Browsing category

ଜିଲ୍ଲା

ବାଘ ପାଇଁ ଦର୍ଶନ କଟକଣା

ଗଞ୍ଜାମ,୯/୧୧(ଏସଏସନିଉଜ)ବାଘଭୟରେ ଗଞ୍ଜାମ ବାଳକୁମାରୀ ପୀଠରେ ଦର୍ଶନକୁ କଟକଣା କରାଯାଇଛି।ଅପରାହ୍‌ଣ ୪ଟାପରେ ମାଆଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି।ଅନିର୍ଦ୍ଦିଷ୍ଟ କାଳଯାଏ ଲାଗୁ ରହିବ କଟକଣା ବୋଲି ଜଣାପଡିଛି। ମନ୍ଦିରକମିଟି ବାଳକୁମାରୀ ନିକଟ ରାମପୁର ଜଙ୍ଗଲରେ ବାଘ ବୁଲୁଛି ଓ ବାଳକୁମାରୀ ନିକଟରେ ମହାବଳର ପାଦଚିହ୍ନ ମିଳିବା ପରେ ଏହି କଟକଣା କରାଯାଇଛି।

ବୃଦ୍ଧ ନିଖୋଜ ଥାନାରେ ଅଭିଯୋଗ

ବାରଙ୍ଗ, ୮/୧୧(ଏସଏସନିଉଜ) ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ନୟାପାଟଣା ଗ୍ରାମର ଜଣେ ବୃଦ୍ଧ ଗୁରୁବାରଠାରୁ ନିଖୋଜ ଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ବୃଦ୍ଧ ଜଣକ ହେଲେ ସୁରେନ୍ଦ୍ର ଭଟ୍ଟ(୬୮)। ବୃଦ୍ଧଙ୍କ ର ମାନସିକ ସ୍ଥିତି ସ୍ଥିର ନଥିବା ବେଳେ ଗୁରୁବାର ସକାଳ ୯ଟାରୁ ଘରୁ କେଉଁଆଡେ ଚାଲିଯାଇଛନ୍ତି। ସାଙ୍ଗରେ ସେ ଏକ ସାଇକେଲ ଧରି ଯାଇଥିବାବେଳେ ଘରୁ ଗଲା ବେଳକୁ ସେ ଏକ ଲୁଙ୍ଗି ଓ ଗାମୁଛା ପିନ୍ଧିଥିବାର ପରିବାର ପକ୍ଷରୁ ଥାନାରେ କରାଯାଇଥିବା ଅଭିଯୋଗରେ […]

ଭୁବନପୁରଗ୍ରାମରେ ଲାଗିଲା ଟ୍ରାନସଫରମର

ବାରଙ୍ଗ,୮/୧୧(ଏସଏସନିଉଜ)ଭୁବନପୁର ଗ୍ରାମରେ ଲାଗିଲା ୨୫୦କେଭି ଟ୍ରାଂଶଫର୍ମର ।ଦୀର୍ଘ ଦିନର ଦାବି ଗ୍ରାମବାସୀଙ୍କର୍ ପୁରାଣ ହୋଇଛି। ଗ୍ରାମବାସିମାନେ ଲୋଭୋଲ୍ଟେଜ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ସନ୍ଧ୍ୟା ହେବାମାତ୍ରେ ଡିବିରି ଭଳି ଆଲୁଅ ଜଳୁଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ସହ ଘରୁ ବାହାରିବାକୁ ଗ୍ରାମବାସୀମାନେ ନିରାପଦ ମଣୁନଥିଲେ। ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇ ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରିଥିଲେ। ଏ […]

ଟ୍ରକ ପଛରୁ ପିଟିଲା କାର

ବାରଙ୍ଗ,୮|୧୧ (ଏସଏସନିଉଜ) ବାରଙ୍ଗଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇଟି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ କାର ସମ୍ମୁଖରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକା ଦେଇଥିବା ବେଳେ ଅନ୍ୟ ଏକ ଘଟଣାରେ ଯାନ୍ତ୍ରିକତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେଇଛି। ପ୍ରକାଶଯେ,ଶୁକ୍ରବାର ରାତିରେ ବଙ୍ଗାଳୀସାହି ନିକଟରେ କେଏ୦୧ଏମଜେ୮୦୯୭ ନମ୍ୱର ଟ୍ରକ୍ ଯାନ୍ତ୍ରିକ ତ୍ରୁଟିଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ଏହି ସମୟରେ ନନ୍ଦନକାନନ ପଟୁ ବାରଙ୍ଗ ଅଭିମୁଖେ […]

ପଂଚକ ଓ ବଡଓଷା ସମୟରେ ଟ୍ରାଫିକ କଟକଣା

କଟକ,୦୮।୧୧(ଏସଏସନିଉଜ)୧୧ତାରିଖରୁ ୧୫ ତାରିଖପର୍ଯ୍ୟନ୍ତ ଗୁରୁଡିଝାଟିଆଥାନା ଅଧୀନସ୍ଥ ଧବଳେଶ୍ୱର ଶୈବପୀଠରେ ପଂଚକ ଓ ବଡଓଷା ପାଳନ କରାଯିବ ।ଏହି ସମୟରେ ବିିଭିନ୍ନଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବାର ଆଶା କରାଯାଏ । ଏଥିନିମନ୍ତେ ମହାନଦୀ ଉପରେ ଥିବା ମଧୁସୂଦନବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର,ଦୁଇଚକିଆ ଯାନରେ ଧବଳେଶ୍ୱରପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଂଚୁକ ଓ ବଡଓଷାରେ ଆଶାତୀତ ଭିଡକୁ ଦୃଷ୍ଟିରେରଖି ଭାରୀଯାନ ଚଳାଚଳ ଉପରେ କଟକଣା ଜାରି […]

ମାଛ ଧରିବାକୁ ଯାଇ ନିଖୋଜ

କଟକ,୮/୧୧(ଏସଏସନିଉଜ)କାଠଯୋଡ଼ି ଶାଖାନଦୀ ସିଢୁଆରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ ହୋଇଛନ୍ତି। ନିଖୋଜବ୍ୟକ୍ତି କଟକ ସଦରଥାନା ଅନ୍ତର୍ଗତ ନାଗବାଲି ଗ୍ରାମ କୈବର୍ତ୍ତସାହିର ରମାକାନ୍ତ ବେହେରା (୫୦) ବୋଲି ଜଣାପଡିଛି । ଗତକାଲି ବିଳମ୍ବିତରାତିରୁ ନଦୀକୁ ଯାଇ ଘରକୁ ଫେରିନଥିଲେ। ଏନେଇ ପରିବାରଲୋକେ କଟକ ସଦରଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ଓଡ୍ରାଫଟିମ୍ ପହଞ୍ଚି ନିଖୋଜ ରମେଶଙ୍କୁ ଖୋଜୁଥିବା ଜଣାପଡିଛି।

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ – ୬ ଗିରଫ

କଟକ,୮/୧୧(ଏସଏସନିଉଜ)କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ବୋଲି ଡିସିପି ପ୍ରେସମିଟ୍ରେ କହିଛନ୍ତି।୪ ତାରିଖରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଥିଲା।୫ ତାରିଖରେ ୩ ଓ ୬ତାରିଖରେ ଆଉ ୩ ଜଣଙ୍କୁ ଗିରଫ କରାଗଲା।ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି।୬ଜଣଙ୍କ ମୋବାଇଲ ସିଜ୍ ହୋଇଛି, ସମସ୍ତ ଭିଡିଓ ଯାଞ୍ଚ କରାଯିବ।ଅଭିଯୁକ୍ତଙ୍କ ବିରୋଧରେ SC/ST ଆକ୍ଟ ଓ IT ଆକ୍ଟ ଲାଗିଛି।SFSLକୁ ମୋବାଇଲ ପଠାଯିବ, ଖୁବଶୀଘ୍ର […]

ତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣା

ଗଞ୍ଜାମ,୭ା୧୧(ଏସଏସନିଉଜ) ପୁରୁଷୋତ୍ତମପୁରସ୍ଥିତ ପ୍ରସିଦ୍ଧ ମାତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରିଘଟଣାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଜିଲ୍ଲାପ୍ରଶାସନଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ସମ୍ପୃକ୍ତ ଚୋରି ସମ୍ପର୍କରେ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଦକ୍ଷିଣାଂଚଳ ଆରଡିସି ଶ୍ରୀମତି ରୂପା ରୋଶନ ସାହୁ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମା\’ ତାରାତାରିଣୀ ମନ୍ଦିରପରିସରରେ ଦୁର୍ବୃତ୍ତମାନେପଶି ଲକ୍ଷାଧିକଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହେଇଥିଲା । ଚୋରି ହୋଇଥିବା ଜିନିଷମଧ୍ୟରେ ମାଙ୍କ ରୂପାମୁକୁଟ ଏବଂ ଏକ […]

କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

କଟକ, ୦୭।୧୧(ଏସଏସନିଉଜ)କଟକଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ସମଗ୍ର ଶିକ୍ଷାପକ୍ଷରୁ ଗୁରୁବାର ଦିନ ରେଭେନ୍ସା କଲିଜିଏଟ୍ ସ୍କୁଲସ୍ଥିତ ନେତାଜୀ ଅଡିଟୋରୀୟମ ଠାରେ କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ମେୟର ସୁବାସ ସିଂ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଏହି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ। କାରଣ ଏହି ଶିକ୍ଷା ଅନୁଷ୍ଠାନରୁ ଉତ୍କଳଗୌରବ ମଧୁସୂଦନଦାସ, ନେତାଜୀ ସୁବାସଚନ୍ଦ୍ରବୋଷ, […]

ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର,୭/୧୧(ଏସଏସନିଉଜ)ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ନବୀନ କହିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ ଦେଲେ ବୋଲି କହିଛନ୍ତି।ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା ।ଏବେ ବିନା କାରଣରେ ଗରିବ ଆଦିବାସୀଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । […]