ଓଲଟିଲାବସ୍,୧୫ଆହତ
ତେଲକୋଇ,୨୭।୨(ଏସଏସନିଉଜ)ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍।ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟି ପଡିଥିଲା।୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
Browsing category
ତେଲକୋଇ,୨୭।୨(ଏସଏସନିଉଜ)ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍।ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟି ପଡିଥିଲା।୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଭୁବନେଶ୍ୱର,୨୬।୨(ଏସଏସନିଉଜ) ଜଣେ ପିଅନ କପିଦେବାକୁ ନେଇ ଉତ୍ତେଜନା ଦେଖାଦେଇଛି।ଭଦ୍ରକରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଛି।ଏହାକୁ ନେଇ ଭଦ୍ରକାଳୀ ହାଇସ୍କୁଲରେ ଉତ୍ତେଜନା ଦେଖାଦେଇଛି।ସ୍କୁଲ ଜଣେ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପିଦେଉଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଥିଲା।ପରୀକ୍ଷାପରେ ସ୍କୁଲ ଗେଟ୍ରେ ତାଲା ପକାଇଲେ ପରୀକ୍ଷାର୍ଥୀ। ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ବ୍ଲକ ଶିକ୍ଷାଅଧିକାରୀ।ଏହି ଘଟଣାରେ ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୋଲିସର ପଚରାଉଚରା ଆରମ୍ଭ କରିଛି।
ଭୁବନେଶ୍ୱର,୨୫।୨(ଏସଏସନିଉଜ)ଭିଜିଲାନ୍ସ ଜାଲରେ ନିଆଳି ASI।ଭିଜିଲାନ୍ସ ଜାଲରେ କଟକଜିଲ୍ଲା ନିଆଳି ଥାନା ASI।୨ହଜାରଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ASI ବିଜୟଭଞ୍ଜ।ଏକ ମାମଲାରେ ଫସାଇ ଦେବାକୁ ଧମକଦେଇ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।
ବାରଙ୍ଗ,୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗଥାନା ଅଧିନସ୍ତ ମଧୁବନ ଗାଁରେ ରବିବାର ସକଳେ ବୁଲିଛି ଖଣ୍ଡା।କେତେଜଣ ଯୁବକ ଖଣ୍ଡା ଧରି କିଛି ସମୟପାଇ ଉପ୍ତାତ ସୃଷ୍ଟି କରିଥିଲେ।ଖଣ୍ଡା ଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁନେଇ ଏବେ ଗାଁରେ ଉତେଜନାଦେଖାଦେଇଛି। ଉପ୍ତାତ ସୃଷ୍ଟି କରିଥିବା ଯୁବକମାନେ ଏକ କାରକୁ ମଧ୍ୟ ଭାଙ୍ଗିଦେଇଛନ୍ତି।ଖବରପାଇ ବାରଙ୍ଗପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିଉପରେ ତୀକ୍ଷ୍ଣ ନଜର ରଖିଛି।ଖଣ୍ଡାଧରି ଆକ୍ରମଣ କରାଯାଉଥିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ଆସିକା,୨୪।୨(ଏସଏସ ନିଉଜ) ଆସିକାଥାନା କୋଟିବାଡ଼ି ଗ୍ରାମର ବଡ଼ନଦୀନିକଟରେ ଥିବା କାଜୁତୋଟାରେ ଜଣେ ଅଜଣାବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି।ମୃତଦେହଟି ୪ରୁ ୫ଦିନର ହୋଇଥିବା ଆନୁମାନ କରାଯାଉଛି।ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଶବଟି ପଚି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଛି।ତେବେ ମୃତୁର ପକୃତ କାରଣ ଜଣାପଡିନଥିବାବେଳେ ଖବର ପାଇ ଘଟଣାସ୍ଥଳରେ ଆସିକାପୁଲିସ ପହଞ୍ଚି ତଦନ୍ତ କରୁଛି।ମୃତଦେହର କିଛିଦୁରରେ ଏକ ବାଇକ ରହିଥିବାର ଦେଖିବାକୁ ମିଳିଛି।
ମାଲକାନଗିରି,୨୪।୨(ଏସଏସନିଉଜ) ମାଲକାନ ଗିରି ସୀମାନ୍ତରେ ହୋଇଥିବାରପୁଲିସ-ମାଓବାଦୀ ଗୁଳିବିନିମୟରେ ଜଣେମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ସୁକୁମାଜିଲ୍ଲା ବୁର୍କାଲଂକା ଜଂଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ।ଡିଆରଜି ଯବାନମାନେ ମାଓବାଦୀମାନଙ୍କୁ କଡ଼ାଜବାବ ଦେଇଥିଲେ।ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।
ବୌଦ୍ଧ,୨୪।୨(ଏସଏସନିଉଜ)ବୌଦ୍ଧପୋଲିସ ୩ କୁଇଂଟାଲ ଗଂଜେଇ ଜବତ କରିବା ସହ ଗୋଟିଏ ଟ୍ରକ ଜବତ କରିଛି ପୋଲିସ୍ ।ଏହାସହ ଦୁଇଜଣଙ୍କୁ ଗିରଫ ହୋଇଛନ୍ତି ।ଆନ୍ତରାଜ୍ୟ ଚାଲାଣ ବେଳେ ବୌଦ୍ଧବ୍ରିଜ୍ ନିକଟରୁ ଏହି ଗଂଜେଇ ଧରାପଡ଼ିଛି । ବୌଦ୍ଧ ପୋଲିସ୍ ପ୍ରାୟ ୧୫ଦିନ ଭିତରେ ପ୍ରାୟ ୨ଟନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍, ଗୋଟିଏକାର, ବାଇକ ଜବତକରି ୧୫ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି।
ଭୁବନେଶ୍ୱର,୨୪।୨(ଏସଏସନିଉଜ)ଉତ୍ତରପ୍ରଦେଶ କାସଜଞ୍ଜଜିଲ୍ଲାରେ ଅଘଟଣ ଘଟିଛି ।ଦ୍ରୁତଗତିରେ ଆସି ଟ୍ରାକ୍ଟରଟି ନିୟନ୍ତ୍ରଣହରାଇ ଏକ ପୋଖରୀକୁ ଖସିପଡିବାରୁ ୧୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି।ଏହିଘଟଣାରେ ପାଖାପାଖି ଅନେକ ଆହତ ହୋଇଥିବା ଜଣାପଡିଛି ।ଜେଥରାରୁ ଗଙ୍ଗାସ୍ନାନ କରିବାକୁ ୩୫ଜଣ ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣି ରେ ନିୟନ୍ତ୍ରଣ ରକ୍ଷାକରିପାରି ରାସ୍ତାକଡ ଏକପୋଖରୀ ଭିତରେ ଖସିପଡିଥିଲା ।୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣମହିଳା ଥିବା ଜଣାପଡିଛି । ଏମାନେ ଏଟା ଜିଲ୍ଲାର କହାଗାଁର […]
ରାଉରକେଲା,୨୪।୨(ଏସଏସନିଉଜ) ଅତ୍ୟଧିକ ଡିଜେସାଉଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଏସଆଇଟି ଛକରେ ସରସ୍ୱତୀ ପୂଜା ପ୍ରୋସେସନ ବେଳେ ଡିଜେ ସାଉଣ୍ଡ ବାଜୁଥିଲା । ଆଉ ସେହିପାଖରେ ଚାଦୋକାନୀ ପ୍ରେମନାଥ ବାରଭାୟା ଥିଲେ ।ଡିଜେସାଉଣ୍ଡ ଶୁଣି ହଠାତ୍ ସେ ଅସୁସ୍ଥ ଅନୁଭବକରି ଟଳିପଡ଼ିଲେ ।ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବରପାଇ ପୋଲିସ ଭଦ୍ରକ ଅଂଚଳର ଡିଜେ ଗାଡ଼ିକୁ ଜବତ କରିଛି ।
ବାରଙ୍ଗ,୨୩।୨(ଏସଏସନିଉଜ)ବୁଧବାର ବିଳମ୍ବିତ ରାତିରେ ଗୋଡିସାହିଫାଣ୍ଡି ପୋଲିସ ବେଆଇନଭାବେ ଚୋରାରେ ବାଲିଚାଲଣ କରୁଥିବା ୨ଟି ହାଇୱାକୁ ଜବତ କରିଥିବାବେଳେ ପୁଣି ଗୁରୁବାର ରାତିରେ ବାରଙ୍ଗପୋଲିସ ୨ଟିହାଇୱାକୁ ଜବତ କରିଛି।ବାରଙ୍ଗ ପୋଲିସ ଗୁରୁବାର ବିଲମ୍ଭିତରାତିରେ ତ୍ରିଶୂଳିଆ ଛକରେ ବ୍ଳକି କରିଥିବାବେଳେ ମୁଣ୍ଡମୁହାଣ ପଟୁ ଦୁଇଟି ବାଲିବୋଝେଇ ହାଇୱା ଆସୁଥିଲା।ପୋଲିସ ସେମାନଙ୍କୁରୋକି ବାଲିପରିବହନ କରିବାର କାଗଜ ପତ୍ର ମାଗିବାରେ ଚାଳକ ଦେଖାଇପାରିନଥିଲା।ଫଳରେ ଓଡ଼ି୩୩ଏବି୮୭୭୬ ଓ ଓଡ଼ି୩୩ ଏଇ୯୫୮୦ ନମ୍ବର ହାଇୱାଦୁଇଟିକୁ ଜବତକରି ଥାନାକୁ ଆଣି ଥିଲା।ଶୁକ୍ରବାର ପୋଲିସ ନୋଟିସ କରି ଚାଳକ […]