Browsing category

ଅପରାଧ

ପୁଣି ବ୍ରାହ୍ମଣୀନଦୀରେ ବୁଡିଗଲେ ୨କଲେଜଛାତ୍ର, ୪ ଉଦ୍ଧାର

ରାଉରକେଲା,୮ା୬(ଏସଏସନିଉଜ) ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଦୁଇଜଣଛାତ୍ର ମୃତ୍ୟୁବରଣ କରିଛନ୍ତି ।ସେମାନେ ହେଲେ ରଜତ ସାହୁ (୨୧) ଓ ସମୀରନ ସୁକୁମାର ନାୟକ (୨୩)। ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନସିପ୍ ପାଇଁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ରଜତ , ସମୀରନ୍ ଓସେମାନଙ୍କ ସାଥି ଭିସୁଟ୍‌ର ଛାତ୍ରୀ ଅଭିଲିପ୍‌ସା ପ୍ରଧାନ, ବୈଷ୍ଣୁଦେବୀ, ସମ୍ବଲପୁର ବିଶ୍ବବିଦ୍ୟାଳୟର ସମ୍ବିଧାନ ସାହୁ ଓ ସୋଆ ବିଶ୍ବବିଦ୍ୟାଳୟର ଛାତ୍ର ତପନ କୁମାର ପାତ୍ର ବେଦବ୍ୟାସ ମନ୍ଦିରକୁ […]

ପୁଣି ମୋ ବସ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର,୮ା୬(ଏସଏସନିଉଜ) ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ହୋଇନଥିବାବେଳେ ଆଜି ଅପରାହ୍‌ଣରେ କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ମୋ ବସ୍‌କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି।ଯାହାଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ଭାରିଯାନକୁ ପିଟିଲା ବସ

ଯାଜପୁର,୮ା୬(ଏସଏସନିଉଜ) ଆଜି ସକାଳୁ ଯାଜପୁର ଜିଲ୍ଲାର ବଡ଼ଚଣା କଡେଇଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଭାରିଯାନକୁ ଏକ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ପଶ୍ଚିମବଙ୍ଗରୁ ପର୍ଯ୍ୟଟକମାନଙ୍କୁ ନେଇ ବସଟି ପୁରୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୭ ଜଣ ଯାତ୍ରୀଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କଣ୍ଡକ୍ଟର ଓ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି […]

ସୋର ଷ୍ଟେସନରେ ଜଳିଗଲା ଟ୍ରେନର ୪ଟି ବଗି

ବାଲେଶ୍ୱର,୮ା୬(ଏସଏସନିଉଜ) ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଏକ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବାର ଜଣାପଡିଛି ।ଯାହାକୁନେଇ ଘଟଣାସ୍ଥଳରେ ଭୟ ଖେଳିଯାଇଛି । ଭଦ୍ରକରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ଭଦ୍ରକରୁ ଝାଡ଼ଖଣ୍ଡକୁ ଯାଉଥିବା ଏହି ମାଲବାହୀ ଟ୍ରେନରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଛି ।

ନିଲମ୍ବନ ହଟିଲା

ଭୁବନେଶ୍ଵର,୮ା୬(ଏସଏସନିଉଜ) କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ ।ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ କୁଟ୍ଟେ ।ଓଚଝ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥାଭୁଲ ତଥ୍ୟ ପାଇଁ ଆଶୀଷ ସିଂ ଉପରେ ହୋଇପାରେ ଆକ୍ସନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନାା

ମଦ୍ୟପଚାଳକ ୨ଭଉଣୀଙ୍କୁ ଟ୍ରକ୍ ମଡ଼ାଇଦେଲା

କାଳିଆପାଣି ,୬ା୬(ଏସଏସନିଉଜ) ଘର ପାଖ ଅଗଣାରେ ଖେଳୁଥିଲେ ୨ ଭଉଣୀ। ହଠାତ୍ ପାଚେରି ଭାଙ୍ଗି ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା ଟ୍ରକ୍‌। ଏଥିରେ ବଡ଼ ଭଉଣୀ ପ୍ରିୟଦର୍ଶିନୀ ମହାନ୍ତି(୧୨)ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ସାନଭଉଣି ସୌମ୍ୟା ଶୁଭଦର୍ଶିନୀ(୯) ଏବେ ଚିକିତ୍ସାଧୀନ ଅଛନ୍ତି।ଯାଜପୁର ଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ପାର୍ଶ୍ବସ୍ଥ ସାରୁଆବିଲ ତାରିଣୀପୀଠ ପାଖ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଘର ଅଗଣାରେ ଏହି ଘଟଣା ଘଟିଛି । ମୃତ ବାଳିକା ଦୈତାରୀ ଖଣି ଆଦର୍ଶ […]

ନନ୍ଦନକାନନରେ ଭିତରେ ପଶି ଆକ୍ରମଣ ଘଟଣା

ବାରଙ୍ଗ,୪ା୬(ଏସଏସନିଉଜ) ସୋମବାର ପ୍ରାଣୀଉଦ୍ୟାନ ନନ୍ଦନକାନନ ବନ୍ଦ ଦିନରେ ଜଣେ ଯୁବକ ବେଆଇନ ଭାବେ ପସିବା ଏବଂ ଏହାକୁ ବାରଣ କରିବାରୁ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିଜଆଡୁ ଏକ ମାମଲା ରୁଜୁକରିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ କେସ ନଂ ୨/୨୪ ରେ ମାମଲା ରୁଜୁ କରାଯାଇଥିବା ନନ୍ଦନକାନନ ସୁରକ୍ଷା ବିଭାଗ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ […]

ଓଲଟିଲା ଟ୍ରାକ୍ଟର, ଚାଲିଗଲା ୧୩ ଜୀବନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଏକ ଟ୍ରାକ୍ଟରରେ ରାଜଗଡ଼ କୁଲାମପୁରା ରବିବାରରାତିରେ ଯାଉଥିଲେ । ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ମିଳିଛିାସେହିଭଳିଭାବେ ଏକନିର୍ମାଣାଧିନ ବ୍ରିଜରୁ ଖସିପଡିଲା ବୋଲେରୋ,ଯାହାଫଳରେ ଏହି ଦୁର୍ଘଟଣାରେ […]

୪ ଛୁଆଙ୍କ ସହ ପାଣିଟାଙ୍କିକୁ ଡେଇଁଲା ମାଆ

ଭୁବନେଶ୍ୱର,୩ା୬(ଏସଏସନିଉଜ)୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି ।ରାଜସ୍ଥାନ ବାଡମେର ଜିଲ୍ଲାରେ ପାରିବାରିକ କଳହକୁ ନେଇ ଏହି ଅଘଟଣ ଘଟିଛି ।ପାଣିରେ ବୁଡ଼ି ୪ ଛୁଆ ମୃତ୍ୟୁବରଣ କରିଥିବାବେଳେ, ମାଆକୁ ଉଦ୍ଧାର କରିଛିପୋଲିସା  

କୁଆଡ଼େ ଗଲେ ଡାକ୍ତର ଅମ୍ଲାନ

ମାଲକାନଗିରି,୩ା୬(ଏସଏସନିଉଜ) କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିଲେ ମଧ୍ୟ ତାଙ୍କର ପତାମିଳିପାରିନି । ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖା କରିଛନ୍ତି ଡାକ୍ତରଙ୍କ ବାପା ।ଶନିବାରରାତିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟିପରେ ସରକାରୀକ୍ୱାର୍ଟର୍ସକୁ ଯାଇଥିଲେ ଅମ୍ଳାନ । ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଘରୁ କୁଆଡ଼େ ଟେକି ନେଇ ଯାଇଥିବାନେଇ ମେଡିକାଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ । ପୁଅକୁ […]