Browsing category

ଜଣା ଅଜଣା

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଚନ୍ଦ୍ରଅଭିମୁଖେ ବାହାରିଲା ଚନ୍ଦ୍ରଯାନ-୩

ଭୁବନେଶ୍ୱର,୧୪।୭(ଏସଏସନିଉଜ)ଭାରତପାଇଁ ଗର୍ବ ଓ ଗୌରବର ଦିନ ସାଜିଛି ଚନ୍ଦ୍ରୟାନ-୩ ।ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ସଫଳତାର ସହ କକ୍ଷପଥରେ ଅବସ୍ଥାପିତହୋଇଛି ।ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ରେ ହେଲା ଉତକ୍ଷେପଣ ଚନ୍ଦ୍ରଯାନ-୩। ୩୪୦ ଦିନର ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩।ଚନ୍ଦ୍ର ଅଭିମୁଖେ ବାହାରିଲା ‘ଚନ୍ଦ୍ରଯାନ-୩।ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟର ଉତକ୍ଷେପଣ ହୋଇଛି।

ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

ପୁରୀ, ୨୮ା୬(ଏସଏସନିଉଜ) ନବଦିନାତ୍ମକଯାତ୍ରା ସାରି ଆଜି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି ପହଣ୍ଡି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ମହାପ୍ରଭୁଙ୍କ ବାହୁଡ଼ାପର୍ବ ଦେଖିବାପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମ ହୋଇଛି । […]

ହୋଇଛିକି ଥାଇରଏଡ,ଜାଣନ୍ତୁ କଣକରିବେ?

ଆଜିକାଲି ଖାଦ୍ୟପେୟର ସମୟ ଠିକ ରହୁନଥିବାରୁ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଭଳି ଏକ ରୋଗ ହେଉଛି ଥାଇରଏଡ। ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବାପାଇଁ ପ୍ରାଚୀନଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଥାଇରଏଡ ରୋଗୀମାନେ କିଛିମାତ୍ରାରେ ଆଶ୍ୱସ୍ତି ପାଇପାରିବେ । ଅଦା:-ପ୍ରାୟତଃ ସମସ୍ତଙ୍କଘରେ ସବୁବେଳେ ଅଦା ମହଜୁଦଥାଏ। ଅଦାର ଅନେକ ଔଷଧିୟଗୁଣ ରହିଛି। ଅଦାରେ […]

ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି […]

ଦେଶରେ ଜାରିହେବ ୭୫ଟଙ୍କା କଏନ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ ୭୫ଟଙ୍କା କଏନ।ଆସନ୍ତା ମେ ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବାକୁ ଯାଉଛି।୭୫ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦଭବନ ସହ ସଂସଦ ସଙ୍କୁଳ ଲେଖାଥିବ ଓ ଅନ୍ୟପଟରେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।

ବାଏବାଏ ଦୁଇହଜାର ନୋଟ !

ଭୁବନେଶ୍ୱର,୧୯ା୫(ଏସଏସନିଉଜ) ନେଣଦେଣରୁ ବିଦାୟନେବାକୁ ଯାଉଛି ୨ହଜାରଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ନୋଟ୍। ୨ହଜାର ଟଙ୍କିଆନୋଟ୍ ନେଇ ରିଜର୍ଭବ୍ୟାଙ୍କର ବଡ଼ ନିଷ୍ପତ୍ତି ନେଇଛି । ଥରକେ ସର୍ବାଧିକ ୨୦ହଜାରଟଙ୍କା ପର୍ଯ୍ୟନ୍ତ  ବଦଳାଇ ହେବ। ଆଉ ୨ହଜାରଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।ମେ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ। ୨୦୧୬ନଭେମ୍ବରରେ ୨ ହଜାର […]

କମାଲ କଲେ ପିୟୁସ

ଚନ୍ଦ୍ରଶେଖରପୁର,୧୨/୫ (ଏସଏସନିୟୁଜ) ପୁଣି କମାଲ ଦେଖାଇଲେ ପିୟୁସ ।ପ୍ରକାଶ ପାଇଥିବା CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ 95.20 persent ମାର୍କ ରଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପିୟୁସ ପ୍ରତିମ ଜେନା।ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସ ୯୫.୨୦% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସ ହେଉଛନ୍ତି ପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ […]

ଆଜି ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲରନ୍

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍। ହାଓଡା ଓ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍‌। ହାଓଡ଼ାରୁ ସକାଳ ୬ଟା ୧୦ରୁ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ। ପୁଣି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡାରେ ୮.୩୦ରେ ପହଞ୍ଚିବ ।ଖଡ଼ଗପୁର , ଭଦ୍ରକ , ଯାଜପୁର , କଟକରେ ୨ ମିନିଟ ଲେଖାଏ ରହିବ। କଟକ ପରେ ଭୁବନେଶ୍ୱର , ଖୋର୍ଦ୍ଧାରେ […]

ମାଲକାନଗିରିରେ ହେବ ପୁଷ୍ପା -୨ର ସୁଟିଂ

ମାଲକାନଗିରି,୯ା୩(ଏସଏସନିଉଜ)ତେଲୁଗୁସୁପରଷ୍ଟାର୍ ଆଲୁଅର୍ଜୁନଙ୍କ ନୂଆସିନେମା ପୁଷ୍ପା-୨ରସୁଟିଂ ମାଲକାନଗିରିର ସ୍ବାଭିମାନଅଞ୍ଚଳରେ କରାଯିବାନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜସଂକେତ ମିଳିଛି । ପ୍ରଡକସନ ମ୍ୟାନେଜର ପିଭିରାଓଙ୍କ ନେତୃତ୍ବରେ ଏକ ୬ଜଣିଆଟିମ ଗତ ୭ ଓ ୮ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧଝୋଲାପୋଲ ଆଦି ଅଂଚଳ ବୁଲିଦେଖିଛନ୍ତି। ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସୁଟିଂ ପାଇଁ ଅନୁମତି ମଧ୍ୟ ଲୋଡ଼ିଛନ୍ତି। ଆଗାମୀ ମେମାସରେ ଫିଲ୍ମରସୁଟିଂ କରାଯିବ ବୋଲି ଜଣାଯାଇଛି।