Browsing category

ଦେଶ ବିଦେଶ

ଶ୍ବେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର

ଭୁବନେଶ୍ୱର,୧୯/୧୦(ଏସଏସନିଉଜ)ପ୍ରକାଶ ପାଇଛି ୨୦୨୨ର ଓଏଏସ୍ ରେଜଲ୍ଟ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ ହୋଇଛନ୍ତି କୃତକାର୍ଯ୍ୟ । ଟପ୍ ଟେନ୍‌ରେ ରହିଛନ୍ତି ୫ମହିଳା ଓ ୫ପୁରୁଷ । ସାରା ଓଡ଼ିଶାରେ ଟପ୍ କରିଛନ୍ତି ଭଦ୍ରକର ଶ୍ବେତାଶ୍ରୀ ମହାପାତ୍ର। ଟପ୍‌ ୧୦ରେ ରହିଛନ୍ତି୧. ଶ୍ବେତାଶ୍ରୀ ମହାପାତ୍ର ୨. ପ୍ରିଙ୍କିଲ ପରବୀନ ପରିଡ଼ା ୩. ଦୀପ୍ତିରଞ୍ଜନ ପତି ତୃତୀୟ୪- ପ୍ରଜ୍ଞା ପାରଙ୍ଗମ୫- ଆଜାଦ ସାହୁ୬- ଦୀପମ ରାଉତ୭- ଦେବବ୍ରତ ଗୌଡ଼୮- ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ୯- କପିଳ କୁମାର ମହାନ୍ତି୧୦- ଅମ୍ରିତା […]

ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡଖବର

ପୁରୀ,୧୬/୧୦(ଏସଏସନିଉଜ)ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ୧୮ରୁ କେବଳ ଦୁଇ ଦ୍ୱାର ଦେଇ ପ୍ରବେଶ । ସିଂହଦ୍ୱାର ଦେଇ ପ୍ରସ୍ଥାନ ମନା । ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରର ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ ବୋଲି ଜଣାପଡିଛି।

କାନୁନ୍‌ ଆଉ ଅନ୍ଧ ନୁହେଁ

  ଭୁବନେଶ୍ୱର,୧୬/୧୦(ଏସଏସନିଉଜ)ଅନ୍ଧା କାନୁନ ବୋଲି ଆଉ କହି ହେବନି। କାରଣ ଆଇନ ଆଖିରେ ଆଉ ଅନ୍ଧ ପୁୁଟୁଳି ବନ୍ଧା ହୋଇନି। ନ୍ୟାୟର ଦେବୀଙ୍କ ଆଖିରୁ ଏବେ ସେହି ଅନ୍ଧ ପୁଟୁଳିକୁ ଖୋଲି ଦିଆଯାଇଛି। ସେ ସ୍ପଷ୍ଟ ଭାବେ ସବୁ ଦେଖି ପାରୁଛନ୍ତି। ସୁପ୍ରିମକୋର୍ଟରେ ଥିବା ନ୍ୟାୟଦେବୀଙ୍କ ମୂର୍ତ୍ତିକୁ ନୂଆ ରୂପ ଦିଆଯାଇଛି। ତାଙ୍କ ଆଖିରୁ ଅନ୍ଧ ପୁଟୁଳିକୁ ହଟାଇ ଦିଆଯାଇଛି। ତା ସହିତ ତାଙ୍କ ହାତରେ ଏବେ ଶୋଭା ପାଉଛି ଦେଶର ସମ୍ବିଧାନ। ଆଗରୁ ଏକ ଖଣ୍ଡା […]

ବିଜୟାଦଶମୀରେ ରାଜନାଥଙ୍କ ଶସ୍ତ୍ରପୂଜା

ଭୁବନେଶ୍ୱର,୧୩/୧୦(ଏସଏସନିଉଜ)ବିଜୟା ଦଶମୀ ଅବସରରେ ଶସ୍ତ୍ରପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ।ଗତକାଲି ଅର୍ଥାତ୍ ଶନିବାର ପ୍ରତିରକ୍ଷାମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି ।ସେଠାରେ ସେ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସୈନିକମାନଙ୍କ ସହ ସେ ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇଛନ୍ତି। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ […]

ଜୁଭେନାଇଲ ଡ୍ରାଇଭିଂ ପାଇ ଆସୁଛି ନିୟମ

ଭୁବନେଶ୍ୱର,୬/୧୦(ଏସଏସନିଉଜ) କେନ୍ଦ୍ରସରକାର ଜୁଭେନାଇଲ ଡ୍ରାଇଭିଂ ଅର୍ଥାତ ଅପ୍ରାପ୍ତ ବୟଷ୍କ ପିଲାଙ୍କ ବାହନ ଚାଳନାପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।ସଡ଼କପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟରବାହନ ଆଇନରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଅପ୍ରାପ୍ତ ବୟଷ୍କଙ୍କ ଲାଗି ବାହନ ଇଞ୍ଜିନ କ୍ଷମତା ୫୦ ସିସି ଓ ମୋଟର ପାୱାର ଅଧିକତମ ୧,୫୦୦ ୱାଟ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଯାହାର ସର୍ବାଧିକ ବେଗ ୨୫ କିଲୋମିଟରପ୍ରତି ଘଣ୍ଟା ନିର୍ଦ୍ଧାରଣ କରାଯାଇଛି। ଏବେକା ଆଇନରେ ୬୭ଟି […]

ନଭେମ୍ବର ୧୩ରେ ବଡ଼ଓଷା

ଭୁବନେଶ୍ୱର,୪/୯(ଏସଏସନିଉଜ)ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ […]

ଦିଲ୍ଲୀରେ ୩୪ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜାନୁଆରୀରେ ଭୁବନେଶ୍ବରରେ ହେବ ନିବେଶକ ସମ୍ମିଳନୀ।ରାଷ୍ଟ୍ରଦୂତଙ୍କ ଜରିଆରେ ବିଦେଶୀ ନିବେଶକଙ୍କୁ ସେ ଆହ୍ବାନ କରିଛନ୍ତି।୪୮୦ କିମିର ବେଳାଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା।ଓଡ଼ିଶା ଅପାର ପ୍ରାକୃତିକ ସମ୍ପଦର ରାଜ୍ୟ।ଦେଶର ଖଣିଜ ଶିଳ୍ପରେ ଓଡ଼ିଶା ଏକ ପ୍ରମୁଖ ଖେଳାଳି।ବିଗତ କିଛିବର୍ଷ ହେବ ଓଡ଼ିଶାର ଅର୍ଥନୀତି ର ବିକାଶ ହେଉଛି ବୋଲି କହିଛନ୍ତ।

ନେପାଳରେ ଭୟଙ୍କରବନ୍ୟା, ୧୭୦ମୃତ

ଭୁବନେଶ୍ୱର,୩୦।୯(ଏସଏସନିଉଜ)ଗତ ଶୁକ୍ରବାରରୁ ନେପାଳରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି।ଫ୍ଲାସ ଫ୍ଲୋଡ୍‌ ହୋଇ ୧୭୦ଜଣଙ୍କର ମୃତୁ ହୋଇଥିବାବେଳେ ୪୨ରୁ ଅଧିକ ନିଖୋଜ ହୋଇଛନ୍ତି।୪୫ ବର୍ଷ ଭିତରେ ନେପାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।୪୦୦୦ରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଉଦ୍ଧାରରେ ନେପାଳ ସେନା ସାମିଲ ହୋଇଛନ୍ତି।

ମିଥୁନଙ୍କୁ ଦାଦାସାହେବ ଫାଲକେ

ଭୁବନେଶ୍ୱର,୩୦।୯(ଏସଏସନିଉଜ୍)ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ବୋଲି ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ।ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ।୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟକରିଛନ୍ତି।ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ  ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିବାର ଜଣା ଯାଇଛି

ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ?

ଭୁବନେଶ୍ୱର,୨୪ା୯(ଏସଏସନିଉଜ)ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ JSW ଓହରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ଯୋରଧରିଛି ।ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ଚାଲିଛି ।୭ମାସ ତଳେ ବିଜେଡି ସରକାର ଥିବା ବେଳେ ଚୁକ୍ତି କରିଥିଲା JSW୪୦ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲାତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।