Browsing category

ଅପରାଧ

ଜମିବିବାଦରୁ ଗୋଷ୍ଠି ସଂଘର୍ଷ-୬ଗୁରୁତର

ଭଦ୍ରକ, ୨୪ା୬(ଏସଏସନିଉଜ) ଜମିଜମା ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ଧାମନଗର ଥାନା ପଦିନାରାୟଣପୁରରେ ଜମି ବିବାଦକୁ ନେଇ ଏହି ସଂଘର୍ଷ ହୋଇଛି ।ଏଥିରେ ୪ ଜଣମହିଳାଙ୍କ ସମେତ ୬ଜଣ ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଏହାକୁନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।ଗଣ୍ଡଗୋଳ ପାଇଁ ବାହାରୁ ଆସିଥିବା ୨ ଜଣଙ୍କୁ ପୋଲିସ ଜିମା ଦେଇଛନ୍ତି ଲୋକୋ  

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର,୨୧।୬(ଏସଏସନିଉଜ)ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘର ମାଲିକକୁ ହତ୍ୟା କଲା ଭଡାଟିଆ ।ତମାଣ୍ଡୋଥାନା ସିଭି ରମଣ କଲେଜ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି ।ରାସ୍ତା ଉପରୁ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରୁ ମୃତଦେହ ଜବତ କଲା ପୋଲିସ୍ ।ମୃତକ ହେଉଛନ୍ତି ସୁଶାନ୍ତ ଶତପଥି ବୋଲି ଜଣାପଡିଛି।ଭଡାରେ ରହୁଥିବା ଜଣେ ୩୫ ବର୍ଷୀୟ ଯୁବକ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି ।

ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ!

  ବାରଙ୍ଗ, ୨୦।୬(ଏସଏସନିଉଜ) ଚନ୍ଦକାଥାନା ନିକଟସ୍ଥ ଗୋଠପାଟଣା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିରେ ରହୁଥିବା ରାଜଶ୍ରୀମହାପାତ୍ର (ଛଦ୍ମନାମ)ନାମ୍ନୀ ବିବାହିତ ମହିଳାଙ୍କୁ ଦୁର୍ବୃତ୍ତମାନେ ବୁଧବାରଦିନ ଅପହରଣ କରି ନେଇଯାଇଛନ୍ତି ।ମହିଳାଙ୍କୁ ଅପହରଣ କରିବାପରେ ଦୁର୍ବୃତ୍ତମାନେ ମହିଳାଙ୍କ ଭାଇଙ୍କୁ ଫୋନ୍‍ କରି ୧କୋଟିଟଙ୍କା ଦେବାକୁ ଦାବି କରିଛନ୍ତି ।ନଚେତ ତୁମ ଭଉଣୀର ମୁଣ୍ଡଗଣ୍ଡିକୁ ଅଲଗା କରି ଦେବୁ ଧମକ ଦେଇଛନ୍ତି ।ଏହି ଘଟଣା ଶୁଣିବା ପରେ ପରିବାରଲୋକେ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି ।ପରିବାରଲୋକେ ବହୁ ଖୋଜାଖୋଜି କରି ନପାଇବା ସହିତ ଏହି […]

ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଯାଇଛି । ଏହିସମୟରେ ଡ୍ରେନ ପାଣି ସୁଅରେ ଭାସିଗଲା ୮ ବର୍ଷୀୟ ନାବାଳକ । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ସୂଚନାମିଳିଛି । ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ଖୋଜୁଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ସନ୍ଧ୍ୟା ହୋଇ ଆସୁଥିବାରୁ ନାବାଳକକୁ ଉଦ୍ଧାର କରିବା ଓଡ୍ରାଫ ଟିମ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଭୁବନେଶ୍ୱରରେ ପ୍ରବଳ […]

ଜବତବୋମା ନିଷ୍କ୍ରିୟ ବେଳେ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) ରଜରେ ବଡ଼ ଅଘଟଣ ଘଟିଛି। ଜବତ ବୋମା ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକସଦର ଥାନାର ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଛି । ବୋମା ନିଷ୍କ୍ରିୟକାରୀ ଟିମରେ ଥିବା ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁଘଟିଛି ।ପ୍ରଦୀପଙ୍କ ଘର କଟକ ପୀରବଜାର। ରିଜର୍ଭ ଅଫିସରେ ହାବିଲଦାର ଭାବେ ଡ୍ୟୁଟି କରୁଥିଲେ ।ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ନିଷ୍କ୍ରିୟ […]

କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁଘଟିଥିବାର ସୂଚନା ମିଳିଛି ।ଏହି ଅଗ୍ନିକାଣ୍ଡରେ ୪୫ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର ଥିବାର ଜଣାପଡିଛି ।ଦୁଇ ମୃତକ ହେଲେ ମହମ୍ମଦ ଜହୁର, ସନ୍ତୋଷ ଗୌଡ଼ାମୃତ ମହମ୍ମଦ ଜହୁର ଆଠଗଡ଼ ତିଗିରିଆ ଥାନା କରଡ଼ାପଲିର ବୋଲି ଜଣାପଡିଛି ।

ସଡ଼କ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର

ବାରଙ୍ଗ,୧୨ା୬(ଏସଏସନିଉଜ) ବୁଧବାର ସଂଧ୍ୟାରେ ଗୋଡିସାହି ଫାଣ୍ଡି ଅଧିନସ୍ତ ଗୋବିନ୍ଦପୁର ପାଖରେ ବାଙ୍କୀ-ତ୍ରିଶୂଳିଆ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କିଶନ ନଗରଥାନା ଅଧିନସ୍ସ୍ଥ ଆନିପୁର ଗ୍ରାମର ପବିତ୍ର କୁମାର ଜେନା (୩୨)ା ତେବେ ଗୁରୁତର ଆହତଙ୍କ ପରିଚୟ ମିଳିପାରିନାହିଁ ।ଦୁର୍ଘଟଣା ପରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପ୍ରକାଶ ଯେ,ବୁଧବାର ସଂଧ୍ୟାରେ ଓଡି ୦୧ […]

ବୁଦାମୁଳରୁ ମିଳିଲା ଯୁବକର ମୃତଦେହ

ବାରଙ୍ଗ,୧୨ା୬(ଏସଏସନିଉଜ) ତିନିଦିନତଳୁ ନିଖୋଜଥିବା ବାରଙ୍ଗକନକଦୁର୍ଗାଆଦିବାସୀସାହିର ସୁଶାନ୍ତଟୁଡୁ ନାମକ ଯୁବକ ର ମୃତଦେହ ଏକ ବୁଦାମୁଳରେ ପଡିଥିବାରବୁଧବାରଅପରାହ୍ନରେ ସ୍ଥାନିୟଲୋକମାନେ ଦେଖିବାକୁ ପାଇଛନ୍ତି ।ସ୍ଥାନୀୟଲୋକ ମୃତଦେହକୁ ଚିହ୍ନଟକରି ମୃତକଙ୍କ ପରିବାରକୁ ଜଣାଇବାସହ ପୋଲିସକୁ ମଧ୍ୟ ଖବର ଦେଇଛନ୍ତି ।ତେବେ ସିମା ବିବାଦ ଯୋଗୁ ମୃତଦେହଟି ଅଦ୍ୟାବଧି ସେହିଜାଗାରେ ପଡି ରହିଥିବାର ଜଣାପଡିଛି । ପ୍ରକାସଯେ,ବାରଙ୍ଗଥାନା ଅଧିନସ୍ଥ କନକ ଦୁର୍ଗା ଆଦିବାସି ସାହିର ରାମଚନ୍ଦ୍ର ଟୁଡୁଙ୍କର ଏକମାତ୍ର ପୁଅ ସୁଶାନ୍ତ ମଙ୍ଗଳବାରଠାରୁ ନିଖୋଜ ଥିବାର ତାଙ୍କ ବାପା ରାମଚନ୍ଦ୍ର ବୁଧବାରସକାଳେ ବାରଙ୍ଗଥାନା […]

ବିଚ୍‌ ରାସ୍ତାରେ ଯୁବତୀଙ୍କ ତଣ୍ଟି କାଟିଲା ଯୁବକ

ଭୁବନେଶ୍ୱର,୮।୬(ଏସଏସନିଉଜ)ବ୍ଲେଡରେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା ଯୁବକ।ଦେବଗଡ଼ଥାନା ଗୁରୁସାହି ରାସ୍ତାରେ ଯୁବକ ଜଣଙ୍କ ଏହିପରି ଜଘନ୍ୟକାଣ୍ଡ ଘଟାଇଛି।ଯୁବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ସାସମଲ୍‌। ଦୁଇବର୍ଷ ତଳେ ଦେବଗଡ଼ ଟାଉନ୍‌ର ରୀମା(ଛଦ୍ମ ନାମ)ଙ୍କ ସହିତ ତାଙ୍କର ଫେସ୍‌ବୁକ୍‌ରେ ଦେଖା ସାକ୍ଷାତ ହୋଇଥିଲା।ପ୍ରଥମେ ଚାଟିଂ, ତାପରେ କଥାବାର୍ତ୍ତା। ଏହି କଥାବାର୍ତ୍ତା ଭିତରେ ରୀମାଙ୍କ ପ୍ରେମରେ ପଡ଼ି ଯାଇଥିଲେ ସୀମାଞ୍ଚଳ।ଆଉ ସମୟସୁବିଧା ଦେଖି ପ୍ରପୋଜ ମଧ୍ୟ ମାରିଥିଲେ […]

ଖଇରାରେ ମାତିଛି ବାଘ

ବାଲେଶ୍ବର,୮।୬(ଏସଏସନିଉଜ)ବାଘ ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି।ଏହିଭଳି ଘଟଣା ବାଲେଶ୍ବର ଖଇରାରେ ଦେଖିବାକୁ ମିଳିଛି। କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।ଖଇରା ବଜାର ନିକଟସ୍ଥ ଗଡ଼ଗାଁରେ ବାଘର ଆତଙ୍କ ଦେଖାଦେଇଛି।କଲରାପତରିଆବାଘ ଆକ୍ରମଣରେ ୪ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା,୩ପୁରୁଷ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ବେଳେ ବାଘ ଆକ୍ରମଣ କରିଥିବାର ଜଣାପଡିଛି।