାୟଗଡା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡରେ ଜଳୁଛି ବସ।ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଠ ରହିଥିବାବେଳେ ଖବରପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।ଏହି ୪ଟିବସ ଜଣେ ମାଲିକର ହୋଇଥିବା ଗୋଟିଏ ସ୍ଥାନରେ ଛିଡ଼ା ହୋଇଥିଲା ବେଳେ ଅଘଟଣ ଘଟିଥିଲ।।  

ସସ୍‌ପେଣ୍ଡ ହେଲେ ପ୍ରିଜାଇଡିଂ ଅଫିସର

ଭୁବନେଶ୍ୱର,୧ା୬(ଏସଏସନିଉଜ) ରାଜ୍ୟରେ ଶେଷ ପର‌୍ୟ୍ୟାୟ ମତଦାନ ଜାରି ରହିଥିବାବେଳେ ସାଲେପୁରରେ କେତେକଜାଗାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ ।ଏହାରି ମଧ୍ୟରେ କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟର […]

ବୋମା ଧମକ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ବିମାନକୁ ଶନିବାର ସକାଳୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟିକୁ ବୋମା ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରିଛି । ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

ପାନବରଜର ପୋଲିଂ ବୁଥ୍

କାକଟପୁର,୧ା୬(ଏସଏସନିଉଜ) ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍‌ରେ ପାନ ବରଜ ପାଲଟିଛି। ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି, ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି। ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ […]

ଛୁରାମାଡ଼ କରି ଲୁଟିଲେ

ବୌଦ୍ଧ,୧ା୬(ଏସଏସନିଉଜ) ଲୁଟ୍ ବେଳେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଘର ମାଲିକ ମୃତ୍ୟୁବରଣ କରିଛି ।ସୁବର୍ଣ୍ଣପୁରରୁ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ଚାଲିଯାଇଛି ଜୀବନା ବାଉଁଶୁଣୀଥାନା ବାଦିକଟାଗାଁରେ ଘରେ ପଶି ଛୁରାମାଡ଼ କରିଥିଲେ ଦୁର୍ବୁତ ।ଲୁଟ୍ ବେଳେ ଘର ମାଲିକ ଦେଖିଦେବାରୁ ଛୁରାମାଡ଼ କରିଥିଲେ । ୩ରୁ ୫ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।  

ଟୁଙ୍ଗୁର ଭୋଳଙ୍କ ସମେତ ୧୧ ଗିରଫ

ମେଣ୍ଢାଶାଳ,୩୧।୫(ଏସଏସନିଉଜ)କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ଚନ୍ଦକା ପୁଲିସ ଟୁଙ୍ଗୁର ସମେତ ୧୧ ଅଭିଯୁକ୍ତ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଏମାନେ ହେଉଥିବା ପାଣି ପାଇପ ଲାଇନ କାମରେ ବ୍ୟବହୃତ ପାଇପ ନେଇ ରାଜ୍ୟ ବାହାରକୁ ଚାଲାଣ କରନ୍ତି।ଖୋର୍ଦ୍ଧା, କଟକ, ରାୟଗଡା,କନ୍ଧମାଳରେ ପାଇପ ଚୋରି କରିଥିବାର ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଛି।ଏମାନଙ୍କ ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରୁ କିଏ ଚୋରି କରିବସ୍ତାନ,କିଏ ପରିବହନ,କିଏ ନକଲି କାଗଜପତ୍ର କରିଥାନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି।ପୋଲିସ ସେମାନଙ୍କଠାରୁ […]

କାଲି ନିଖୋଜ ,ଆଜି ଉଦ୍ଧାର

ବାରଙ୍ଗ, ୩୧।୫(ଏସଏସନିଉଜ) ନରାଜ ଗ୍ରାମ ନିକଟସ୍ଥ କାଠଯୋଡି ନଦୀରେ ଗତକାଲିଠାରୁ ନିଖୋଜ ଥିବା ଅନିଲଙ୍କ ମୃତଦେହକୁ ଶୁକ୍ରବାରଦିନ ଉଦ୍ଧାର ହୋଇଛି ।ଆଜି ସକାଳୁ ନଦୀରେ ଭାସୁଥିବାର ଖବରପାଇ ଅଗ୍ନିଶମ ବାହୀନି ପହଁଚି ପାଣିଭିତରୁ ମୃତଦେହକୁ ଉଦ୍ଧାର କରିଥିଲା ।ମୃତଯୁବକ ହେଉଛନ୍ତି । କଟକଲାଲବାଗ ଥାନା ଅଧିନ କାଳିଗଳି ବୁଢି ଠାକୁରାଣୀ ଅଂଚଳର ଅନିଲ କୁମାର ସେଠୀ(୧୮)ାଗତକାଲି ସାଙ୍ଗମାନଙ୍କ ସହ କାଠଯୋଡି ନଦୀକୁ ଗାଧେଇାବାକୁ ଆସିଥିଲେ । ଅନିଲ ପ୍ରଥମେ ନିଜର ପ୍ୟାଟ ସାର୍ଟ ଖୋଲି ଉପରେ ରଖି […]

ବସ୍ ହେଲପରଙ୍କୁ ଧାରୁଆଅସ୍ତ୍ରରେ ଆକ୍ରମଣ

ସମ୍ବଲପୁର,୩୧ା୫(ଏସଏସନିଉଜ)ସମ୍ବଲପୁର ସହରର ଅଇଁଠାପାଲି ଘରୋଇ ବସଷ୍ଟାଣ୍ଡ ପରିସରରେ ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଦୁର୍ବୃତ୍ତ ଭୁବନ ବେହେରା ନାମକ ଜଣେ ବସ୍ ହେଲପରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଦୁଇଜଣ ଦୁର୍ବୃତ୍ତ ହେଲପରଙ୍କଠାରୁ ମୋବାଇଲ୍ ଓ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଏହି ଆକ୍ରମଣରେ ଗୁରୁତର ହେଲପରକୁ ଅନ୍ୟ ବସ୍ କର୍ମଚାରୀ ଉଦ୍ଧାର କରି ଚକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିଛନ୍ତି । ଏହିଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ଫାଣ୍ଡି ସ୍ଥାପନ ଦାବିରେ ଦାବିରେ ଘରୋଇ […]

ବିଜେପି ରାଜ୍ୟ ଯୁବମୋର୍ଚ୍ଚାସଭାପତିଙ୍କୁ ଆକ୍ରମଣ ଘଟଣା

ଭଦ୍ରକ,୩୧ା୫(ଏସଏସନିଉଜ) ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କଲା ପୋଲିସାଆକ୍ରମଣକାରୀଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଥିବାବେଳେ କାଲି ଚାନ୍ଦବାଲି ଶଶିକାଦେଇପୁର ନିକଟରେ ଆକ୍ରମଣ ହୋଇଥିଲାାନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ […]