Browsing category

ମନୋରଞ୍ଜନ

ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ

କଟକ,୦୮।୧୧(ଏସଏସନିଉଜ) ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରାଠାରୁ ଚହଟା, ଉପର ଏବଂ ତଳବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ […]

ଆଜିର ରାଶିଫଳ

ନଭେମ୍ବରମାସ ୦୮ତାରିଖ୨୦୨୪ ମସିହା(ଶୁକ୍ରବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି-ସପ୍ତମୀ ରାତ୍ରି ଘ ୧୧/୫୬ଗତେ ଅଷ୍ଟମୀ,ନକ୍ଷତ୍ର- ଉତ୍ତରାଷାଢ଼ା ଦିବାଘ ୧୨/୪୪ଗତେ ଶ୍ରବଣା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୬, ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୫୬ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/ ୫୪ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୪୫ ମଧ୍ୟେ ଓ ଘ୦୭/୩୨ଗତେ ଘ୦୯/୫୩ ମଧ୍ୟେ ଓ ଘ୧୨/୨୦ ଗତେ ଘ୦୩/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ତାଳଭକ୍ଷଣ ନିଷେଧ। […]

କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

କଟକ, ୦୭।୧୧(ଏସଏସନିଉଜ)କଟକଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ସମଗ୍ର ଶିକ୍ଷାପକ୍ଷରୁ ଗୁରୁବାର ଦିନ ରେଭେନ୍ସା କଲିଜିଏଟ୍ ସ୍କୁଲସ୍ଥିତ ନେତାଜୀ ଅଡିଟୋରୀୟମ ଠାରେ କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ମେୟର ସୁବାସ ସିଂ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଏହି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ। କାରଣ ଏହି ଶିକ୍ଷା ଅନୁଷ୍ଠାନରୁ ଉତ୍କଳଗୌରବ ମଧୁସୂଦନଦାସ, ନେତାଜୀ ସୁବାସଚନ୍ଦ୍ରବୋଷ, […]

କୁଞ୍ଜବିହାରି ମହାବିଦ୍ୟାଳୟରେ ସେମିନାର ସପ୍ତାହ

ବାରଙ୍ଗ,୭/୧୧(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରୀ ମହାବିଦ୍ୟାଳୟରେ ସପ୍ତାହବ୍ୟାପି ବିଭିନ୍ନ ବିଭାଗୀୟ ସେମିନାର ଜାରି ରହିଛି। ଏହିକ୍ରମରେ ଗୁରୁବାର ଦିନ ଅର୍ଥନୀତିବିଭାଗର “ଭାରତରେ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ପ୍ରଭାବଶୀଳତା ” ବିଷୟରେ ଆଲୋଚନା କରାଯାଇଛି।ଆଜିର ଏହିଆଲୋଚନାରେ ଅଧକ୍ଷା ଡ଼.ଲିପିପୁଷ୍ପା ନାୟକ ସଭାପତିତ୍ୱ କରିଥିବା ବେଳେ ଅର୍ଥନୀତି ବିଭାଗର ପୂର୍ବତନପ୍ରାଧ୍ୟାପକ କମଳ କୁମାର ପାଣି ଏହି ସନ୍ଦର୍ଭରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ।ଡ଼.ମାନସରଞ୍ଜନ ଦାଶମିଶ୍ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କର ସନ୍ଦର୍ଭପାଠ କରିଥିଲେ। ଅନ୍ୟମାନଙ୍କ […]

କଟକ ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୬/୧୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀଙ୍କୁ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ଚଳିତମାସ ନଭେମ୍ବର ୧୫ତାରିଖରୁ ୨୨ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି କଟକ ଐତିହାସିକବାଲିଯାତ୍ରା ।ଏଥିସହ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓଡ଼ିଶାର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓ ରଞ୍ଜନ ସିଂଙ୍କୁ ମଧ୍ୟ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନକରିଛନ୍ତି ।

ଆଜିର ରାଶିଫଳ

ନଭେମ୍ବରମାସ ୦୭ତାରିଖ ୨୦୨୪ ମସିହା(ଗୁରୁବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ ୧୨/୩୫ ଗତେ ସପ୍ତମୀ,ନକ୍ଷତ୍ର- ପୂର୍ବାଷାଢ଼ା ଦିବା ଘ ୧୨/୨୪ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/ ୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୨୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୩୫ଗତେ ବାୟବ୍ୟେ, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୧/୧୬ଗତେ ଘ୦୫/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୩୩ ମଧ୍ୟେ ଓ ସନ୍ଧ୍ୟା ଘ୦୫/୫୪ ଗତେ ରାତ୍ରି ଘ୦୯/୦୫ ମଧ୍ୟେ ଓ […]

ଅଦିନିଆ ରଥଯାତ୍ରା ବାତିଲ କଲା ଇସ୍କନ୍‌

ଭୁବନେଶ୍ୱର,୫ା୧୧(ଏସଏସନିଉଜ) ଶେଷରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରାକୁ ଇସ୍କନ୍ ପକ୍ଷରୁ ବାତିଲ କରାଯାଇଛି ।ସେଠାରେ କେବଳ ନିତାଇ ସଂକୀର୍ତ୍ତନ ଯାତ୍ରାର ଆୟୋଜନ ହେବ। ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାସହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି […]

ଆଜିର ରାଶିଫଳ

ନଭେମ୍ବରମାସ ୦୬ତାରିଖ ୨୦୨୪ମସିହା(ବୁଧବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ରାତ୍ରି ଘ ୧୨/୩୭ ଗତେ ଷଷ୍ଠୀ ,ନକ୍ଷତ୍ର- ମୂଳା ଦିବା ଘ ୧୧/୩୭ ଗତେ ପୂର୍ବାଷାଢ଼। ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୫/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୩୬ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୩୭ଗତେ ପଶ୍ଚିମେ , ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,କର୍କଟ ରାଶି ର ଘାତବାର ,କାଳବେଳା -ଦିବା ଘ୦୮/୪୩ ଗତେ ଘ୧୦/୦୮ମଧ୍ୟେ ,ବାରବେଳା – ଦିବା ଘ୧୧/୩୨ଗତେ ଘ୧୨/୫୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା […]

ମରାମତିହେବ ମେଘନାଦପାଚେରି

ଭୁବନେଶ୍ୱର,୫/୧୧(ଏସଏସନିଉଜ)ମେଘନାଦ ପାଚେରିର ସ୍ଥାୟୀ ମରାମତି ଓ ପୁନରୁଦ୍ଧାର ଦାବି ନେଇASI ଅଧୀକ୍ଷକକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ପ୍ରାଚୀରର ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ବି ଉଲ୍ଲେଖ ରହିଛି।ଆନନ୍ଦବଜାରର ଡ୍ରେନେଜ୍ ବ୍ଯବସ୍ଥା ସୁଧାରିବାକୁ ଟେଣ୍ଡର ଶେଷ ହୋଇଛି।

ବାବାଙ୍କୁ ବିବାହ କଲେ ଅଭିନେତ୍ରୀ

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଦ୍ୱିତୀୟ ବିବାହ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ୩୮ବର୍ଷ ବୟସ୍କା ମାଲାୟାଲମ୍ ଟିଭି ଅଭିନେତ୍ରୀ ଦିବ୍ୟା ଶ୍ରୀଧରା ସେ ୪୯ ବର୍ଷ ବୟସ୍କ ଅଭିନେତା ତଥା ମୋଟିଭେସନାଲ୍ ସ୍ପିଲର୍ କ୍ରିସ୍ ଭେନୁଗୋପାଲଙ୍କୁ ବିବାହ କରିଛନ୍ତିା ଅକ୍ଟୋବର ୩୦ରେ ଆୟୋଜିତ ହୋଇଥିବା ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଘୁରିବୁଲିବା ସହ ଭାଇରାଲ ହେବାରେ ଲାଗିଛି ।ତେବେ ୧୧ବର୍ଷ ବଡ ବାବାଙ୍କୁ ବିବାହ କରିଥିବାରୁ ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାରର କଥା କହୁଛନ୍ତି।