Browsing category

ଜଣା ଅଜଣା

ଓଡ଼ିଶାରେ ତିଆରିହେବ ପ୍ରତିରକ୍ଷାଯନ୍ତ୍ରାଂଶ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟସରକାରଙ୍କ ସହ କଲ୍ୟାଣୀଷ୍ଟିଲର ଏମଓୟୁ ସ୍ବାକ୍ଷର ହୋଇଛି।ଟିଟାନିୟମ୍ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍‌ ତିଆରି ହେବ।ଢେଙ୍କାନାଳ ଗଜମରାରେ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ ଓ ୨୪ ମାସରେ ଉତ୍ପାଦନ ହେବ।୨ପର୍ଯ୍ୟାୟରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ ରଖାଯାଇ ଥିବାବେଳେ ପ୍ରଥମ ୧୧ ହଜାର ୭୫୦କୋଟି ନିବେଶ ହେବ।

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଜେପିରେ ମିଶିଲା ପରେ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି । ରାଜ୍ୟରୁ ନବୀନ ସରକାର ହଟାଇବାର ଆବଶ୍ୟକତା ରହିଛି ।ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା,ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବାର ସମୟ ଆସିଯାଇଛି।ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ନନ୍ଦନକାନନ ପାଳିଲା ବିଶ୍ୱ ବଜ୍ରକାପ୍ତାଦିବସ

ବାରଙ୍ଗ,୧୭।୨(ଏସଏସନିଉଜ) ବିଶ୍ୱ ବଜ୍ରକାପ୍ତା ଦିବସ ଶନିବାରଦିନ ନନ୍ଦନକାନନରେ ପାଳିତ ହୋଇଯାଇଛି।ଏଥିରେ ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣଙ୍କ ସମେତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗଦେଇଥିବା ନନ୍ଦନକାନନ ସ୍ବେଛାସେବୀ,ବନ ବିଭାଗର ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଜ୍ରକାପ୍ତାକୁ ନେଇ ଆୟୋଜିତ ଏକ କୁଇଜ ପ୍ରତି ଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପାଙ୍ଗୋଲିନ୍ କିଟ୍, ବ୍ୟାଜ୍ ଏବଂ କଲମସହିତ ସମ୍ମାନିତ କରାଯାଇ ଥିଲା ।ନନ୍ଦନକାନନରେ ଥିବା ବଜ୍ରକାପ୍ତା […]

ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ […]

ଶେରଗଡ଼କୁ ଏନଏସି ଘୋଷଣାକଲେ ରାଜ୍ୟସରକାର

ଭୁବନେଶ୍ୱର.୧୪ା୨(ଏସଏସନିଉଜ)ଶେରଗଡ଼କୁ ଏନଏସି ମ୍ୟାନତା ପ୍ରଦାନ କଲେ ରାଜ୍ୟ ସରକାର। ଶେରଗଡ଼଼ବାସୀଙ୍କ ବହୁଦିନର ସ୍ଵପ୍ନ ପୂରଣ ହୋଇଛି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶେରଗଡ଼ ପଞ୍ଚାୟତଙ୍କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେରଗଡ଼ ଗସ୍ତ ଅବସରରେ ହିଂଜିଳି ଏବଂ ଶେରଗଡ଼ ନିର୍ବାଚନମଣ୍ଡଳୀରେ ୩୦୦କୋଟିର ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଂଜାମ, ହିଂଜିଳି ଓ ଶେରଗଡ଼ରୁ ଆରମ୍ଭ ହୋଇଥିଲା ସରକାରଙ୍କ ଫାଇଭ-ଟି ଉଦ୍ୟମରେ […]

ଆରମ୍ଭ ହେଲା ପ୍ରେମ ସପ୍ତାହ

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ଓ୍ବିକ୍। ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ଯାଏ ପ୍ରେମୀଯୁଗଳମାନେ ଏହି ସପ୍ତାହକୁ ପାଳନ କରିବେ । ପ୍ରେମିଯୁଗଳମାନେ ପ୍ରଥମ ଦିବସକୁ ରୋଜଡେ’ ଭାବେ ପାଳନ କରିଥାନ୍ତି। ଏହାକୁ ପାଳନକରିବା ପଛରେ ରହିଛି ଏକ ଇତିହାସ। ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା। ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି। ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ […]

ଶପଥନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ରାଜ୍ୟପାଳ ରଘୁବର ଦାସ କରାଇଲେ ଶପଥ ପାଠାଦିନ ୧୦ଟାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଆଜି ଶପଥ ପାଠ କରାଇଛନ୍ତି । ମୁଖ୍ୟ ଶାସନସଚିବ , ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଶପଥଉସ୍ବସମାରୋହରେ ସାମିଲହୋଇଥିଲେ ।ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ […]

ମନ୍ଦିରର ଗର୍ଭଗୃହରେ ପହଞ୍ଚିଲେ ରାମଲଲ୍ଲା

ଭୁବନେଶ୍ୱର,୧୮ା୧(ଏସଏସନିଉଜ) ଜାନୁଆରୀ ୨୨ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ ହେବାକୁଯାଉଛି ।ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନୃତ୍ୟ ମଣ୍ଡପରେ ପହଞ୍ଚିବାପରେ ପୁଜାର୍ଜନାକରାଯାଇ ବୈଦିକ ବିଧି ଅନୁଯାୟୀ ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ରାମଲଲ୍ଲାଙ୍କ ଏହି ବାଳକ ମୂର୍ତ୍ତିକୁ ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଛନ୍ତି । ଜାନୁଆରୀ ୨୨ ରେ ରାମ ମନ୍ଦିରରେ ‘ପ୍ରାଣ-ପ୍ରତିଷ୍ଠା’ ‘ସମାରୋହ’ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିବେ।  

ଘରେଘରେ ପହଞ୍ଚିବ ପାଣିପାଗ ଖବର

ବାଲେଶ୍ବର,୧୬ା୧(ଏସଏସନିଉଜ) ଏଥର ଘରେଘରେ ପହଞ୍ଚିବ ପାଣିପାଗଖବର । ମୋବାଇଲ୍ ଆପ୍ ଜରିଆରେ ପ୍ରତିଟି ପାଣିପାଗ ଖବର ସମସ୍ତେ ଜାଣିପାରିବୋ ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷରେ ପାଦ ଥାପିଥିବାରୁ ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ପାଣିପାଗବିଭାଗ ପକ୍ଷରୁ ଏହି ଉପହାର ଦିଆଯାଇଛି ।ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୌସମ୍ ଆପ୍ ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ । […]

୧୭ରେ ସରକାରୀ ଛୁଟି

ଭୁବନେଶ୍ବର, ୧୪ା୧(ଏସଏସନିଉଜ)ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର‌୍ୟ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ […]