Browsing category

ଦେଶ ବିଦେଶ

ଜାନୁଆରିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଜାନୁଆରିରେ ୨ଥର ପ୍ରଧାନମନ୍ତ୍ରୀଓଡ଼ିଶା ଆସିବାନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।୮ରୁ ୧୦ ଯାଏ ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବି ଯୋଗଦେବେ ପ୍ରଧାନମନ୍ତ୍ରୀ।ଜାନୁଆରି ୨୮ ଓ ୨୯ରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ।

ୱାନ୍‌ ନେସନ ୱାନ ଇଲେକ୍ସନ ବିଲ୍‌ ଆଗତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍‌।ବିଲ୍‌ ଆଗତ କଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲ।ବିଲ୍‌ ଆଗତ ପରେ ଲୋକସଭାରେ ଚାଲିଛି ବିତର୍କ। ବିଲ୍ କୁ ବିରୋଧୀ କଂଗ୍ରେସ ସାଂସଦଙ୍କ ଜୋରଦାର ବିରୋଧ କରିବା ଆରମ୍ଭ କରିଛନ୍ତି।

ସାର୍ ସୋଇଛନ୍ତି !

ଭୁବନେଶ୍ୱର,୧୭/୧୨(ଏସଏସନିଉଜ)ସିରୋଞ୍ଜର ଭୋଜପୁର ଗ୍ରାମ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ଦାୟିତ୍ଵରେ ଥିବା ଶିକ୍ଷକ ଶ୍ରେଣୀଗୃହରେ ଶୋଇଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀ ଏହାର ଏକ ଭିଡିଓ କରି ଭାଇରାଲ କରିଛନ୍ତି। ଯେଉଁଥିରେ ଶିକ୍ଷକ ମନୋହର ନାଗ ପିଲାମାନଙ୍କୁ ଖେଳିବାକୁ ପଠାଇଦେଇ ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ମଧ୍ୟ ଚେୟାରରେ ବସିଥିବାର ନଜର ଆସିଥିଲେ। ଗ୍ରାମବାସୀ କହିଛନ୍ତି ଯେ ଜିଓ-ଟ୍ୟାଗ୍ ଉପସ୍ଥାପନ ହେତୁ ଶିକ୍ଷକମାନଙ୍କୁ ସ୍କୁଲକୁ ଡକାଯାଏ, କିନ୍ତୁ ଅଧ୍ୟୟନ କରିବା ପରିବର୍ତ୍ତେ […]

ରଥଯାତ୍ରା ୨୦୨୫ ପ୍ରସ୍ତୁତି

ପୁରୀ,୧୬ା୧୨(ଏସଏସନିଉଜ)ରଥଯାତ୍ରା ୨୦୨୫ପାଇଁ ପ୍ରସ୍ତୁତିପର୍ବ ଶୁଭାରମ୍ଭ ହୋଇଛି।ସୋମବାରଦିନ ୪ଜଣିଆ ପ୍ରତିନିଧିଦଳ ଶ୍ରୀକ୍ଷେତ୍ରରୁବାହାରି ନୟାଗଡ଼ ଯାତ୍ରା କରିଛନ୍ତି। ମଙ୍ଗଳବାରଦିନ , ନୟାଗଡ଼ର ବଡ଼ମୂଳସ୍ଥିତ ମା ବଡ଼ରାଉଳ ଠାକୁରାଣୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯିବ।ସେଥିପାଇଁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କମାଳ , ମାହାର୍ଦ୍ଧ ,ଶ୍ରୀଫଳ ଆଦି ପୂଜାସାମଗ୍ରୀ ସାଙ୍ଗରେ ନେଇଛନ୍ତି। ପାରମ୍ପରିକ ବିଧିମତେ ରଥକାଠ ଚିହ୍ନଟ ଅନୁକୂଳ ହେବ । ଶ୍ରୀପଞ୍ଚମୀ ପୂଜାପୂର୍ବରୁ ପ୍ରଥମପର୍ଯ୍ୟାୟର ରଥକାଠ ଶ୍ରୀକ୍ଷେତ୍ର ପହଞ୍ଚିବ ।

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୧୧/୧୨(ଏସଏସନିଉଜ)ଜୟପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୨ବର୍ଷର ବଜ୍ରକାପ୍ତାକୁ ବୁଧବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନର ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୬କୁ ପହଁଚିଛି ।ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।(ଜିତ ରାଉତଙ୍କ ରିପୋର୍ଟ)

ଚିଙ୍କାରା ବଂଶଲୋପ

ବାରଙ୍ଗ,୩୦/୧୧(ଏସଏସନିଉଜ) ନନ୍ଦନକାନନରେ ଏକ ଚିଙ୍କାରା ହରିଣ ମୃତୁବରଣ କରିବାରୁ ଏମାନଙ୍କ ବଂଶ ଲୋପ ପାଇଯାଇଛି।ମୃତୁବରଣ କରିଥିବା ୬/୭ବର୍ଷର ଅଣ୍ଡିରା ଚିଙ୍କାରା ହରିଣଟି ୩୭ନମ୍ୱର ଏନକ୍ଲୋଜରରେ ରହୁଥିଲା।ଗୁରୁବାର ହରିଣଟିର ଝାଡା ହେବାରୁ ତାକୁ ଏଠାକାର ଡାକ୍ତରମାନେ ଯାଇ ଚିକିତ୍ସା ଆରମ୍ଭ କରିବା ସହ ଇଞ୍ଜେକସନ ଦେଇଥିଲେ।ଶୁକ୍ରବାର ମଧ୍ୟ ଅସୁସ୍ଥ ହରିଣକୁ ଇଞ୍ଜେକସନ ଦିଆଯାଇ ଥିଲେ ମଧ୍ୟ ତାକୁ ବଞ୍ଚାଇ ପାରିନ ଥିଲେ।ଶନିବାର ସକାଳେହରିଣଟି ମାରିପଡ଼ିଥିବାର ଦେଖିବାକୁ ମିଳିଥିଲା।୨୦୨୧ ମସିହାରେ ୨ଟି ହରିଣକୁ ବିଳାସପୁରରୁ ନନ୍ଦନକାନନକୁ ଅଣାଯାଇଥିଲା।ସେଥିମଧ୍ୟରୁ ଗୋଟିକର ମୃତୁ […]

ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ

ଭୁବନେଶ୍ବର,୭/୧୧(ଏସଏସନିଉଜ)ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଧାରଣାରେ ବସିଛନ୍ତି ଯାତ୍ରୀ।ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର ସକାଳ ୮ଟା ୪୫ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାନ୍ତା। କିନ୍ତୁ ଏହାକୁ ପୁଣି ବାତିଲକରାଯାଇଥିଲା।ଏହାର ପ୍ରତିବାଦରେ ଉତ୍ତେଜନା ଦେଖାଦେବା ସହ ଯାତ୍ରୀମାନେ ଧାରଣାରେ ବସିଥିଲେ। ବିମାନ ବନ୍ଦରକର୍ତ୍ତୃପକ୍ଷ ପହଞ୍ଚି ଯାତ୍ରୀମନଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

କଟକ ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୬/୧୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀଙ୍କୁ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ।ଚଳିତମାସ ନଭେମ୍ବର ୧୫ତାରିଖରୁ ୨୨ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି କଟକ ଐତିହାସିକବାଲିଯାତ୍ରା ।ଏଥିସହ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓଡ଼ିଶାର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ଓ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓ ରଞ୍ଜନ ସିଂଙ୍କୁ ମଧ୍ୟ ବାଲିଯାତ୍ରାର ଶୁଭାରମ୍ଭ ଅବସରରେ ନିମନ୍ତ୍ରଣପତ୍ର ପ୍ରଦାନକରିଛନ୍ତି ।

ପୁଣି ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ

ଭୂବନେଶ୍ୱର୍,୬/୧୧(ଏସଏସନିଉଜ)ପୁଣି ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ।ବହୁମତ ପାଇଲା ପରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଏହାର ପୁରା ଶ୍ରେୟ ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ ।ଭୋଟରଙ୍କୁ ଜଣାଇଲେ ଧନ୍ୟବାଦ lକହିଲେ ଆମେରିକାର ଭବିଷ୍ୟତ ପାଇଁ କାମ କରିବି ।ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ ବୋଲି କହିଛନ୍ତି ଟ୍ରମ୍ପ ।

ଅଦିନିଆ ରଥଯାତ୍ରା ବାତିଲ କଲା ଇସ୍କନ୍‌

ଭୁବନେଶ୍ୱର,୫ା୧୧(ଏସଏସନିଉଜ) ଶେଷରେ ଆମେରିକୀୟ ସହର ହ୍ୟୁଷ୍ଟନ୍‌ରେ ଆୟୋଜନ ହେବାକୁ ଥିବା ରଥଯାତ୍ରାକୁ ଇସ୍କନ୍ ପକ୍ଷରୁ ବାତିଲ କରାଯାଇଛି ।ସେଠାରେ କେବଳ ନିତାଇ ସଂକୀର୍ତ୍ତନ ଯାତ୍ରାର ଆୟୋଜନ ହେବ। ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିବାସହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅନ୍ୟ ଧର୍ମରେ ଏଭଳି କରାଯାଇଥିଲେ, ତାକୁ ସହ୍ୟ କରାଯାଇନଥାନ୍ତା। ଯଦି ବୈଠକରେ ଅଦିନିଆ ରଥଯାତ୍ରାର ଆୟୋଜକ ମାନିଗଲେ ଭଲ କଥା, ନହେଲେ ଆଇନଗତ ବିକଳ୍ପ ରହିଛି […]