ଭିତରକନିକାରେ ବଢିଲା ଦେଶୀୟପକ୍ଷୀ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ଭିତରକନିକା ରେ ଦେଶୀୟପକ୍ଷୀଙ୍କ ଗଣନା ଶେଷ ହୋଇଛି । ତେବେଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ରହିଥିବା ବେଳେ ଚଳିତ ବର୍ଷ ବୃଦ୍ଧିପାଇ ୧,୨୩,୮୬୭ରେ ପହଁଚିଛି ।ଚଳିତମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କରାଯାଇ ଥିଲା ।ଏଥିନିମନ୍ତେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ

ରହିଥିଲେ ।ଏଥର ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ ଗଣନା କରାଯାଇଥିଲା । ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ଥିବାରୁ ପକ୍ଷୀ ପ୍ରେମୀମାନେ ଖୁସି ବ୍ୟକ୍ତ କରିଛନ୍ତି।

 

Comments (0)
Add Comment