Browsing category

ମନୋରଞ୍ଜନ

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷାବିଭାଗପକ୍ଷରୁ ଆଜି ପ୍ରକାଶିତ ବାର୍ଷିକଶିକ୍ଷାକ୍ୟାଲେଣ୍ଡର ପ୍ରକାଶ କରାଯାଇଛି। କେତେଦିନ ପାଠପଢ଼ାହେବ, କେଉଁକେଉଁଦିନ ଛୁଟି ରହିବ, ଦଶହରାଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ କ୍ୟାଲେଣ୍ଡର ଉଲ୍ଲେଖ ‌ହୋଇଛି। କିନ୍ତୁ କ୍ୟାଲେଣ୍ଡରରେ ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟଅନୁମାନ କରାଯାଉଛିକି ଏଥର ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ।

ଉପସଭାପତି ପଦରୁ ହଟିଲେ ସୌମ୍ୟ

ଭୁବନେଶ୍ୱର,୧୨।୯(ଏସଏସନିଉଜ)ଗତ କିଛିଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ବିଜେଡି ଉପସଭାପତିପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।

ଭିତରକନିକାରେ ବଢିଲା ଦେଶୀୟପକ୍ଷୀ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ଭିତରକନିକା ରେ ଦେଶୀୟପକ୍ଷୀଙ୍କ ଗଣନା ଶେଷ ହୋଇଛି । ତେବେଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ରହିଥିବା ବେଳେ ଚଳିତ ବର୍ଷ ବୃଦ୍ଧିପାଇ ୧,୨୩,୮୬୭ରେ ପହଁଚିଛି ।ଚଳିତମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କରାଯାଇ ଥିଲା ।ଏଥିନିମନ୍ତେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ ରହିଥିଲେ ।ଏଥର ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ […]

ନିଯୁକ୍ତହେବେ ୨୦ହଜାର ପ୍ରାଥମିକଶିକ୍ଷକ

ଭୁବନେଶ୍ୱର,୧୧ା୯(ଏସଏସନିଉଜ) ରାଜ୍ୟରେ ନିଯୁକ୍ତ ପାଇବାକୁ ଯାଉଛନ୍ତି ୨୦ ହଜାର ପ୍ରାଥମିକ ଶିକ୍ଷକାଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷାକାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ […]

ଅମରଲଡୁ ବାଂଟିଲେ ଗରୁଡ

ଡେଲାଙ୍ଗ,୧୦ା୯(ଏସଏସନିଉଜ) ସାକ୍ଷୀଗୋପାଳ ମନ୍ଦିରରେ କାଳୀୟଦଳନପର୍ବ ଅନୁଷ୍ଠିତ ହୋଇଯାଇଛିା ଗୋଧନବାହୁଡାଧୁପପରେ ବିଜେ ପ୍ରତିମା ମଦନମୋହନଓ ଲବଣୀଚେରା ସୁସଜିତବିମାନରେ ବସି ରଙ୍ଗଣିସାହିସ୍ଥିତ ଲବଣିଖିଆମଣ୍ଡପକୁ ବିଜେ କରିଥିଲେ ।ଗୋପାଳପରିବାରର କୁଳବଧୂମାନେ ଆସି ଠାକୁରଙ୍କୁ ବନ୍ଦାପନା କରିଥିଲେ ।ଗୋପାଳ ପରିବାର ପକ୍ଷରୁ ଠାକୁରଙ୍କୁ ସର,ଲବଣୀ,ମାଖନ, ଖୁଆପେଡା,ରସାବଳୀ, ଛେନା ଆଦି କ୍ଷୀରଜାତସାମଗ୍ରୀ ସହ ଚୁଡାଘଷା,ଖଇ, ଉଖୁଡା,ଫଳମୁଳ,ତୁଳସୀ,ଚନ୍ଦନ ଆଦି ଭୋଗ ଲଗାଯାଇଥିଲା ।ଠାକୁର ଭୋଗଖାଇସାବାପରେ ଶ୍ରୀକୃଷ୍ନ କାଳନଦୀହ୍ରଦକୁ ପଦ୍ମଫୁଲତୋଳିବାକୁଯାଇଥିଲେ । ତେବେ ଏହିସବୁ ମାନବଙ୍କଦ୍ୱାରା କରାଯାଇଥିଲା ।ପରମ୍ପରା ଅନୁଯାୟୀ ବିଳମ୍ଭିତରାତିରେ ସାକ୍ଷୀଗୋପାଳ ମନ୍ଦିରର କୃଷ୍ନବେଶଧାରୀ ଜଣେ […]

ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଭସାଣି

କଟକ,୧୦ା୯(ଏସଏସନିଉଜ)ଆସୁଛି ପାର୍ବଣ ରୁତୁ ।ପ୍ରସିଦ୍ଧ ଦୁର୍ଗାପୁଜାନିମନ୍ତେ ପ୍ରସ୍ତୁତିପର୍ବରେ ଲାଗିପଡିଲେଣି ଭାଇଚାରାର ସହର କଟକ । ଦୁର୍ଗାପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଯାଇଛି ।ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲୋଏହାସହ ସହରର ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲୋଅକ୍ଟୋବର ୨୪ରେ ଦଶମୀ ଓ ୨୫ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁଯାଉଛି ।  

ଆଜି ପୁଣି ଭାରତ-ପାକ ଲଢ଼େଇ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୪ ଥର ମୁହାଁମୁହିଁ ହେରାଇଥିଲେ ।ଆଜି ବି ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରଖାଯାଇଛି । ଯଦି ବର୍ଷା ହେବ ତେବେ ରିଜର୍ଭ ଡେରେ ମ୍ୟାଚ ହେବ ବୋଲି ଜଣାପଡିଛି ।

ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ

ଜଟଣୀ,୯ା୯(ଏସଏସନିଉଜ)ଜଟଣୀର ପ୍ରସିଦ୍ଧପର୍ବ ଗଣେଶପୁଜାପାଇଁ ଚଳଚଂଚଳ ହେବାକୁଲାଗିଛି ଜଟଣୀ ।ଏଥିନିମନ୍ତେ ଅଗ୍ରୱାଲା ଧର୍ମଶାଳାଠାରେ ଜଟଣୀପୋଲିସ ପକ୍ଷରୁ ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ଭୁବନେଶ୍ୱରଡିସିପିପ୍ରତୀକସିଂ ଯୋଗଦେଇ ଗଣେଶପୁଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନକରିବାପାଇଁ କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ।୨୪ଘଂଟିଆପେଟ୍ରୋଲିଂ,ଟ୍ରାଫିକନିୟନ୍ତ୍ରଣ ପାଇଁ ଦୃଷ୍ଟିଦେବାକୁ କମିଟିମାନଙ୍କପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା ।୧୫ ଓ ୧୬ତାରିଖରେ ଏକକୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀଥାନାରେ ଆବେଦନ କରିବାକୁ କୁହାଯାଇଥିଲା ।ହେବାକୁଥିବା ପୁଜାମଣ୍ଡପ ଓ ତୋରଣପାଇଁ ପୁଜାମଣ୍ଡପକୁ ସେଫଟି ସାଟିଫିକେଟ ଆଣିବାସହ ୨୪ଘଂଟିଆ ଜରୁରୀକାଳିନ […]

ବନ୍ଦହେଲା ମାତାରିଣୀଙ୍କ ଭୋଗନଡ଼ିଆ ନିଲାମ

ଘଟଗାଁ,୮ା୯(ଏସଏସନିଉଜ) ଘଟଗାଁର ଅଧିଷ୍ଠାତ୍ରୀଦେବୀ ମାତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପ୍ରକ୍ରିୟାକୁ ଆଜି ବାତିଲ କରାଯାଇଛି । ମାନସିକ ନଡ଼ିଆକୁ ମାଙ୍କଠାରେ ଭୋଗଲାଗିବା ପରେ ଗୋଦାମରେ ରହିଥାଏ ।ପରବର୍ତିସମୟରେ ମନ୍ଦିର ପରିଚାଳନାକମିଟି ପକ୍ଷରୁ ଏହାକୁ ନିଲାମ ଡକାଯାଇଥାଏ ।ଏବେ ଗୋଦାମରେ ୧୧ଲକ୍ଷ୨୭ହଜାରନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି ।ଗତ ୧ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲାନିଲାମ ହେବ ବୋଲି ନୋଟିସ୍ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ […]

ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିାସ୍ୱାଗତ ସମୟରେ କୋଣାର୍କଚକ୍ରର ମହତ୍ତ୍ୱ ମଧ୍ୟ ବୁଝାଇଛନ୍ତି ।ଆମେରିକା ରାଷ୍ଟ୍ରପତିଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଥିଲେ ମୋଦିା