ଫେବୃଆରୀମାସ ୧୨ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ର ଘ ୭/୩୬ ଗତେ ପ୍ରତିପଦ,ନକ୍ଷତ୍ର- ଅଶ୍ଳେଷା ରାତ୍ର ଘ୦୮/୨୪ ଗତେ ମଘା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧ /୨୮,ଯୋଗିନୀ ବାୟବ୍ୟେ ରାତ୍ରିଘ୦୭/୩୬ ଗତେ ପୂର୍ବେ,ପୂର୍ଣ୍ଣିମା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ରାଶିର ଘାତବାର,ଅଦ୍ୟ କୁମ୍ଭ ସଂକ୍ରନ୍ତି ଓ ଅଗ୍ନିଉତ୍ସଵ,
କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୪ ମଧ୍ୟେ,ବାରବେଳା -ଦିବା ଘ୧୧/୫୮ଗତେ ଘ୦୧/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୪ ମଧ୍ୟେ ଓ ଘ୦୧/୨୫ ଗତେ ଘ୦୨/୧୯ ମଧ୍ୟେ ଓ ଘ୦୬/୩୦ ଗତେ ଘ୦୮/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୪୨ ଗତେ ଘ୦୫/୪୩ ମଧ୍ୟେ,ଅଦ୍ୟ ବିରି ଭକ୍ଷଣ ନିଷେଧ।
ମେଷ👉ଆଜି ଶୁଭଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟପାଇବେ।ବେୟଅଧିକ ହେଲେ ମଧ୍ୟ କାମରେ ସଫଳତାମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତହେବ।ନିର୍ମାଣାଧୀନକାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ।ଯାତ୍ରା,ପ୍ରଶାସନ, ବାଣିଜ୍ୟ,ବ୍ୟବସାୟକ୍ଷେତ୍ର ମନ୍ଦ ହେବନି।
ବୃଷ👉ରାଶିରେ ଉଚ୍ଚସ୍ଥ ଚନ୍ଦ୍ରପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ।ଘରେହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସାପାଇବେ।ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତାବନ୍ଧନରେ ଆବଦ୍ଧ ହେବେ।କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବନାହିଁ।ସାହିତ୍ୟ ଚର୍ଚ୍ଚା,ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂରହେବ।
ମିଥୁନ👉ଆଜି ଅଧିକ ବ୍ୟୟହେବ ।ଯାହା ଖୋଜୁ ଥିବେ ତାହା ପାଇବେନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକକାମରେ,ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ ସୁଯୋଗଲାଭ କରିବେ। ସାଧାରଣକଥାରେ ଯୁକ୍ତିତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି।ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
କର୍କଟ👉ଆଜି ପାପଗ୍ରହମଧ୍ୟସ୍ଥ ରାଶ୍ୟାଧିପ ହେତୁ ସାମାନ୍ୟ ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସୁଯୋଗହରାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ବହୁତଦିନରୁ ରହିଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମହେବେ।କେତେକ ଘରୋଇ କାରଣକୁ ନେଇ ଅଶାନ୍ତ ରହିବେ।
ସି˚ହ👉ଆଜି କୌଣସିସ୍ଥାନକୁ ଯିବାସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କରୁହନ୍ତୁ।ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକଜୀବନରେ ଉଚିତ ବୁଝାମଣା ହେବ।ଚାକିରିକ୍ଷେତ୍ରରେ ବହୁତଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସିହେବେ।ଅଫିସରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା👉ଆଜି କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସକରି ଠକାମିରେ ପଡ଼ିବେ।ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।ଷ୍ଟେସନାରି ଜିନିଷ, ଧାତୁଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟକ୍ରୟ କରିପାରନ୍ତି।ଯାତ୍ରା ଓ ପରିବହନ ପାଇଁ ଦିନଟିଭଲ।
ତୁଳା👉ଆଜି ଖରାପ୍ ଗ୍ରହଙ୍କ ପ୍ରଭାବରେ ଘରେ ସାଧାରଣକଥାରେ ଝଗଡ଼ା ହେବାରସମ୍ଭାବନା ରହିଛି। ଯାନବାହନରେ ସତର୍କରହିବା ଭଲହେବ।କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଶାରୀରିକ ଅବସ୍ଥାରେ ଉନ୍ନତିଘଟିବ। Lଶତ୍ରୁ ଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା👉ଆଜି ଅଯଥା ଗୁଡ଼ାଏ lଚିନ୍ତା ମନକୁ ନଆଣି ନିଜ କାମରେ ମନଦେବା ଭଲହେବ।ଜ୍ୟେଷ୍ଠାନକ୍ଷତ୍ର ଅନ୍ୟମାନଙ୍କ ବିଷୟ ଚିନ୍ତାକରି ନିଜପ୍ରତି ଅବହେଳା କରିପାରନ୍ତି।ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ।
ଧନୁ👉ଆଜି ପାପଯୁକ୍ତ ଗୁରୁଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗିରହୁଥିବାରୁ କୌଣସିକାମ ଉତ୍ସାହଜନକ ହୋଇ ନପାରେ।ସମସ୍ୟାର ସରଳ ସମାଧାନ ହୋଇ ଉନ୍ନତି ପରିଲକ୍ଷିତ ହେବ।ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ।ଗୃହ, ଜମିଜମା, ପ୍ଲଟ କାରବାର, ଏଜେନ୍ସିପ୍ ସମ୍ପର୍କୀୟ ଚିନ୍ତା କରିପାରନ୍ତି।
ମକର👉ଆଜି ସ୍ବନକ୍ଷତ୍ରସ୍ଥ ଉଚ୍ଚାଂଶରେ ଓ ପାପଗ୍ରହ ମଧ୍ୟସ୍ଥ ହେତୁ ଅସ୍ଥିରତାଲାଗିରହିବ।ବୈବାହିକ ସମ୍ବନ୍ଧ ନେଇ ନୂତନବନ୍ଧୁପ୍ରସ୍ତାବ ସ୍ଥିରୀକୃତହେବାର ସମ୍ଭାବନା ରହିଛି। ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଉପକୃତହେବେ। ପ୍ରିୟ ବନ୍ଧୁମାନଙ୍କଠାରୁ ଆଦର ଅଭ୍ୟର୍ଥନା ମିଳିବ।
କୁମ୍ଭ👉ଆଜି ପୂର୍ବପରି ସବୁକିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା ରହିବନାହିଁ।ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନପ୍ରକାର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ।ଯାହା କହିବାପାଇଁ ଭାବୁଥିବେ ତାହା ବନ୍ଧୁଙ୍କମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।କାର୍ଯ୍ୟସିଦ୍ଧି ମନରେ ପ୍ରଫୁଲ୍ଲତା ଆଣିପାରେ।
ମୀନ👉ଆଜି ଭାଗ୍ୟସ୍ଥାନପ୍ରତି ଶୁଭଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ତକାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ।ନୂତନଯୋଜନା କରିବାରେ ମନଦେବେ। ନିକଟସମ୍ପର୍କୀୟମାନେ କ୍ରମଶଃ ନିକଟତର ହୋଇ ପାରନ୍ତି।ବାଦବିବାଦରେ ଆପୋସ ସମାଧାନ ଘଟିବ। ବନ୍ଧୁଙ୍କ ଉପରେ ବୃଥାସନ୍ଦେହ କରନ୍ତୁନାହିଁ।
ଚାପ ମୁକ୍ତି କରେ ଚା….
ଆଜିକାଲି ବ୍ୟସ୍ତବହୁଳ ଜୀବନ ଏବଂ କାମମଧ୍ୟରେ ଲୋକମାନେ ଚାପରଶିକାର ହେଉଛନ୍ତି । ଯଦି ମନରେ ଚାପଥାଏ ଦିନଟା ଖରାପ ହୋଇଯାଏ । ଏହି ଚାପରୁ ମୁକ୍ତି ହେବାପାଇଁ ଆପଣ ହର୍ୱାଲଚା ଘରେ ବନାଇପିଅନ୍ତୁ ।କ୍ୟାମୋମାଇଲ ଫୁଲରୁ ତିଆରି ଏହି ଚାରେ ଆଣ୍ଟି – ଇମ୍ପେ୍ଲମାଟ୍ରି , ଆଣ୍ଟିଅକ୍ସିଡାଣ୍ଟ ଭଳିଗୁଣ ରହିଛି ।ଏହି ଚାପିଇବାଦ୍ୱାରା ଶରୀରର ଚାପ କମିଥାଏ ।ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ । ସେହିପରି ତୁଳସୀପତ୍ରରେ ଅନେକପ୍ରକାର ପୋଷକରହିଛି ।ଯାହାକି ଏହି ଚାହା ପିଇବାଦ୍ୱାରା ଗଳାଯନ୍ତ୍ରଣା ଏବଂ କାଶରୁ ମୁକ୍ତି ମିଳିଥାଏ । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।ଯାହାକି ଆପଣଙ୍କ ଚାପ ଓ ଚିନ୍ତାସ୍ତରକୁ ହ୍ରାସକରିଥାଏ । ଆଉ ଗୋଟିଏ ରହିଛି ହିବିସ୍କସଚା । ଯାହା ଆଣ୍ଟି-ଅକ୍ସିଡାଣ୍ଟରେ ପରିପୂଣ୍ଣ ।ହିବିସ୍କସଚା ପିଇବାଦ୍ୱାରା ଆପଣଙ୍କ ମନୋବଳ ବଢାଇଥାଏ ।ହିବିସ୍କସଚା ପିଇବାଦ୍ୱାରା ଆପଣଙ୍କ ରକ୍ତଚାପ ସନ୍ତୁଳିତରୁହେ ।ଅନେକ ହୃଦରୋଗରୁ ରକ୍ଷା ପାଇପାରିବେ ।ଲେମନଟିରେ ମଧ୍ୟ ବହୁତଶକ୍ତି ରହିଛି ।ଯାହା ରକ୍ତବାହୀ ନଳୀଗୁଡିକୁ ସକ୍ରିୟ କରିବାରେ ସାହାଯ୍ୟକରେ ।ରକ୍ତଚାପ ବୃଦ୍ଧିପାଏନାହିଁ । ଆପଣଙ୍କୁ ଚାପରୁ ଦୂରରେରଖୋ
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!