Browsing category

ଜିଲ୍ଲା

ମୋବସରେ ଲାଗିଲା ଲଗାମ

  ଭୁବନେଶ୍ବର,୬/୧୧(ଏସଏସନିଉଜ) ବେପରୁଆ ଗାଡ଼ି ଚାଳନାକୁ ରୋକିବା ପାଇଁ ମୋବସର ସ୍ପିଡରେ ଲାଗିବ ବ୍ରେକ୍।ମୋବସର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ରହିବା ସହ ପ୍ରତ୍ୟେକଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ।ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।ଗାଡ଼ିରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ ଏବଂ ନିୟମିତ ଯାଞ୍ଚ କରାଯିବ।ଏଥିସହ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବ ।ସହରସୀମା ବାହାରେ ଯାତ୍ରା କରୁଥିବାବେଲେ ବସରବେଗ ଘଣ୍ଟାପ୍ରତି ୫୦ […]

ଧାରଣାରେ ବସିଲେ ଆଶାକର୍ମୀ

କଟକ,୬/୧୧(ଏସଏସନିଉଜ)ଦୁଇମାସର ପ୍ରାପ୍ୟ ନପାଇ ଧାରଣାରେ ବସିଛନ୍ତି ଆଶାକର୍ମୀ। କଟକସଦର ଥାନା ଅନ୍ତର୍ଗତ ସିଏମସି ୫୯ନମ୍ବର ଓ୍ବାର୍ଡରେ ଥିବା ବମ୍ପକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ଯକରୁଥିବା ୩୩ଜଣ ଆଶାକର୍ମୀ ସେମାନଙ୍କ ଦୁଇମାସର ପ୍ରାପ୍ୟ ପାଇନଥିବାରୁ ଏହାର ପ୍ରତିବାଦରେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲାପକାଇ ଧାରଣାରେ ବସିଥିଲେ।ଦୀର୍ଘ ୨୦୧୬ ମସିହାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ସିଏମସି ୪ଗୋଟି ଓ୍ବାର୍ଡର ଆଶା କର୍ମୀ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହୋଇଆସୁଛନ୍ତି ।ବମ୍ପକୁଦ ସହରାଞ୍ଚଳସ୍ୱାସ୍ଥ୍ୟ କେନ୍ଦ୍ରଟି ପିପି ମୋଡରେ କାର୍ଯ୍ଯ କରୁଥିବାରୁ ସେମାନଙ୍କ […]

ମାଙ୍କମନ୍ଦିର ବି ଛାଡ଼ିଲେନାହିଁ

ବ୍ରହ୍ମପୁର,୬/୧୧(ଏସଏସନିଉଜ)ଗତକାଲି ରାତିରେ ତାରାତାରିଣୀ ମନ୍ଦିର ତାଲାଭାଙ୍ଗି ବହୁ ମୁଲ୍ୟର ଅଳଙ୍କାର ଚୋରୀ ହୋଇଛି। ରାତ୍ରୀପହଡ଼ ପରେ ପୂଜକ ତାଲା ବନ୍ଦକରି ଘରକୁ ଚାଲିଯାଇଥିଲେ। ଆଜି ବଢ଼ିଭୋର ସମୟରେ ମନ୍ଦିର ତାଲା ଖୋଲି ଦେଖିଲା ବେଳକୁ ମନ୍ଦିର ଦାନବାକ୍ସ ତାଲା ଭାଙ୍ଗିଛି ଓ ମାଁଙ୍କ ମୁକୁଟ, ମୁଖା ଓ ଛତା ଚୋରି ହୋଇଥିବାର ଜଣାପଡିଥିଲା।ଏହାପରେ ମନ୍ଦିର କମିଟି କର୍ମକର୍ତ୍ତାମାନେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।ଏହାପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।

ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର

ଭୁବନେଶ୍ୱର,୬/୧୧(ଏସଏସନିଉଜ )ଭିଜିଲାନ୍ସ ଜାଲରେ ପଡ଼ିଲେ ଇଡକୋ ଜୁନିୟର ମ୍ୟାନେଜର। ଜୁନିୟରମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ରେଡ୍ ହୋଇଛି।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟିସ୍ଥାନରେ ଚଢ଼ାଉ ଚାଲିଛି ।ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡେ ଚାଲିଥିବାର ଜଣାପଡିଛି ।

ଘରୋଇ ଚ୍ୟାନେଲର ଷ୍ଟୁଡିଓରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା,୬/୧୧(ଏସଏସନିଉଜ)ଏକ ଘରୋଇ ଚ୍ୟାନେଲର ଷ୍ଟୁଡିଓରେ ଅଗ୍ନିକାଣ୍ଡ ଘଟିଛି। ସାରୁଅସ୍ଥିତ ଶିଳ୍ପାଞ୍ଚଳ ଷ୍ଟୁଡିଓରେ ଭୟଙ୍କର ନିଆଁ ଲାଗିଛି।ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି।

ପାରାଦୀପରେ ଲଜ୍ଜା

ପାରାଦୀପ,୬/୧୧(ଏସଏସନିଉଜ) ଘରକୁ ଡାକି ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମର ଅଭିଯୋଗ ହୋଇଥିବାର ପରାଦୀପ ଥାନାରେ ହୋଇଛି। କୁଜଙ୍ଗ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜର ପତ୍ନୀ ଘରେ ନଥିବା ବେଳେ ପଡୋଶୀରେ ରହୁଥିବା ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଘରକୁ ଡାକି ତା ସହ ଦୁଷ୍କର୍ମ କରିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ତିନିମାସର ଆଗୁଆ ଚାଉଳ ମିଳିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧୧(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ […]

ଆଜି ଆମେରିକା ଭୋଟ୍‌

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।୫୦ ରାଜ୍ୟରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ।ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ।ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

ଆସିଲା ବାତ୍ୟା ‘ଦାନା’ର କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର,୫/୧୧(ଏସଏସନିଉଜ)ଏଥର ବାତ୍ୟାରେ ୬ଶହକୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୧୬୬ ବ୍ଲକରେ କ୍ଷତି ହୋଇଥିବା ବେଳେ ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛନ୍ତି।ବାତ୍ୟାରେ ୧୬ ହଜାର ୪୧୬ ଘର ଭାଙ୍ଗିଛି। ସେଥି ମଧ୍ୟରୁ ୨୭ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪ ହଜାର ୬୮୦ […]

ନଭେମ୍ବର ୨୧ରୁ ଧାନକିଣା

ଭୁବନେଶ୍ୱର,୫/୧୧(ଏସଏସନିଉଜ)ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନକିଣା।କୁଇଣ୍ଟାଲ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର।MSP ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ମିଳିବ।୪-୫ଟିମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ।ମଣ୍ଡିରୁ ରାଇସମିଲ୍‌ ଯାଏ ଧାନ ଗାଡ଼ିର ଗତିବିଧି ନଜରରେ ରହିବ।