Browsing category

ଅପରାଧ

ଦେଶୀମଦ ବିକ୍ରିବେଳେ ଧରିଲା ପୋଲିସ

ମେଣ୍ଢାଶାଳ,୨୮।୩(ଏସଏସନିଉଜ)ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫକରି ଗୁରୁବାର ଦିନ ୧୦୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି କୋର୍ଟଚାଲାଣ କରିଛି। ପ୍ରକାଶଯେ, ଚନ୍ଦକାଥାନା ତରଫରୁ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ କାଟେଣିଛକଠାରେ ଥିବା ଏକ ଗଛ ପାଖରେ ବେଆଇନ ଦେଶୀମଦ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।ପେଟ୍ରୋଲିଙ୍ଗ ଟିମ୍ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ପ୍ରକାଶ […]

ଗୋଶାଳକୁ ଗାଈ ସ୍ଥାନାନ୍ତରବେଳେ ପୋଲିସକୁ ଆକ୍ରମଣ

ବାରଙ୍ଗ,୨୮।୩(ଏସଏସନିଉଜ)ବୁଧବାର ବିଳମ୍ବିତ ରାତିରେ ଅନୁଗୋଳ ଅଂଚଳରୁ ଜବତ ହୋଇଥିବା ଗୋରୁ ଗାଡ଼ିଟି ପୋଲିସ ଭୁବନେଶ୍ୱର ଗୋଶାଳା ଅଭିମୁଖେ ନେଉଥିବା ବେଳେ ଗୋଡିସାହି ବଜାର ଉପରେ ପୁଲିସ ଓ ଗାଡି ଚାଳକ ଉପରକୁ ଆକ୍ରମଣ କରାଯାଇଛି ।ପୋଲିସ ଓ ଗାଡି ଚାଳକକୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରି ଗାଡ଼ିରେ ଥିବା ଗାଈକୁ ଖୋଲି ଦିଆଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ପୋଲିସ ୧୪୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ୫ଜଣଙ୍କୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲଣ […]

ଭିଜିଲାନ୍ସ ଜାଲରେ …

ଭୁବନେଶ୍ବର,୨୮ା୩(ଏସଏସନିଉଜ) ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୁରୀଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ।ଏହାପରେ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ସେହିପରି ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର‌୍ୟ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ନରେନ୍ଦ୍ର ଚନ୍ଦ୍ରକାର ଗୁରୁବାର ସଂଧ୍ୟାରେ ୩୦ ହଜାର ଟଙ୍କା ଲାଞ୍ଚ […]

ପୋଲିସପଞ୍ଝାରେ ବଡ଼ ଡକାୟତିଗ୍ୟାଙ୍ଗ୍

ଜଟଣି ,୨୮ା୩(ଏସଏସନିଉଜ)ରାତିରେ ବଡ ଧାରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ଜଟଣି ପୋଲିସ ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ବେଣାପଞରୀ ପଂଚାୟତହାଇସ୍କୁଲ ନିକଟ ପାଣିଟାଙ୍କି ପଡିଆରୁ ବୋମା ପକାଇ ଲୁଟ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ୫ଜଣଙ୍କୁ ଗିରଫ କରିଛି ସେମାନଙ୍କଠାରୁ ୫ଟି ଅଫୁଟାବୋମା , ସ୍କରପିଓକାର, ୩ଟି ବାଇକ ସହିତ ଖଣ୍ଡାଭୁଜାଲି ଲୁହାରଡ଼ ଜବତ କରିଛି ।ଡକାୟତି କରିବାର ଖବରପାଇ ଜଟଣି ପୋଲିସ ସାଧା ପୋଷାକ ଓ ବିନା […]

ମାଆରମୃତଦେହ ଟ୍ରଲିରେବୋହିଲା ପୁଅ

ବାଙ୍କୀ,୨୭ା୩(ଏସଏସନିଉଜ) ମାମରଶରୀରକୁ ଟ୍ରଲିରେ ବୋହିକି ନେଲା ପୁଆଗୋପାଳପୁରରୁ ହରିରାଜପୁରକୁ ମୃତଦେହ ବୋହି ନେଲା ପୁଆକଣ ପାଇଁ ଟ୍ରଲିରେ ମୃତଦେହ ନେଇଥିଲା ଜଣାପଡ଼ି ନାହିାଁମୃତମହିଳା ଗୋପାଳପୁରର ହୋଇଥିବାବେଳେ ହରିରାଜପୁର ସମ୍ପର୍କୀୟ ଘରକୁ ଆସିଥିଲୋ ସମ୍ପର୍କୀୟ ଘରେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଦେହ ନେବ କିଏ ? କଟକଏସସିବିରୁ ମୃତଦେହକୁ ନେବାକୁ ଦୁଇପକ୍ଷ ମଧ୍ୟରେ ଟଣାଓଟରା ଲାଗିଥିଲା ।ଜଣେ କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ଟଣାଓଟରା ଲାଗିଥିଲା ।ମୃତକଙ୍କ ପ୍ରଥମ ସ୍ତ୍ରୀ […]

ପାଣି ପାଇଁ ବୋମାମାଡ଼

ଡେଲାଙ୍ଗ,୨୭ା୩(ଏସଏସନିଉଜ) କୂଅରୁ ପାଣି ଉଠାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଟାଙ୍ଗୀଭଂସରଗାଁରେ ଗଣ୍ଡଗୋଳ ହୋଇଛି ।ଏତିକିରେ ଗଣ୍ଡଗୋଳ ଶାନ୍ତ ପଡିନି । ଗାଁରେ ବୋମାମାଡ଼ ହୋଇଥିବାର ଖବର ମିଳିଛି।ଯଦିଓ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ ତଥାପି ଗଣ୍ଡଗୋଳ ବଢିବାର ଆଶଙ୍କା କରି ପୋଲିସ ପହଁଚି ପରିସ୍ଥିଉପରେ ତତିକ୍ଷ୍ଣ ନଜରରଖିଛି ।ଏହାସହ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।  

ଓଲଟିଲା ବସ

କୋରାପୁଟ,୨୬।୩(ଏସଏସନିଉଜ)କୋରାପୁଟଜିଲ୍ଲା ପୋଡ଼ାଗଡ ନିକଟରେ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତୁ ହୋଇଛି ।ଖମ୍ବେଶ୍ୱରୀନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି ।ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ରହିଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଓଲଟିଲା ଅଟୋ,ଜଣେ ମୃତ

କୋରାପୁଟ,୨୬।୩(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିପଡିଲା ଅଟୋ।ଯାହାଫଳରେ ଜଣଙ୍କର ମୃତୁ ହୋଇଛି।ଅଟୋରେ ୧୬ଜଣ ଯାତ୍ରୀ ଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାପଡିଛି।ଗୁରୁତରଥିବା ୬ଜଣଯାତ୍ରୀଙ୍କୁ କୋରାପୁଟ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।ସମସ୍ତ ମୃତାହତ ଦଶମନ୍ତପୁରଥାନା ଅନ୍ତର୍ଗତ ବରଗଛଗାଁର ବୋଲି ସୂଚନା ମିଳିଛି।

ସରପଞ୍ଚଙ୍କ ଘରେପଶି ଭଙ୍ଗାରୁଜା

ଖୋର୍ଦ୍ଧା,୨୬।୩(ଏସଏସନିଉଜ) ହୋଲିରେ ଗଣ୍ଡଗୋଳ ହୋଇଛି।ସରପଞ୍ଚଙ୍କ ଘରେ ପଶି ଭଙ୍ଗାରୁଜା ମଧ୍ୟ ହୋଇଥିବାର ଅଭିଯୋଗ ହୋଇଛି। ଘରେ ପଶି ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୁର୍ତ।ବାଘମାରୀ ଥାନା ପଙ୍ଗାରୀସିଂ ସରପଞ୍ଚଙ୍କ ଘରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଥିବାବେଳେ ଗାଁରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି।ସେହିପରି ନୀଳଗିରିରେ ଗୋଷ୍ଠୀସଂଘର୍ଷ ଘଟି ୪ଜଣ ଆହତ ହୋଇଛନ୍ତି।ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଛନ୍ତି।ଗୁହାଳିଆଗାଁରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଯୋଗୁ ୪ ଆହତଙ୍କୁ […]

ହୋଲିହେଲା କାଳ-୫ମୃତ

ଭୁବନେଶ୍ୱର,୨୬।୩(ଏସଏସନିଉଜ)ହୋଲିରେ ଅଘଟଣ ଘଟି ଗାଧୋଇଲା ବେଳେ ବୁଡ଼ି ଭିନ୍ନଭିନ୍ନ ସ୍ଥାନରେ ୫ଜଣଙ୍କର ମୃତୁ ଘଟିଛି।ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ପାରାଦୀପଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।ସୋର ଥାନା ଦହିସଡ଼ାଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି।ବାଲେଶ୍ୱରପୋଲିସ କଲୋନୀରେ ପୋଖରୀରେ ବୁଡ଼ି ନାବାଳକ ମୃତ୍ୟୁ ହୋଇଛି। ସମ୍ବଲପୁର ଚାଉଁରପୁର ପାୱାର ଚ୍ୟାନେଲ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।