ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି ନଗର ଉନ୍ନୟନବିଭାଗ ସଚିବ ସୂଚନା ଦେଇଛନ୍ତି।

Comments (0)
Add Comment